Advertisment

Gold Price Decline Prediction: ଆଗକୁ ଆହୁରି ଖସିବ ସୁନାଦର, ଜାଣନ୍ତୁ କେତେ ?

ସୁନାଦର ଆଗକୁ କମିବ ବୋଲି ଆକଳନ କରାଯାଉଛି । କେତେ କମିବ, କେତେ ଦିନ ଭିତରେ କମିବ ଓ କାହିଁକି କମିବ ? ଏହା ଉପରେ କହିଛନ୍ତି ସୁନା ଖଣି କଂପାନୀର ଜଣେ ସିଇଓ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Gold Price

Gold Price

ସୁନାଦର ଆଗାମୀ ଦିନରେ ବହୁତ କମିଯିବ । ୧୨ ମାସ ଭିତରେ ସୁନାଦର ନିମ୍ନଗାମୀ ହେବ ବୋଲି କହିଛନ୍ତି କାଜାକସ୍ତାନରେ ସୁନା ଉତ୍ତୋଳନ କରୁଥିବା ଏକ କଂପାନୀର ସିଇଓ ବା ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର୍ । ସଲିଡକୋର୍ ରିସୋର୍ସେସ କଂପାନୀର ସିଇଓ କହିଛନ୍ତି, ଡଲାରର ମୂଲ୍ୟ ବୃଦ୍ଧି ହେବା ପରେ ଗତ ଶୁକ୍ରବାର ଦିନ ସୁନାଦର କମିଥିଲା । ଗତ ସପ୍ତାହରେ ମଧ୍ୟ ଏହା ସବୁଠୁ କମ୍ ଥିଲା । ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ସୁଧୁରିବାରେ ଲାଗିଛି । ଡଲାରର ମୂଲ୍ୟ ମଧ୍ୟ ବଢ଼ିଛି ।

Advertisment

ଏହି କଂପାନୀର ସିଇଓ ବିଟାଲି ନେସିସ୍ ଗଣମାଧ୍ୟମକୁ କହିଛନ୍ତି, ଆସନ୍ତା ୧୨ ମାସ ମଧ୍ୟରେ ଏହି ଦର ୨୫୦୦ ଡଲାରକୁ ଖସିବ ବୋଲି ମୁଁ ଆଶା କରୁଛି । ୧୮୦୦ ଡଲାରରୁ ୧୯୦୦ ଡଲାର ତଳକୁ ଖସିବାର ପ୍ରଶ୍ନ ଉଠୁନି । ବେସ୍ ଲେବୁଲର ପ୍ରିମିୟମ୍ ରହିବ । ପୃଥିବୀରେ ଏବେ ଯାହା ଘଟୁଛି, ଏହାକୁ ତା’ ର ଓଭର-ରିଆକ୍ସନ ବୋଲି କୁହାଯାଇପାରିବ । କାଜାକସ୍ତାନର ଦ୍ୱିତୀୟ ବୃହତ୍ତମ ସୁନା ଖଣି କଂପାନୀର ସିଇଓ ଏହା କହିଛନ୍ତି ।

ଅଧିକ ପଢ଼ନ୍ତୁ: କେଉଁ ଦେଶ ପାଖରେ ରହିଛି ସର୍ବାଧିକ ସୁନା ? ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍‌...

Advertisment

ରାଜନୈତିକ ଓ ଅର୍ଥନୈତିକ ଅନିଶ୍ଚିତତା ସୁନାଦର ଉପରେ ସାଧାରଣତଃ ପ୍ରଭାବ ପକାଏ । ସୁନା ଦର ଏ ବର୍ଷ ପାଖାପାଖି ୨୬ ପ୍ରତିଶତ ବଢିଲାଣି । ଆମେରିକାର ଟାରିଫ୍ କାରଣରୁ ମାନ୍ଦାବସ୍ଥା ସୃଷ୍ଟି ହେବାର ଆଶଙ୍କା ଥିଲା । ଏହି କାରଣରୁ ସୁନାଦର ସର୍ବକାଳୀନ ରେକର୍ଡ ୩୫୦୦.୦୫ ଡଲାରରେ ପହଞ୍ଚିଥିଲା ।

ଚୀନ୍ ଆମେରିକା ଆମଦାନୀ ଟାରିଫ୍ ୧୨୫ ପ୍ରତିଶତରୁ କମାଇବାକୁ ଏବେ ବିଚାର କରୁଛି । ଦୁଇ ଦେଶ କେଉଁ କେଉଁ ଜିନିଷ ଉପରେ ବ୍ୟବସାୟ କରିହେବ, ସେ ନେଇ ଆଲୋଚନା ଆରମ୍ଭ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେସାକୁ ତେସା ନୀତି ଆପଣାଇ ଯେଉଁ ଦେଶ ଯେତିକି ଟାରିଫ୍ ଆଦାୟ କରୁଛନ୍ତି, ସେହି ଦେଶଗୁଡିକ ଉପରେ ସେତିକି ରେସିପ୍ରୋକାଲ୍ ଟାରିଫ୍ ଘୋଷଣା କରିଥିଲେ ।

ଚୀନ ଉପରେ ପୁଣି ଟାରିଫ ବୋମା ଫିଙ୍ଗିଲେ ଟ୍ରମ୍ପ। ଯେସାକୁ ତେସା ନୀତିରେ ଚୀନ୍ ଉପରେ ବାଣିଜ୍ୟ ଶୁଳ୍କ ୧୦୪ରୁ ୧୨୫ ପ୍ରତିଶତକୁ ବଢ଼ାଇଛନ୍ତି। ଯାହା ତତ୍କାଳ କାର୍ଯ୍ୟକାରୀ ବି ହୋଇଛି। ତେବେ ଭାରତ ୭୫ରୁ ଅଧିକ ଦେଶକୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଡୋନାଲ୍ଟ ଟ୍ରମ୍ପ। ଟାରିଫ୍ ଲାଗୁ ଉପରେ ୯୦ ଦିନ ମହଲତ ଦେଇଛନ୍ତି। କିନ୍ତୁ ଏହି ସମୟରେ ୧୦ ପ୍ରତିଶତ ମୂଳ ଶୁଳ୍କ ରହିବ।

ଅଧିକ ପଢ଼ନ୍ତୁ: ଗହଣା ଦୋକାନରେ ଭିଡ଼ କମାଉଛି ସୁନା ଏଟିଏମ୍, ଜାଣନ୍ତୁ ମିଳୁଛି କେଉଁ ସୁବିଧା

Gold Gold Prices Fall Gold Price
Advertisment
Advertisment