Advertisment

Gold Price: ଆହୁରି ଖସିବ ସୁନା ଦର ! ୧୦ ଗ୍ରାମକୁ ୫୬ ହଜାର ଟଙ୍କା ତଳକୁ ଖସିପାରେ

ଆଗାମୀ ଦିନରେ ସୁନାର ଯୋଗାଣ ବୃଦ୍ଧି, ଚାହିଦା ହ୍ରାସ, ମାର୍କେଟ ସାଚୁରେସନ୍ ଆଦି କାରଣରୁ ସୁନା ଦର ଖସିପାରେ ବୋଲି କହିଛି ମର୍ଣିଂଷ୍ଟାର ।

ଅଦ୍ୟତନ ହୋଇଛି
୫୦ ହଜାର ହେବ ସୁନା ଦର !

୫୦ ହଜାର ହେବ ସୁନା ଦର !

Advertisment

ଆହୁରି ଖସିପାରେ ସୁନା ଦର। ଏବେ ଆକାଶଛୁଆଁ ଥିବା ସୁନା ଦର ଆଗକୁ ବହୁ ମାତ୍ରାରେ ହ୍ରାସ ପାଇପାରେ। ୧୦ ଗ୍ରାମକୁ ୫୬ ହଜାର ଟଙ୍କା ତଳକୁ ଖସିପାରେ ବୋଲି ଆକଳନ କରାଯାଉଛି। ଆମେରିକାର ଏକ ସଂସ୍ଥା ମର୍ଣିଂଷ୍ଟାର୍ ଆନାଲିଷ୍ଟ ଏଭଳି ଆକଳନ କରିଛି । ଆଗାମୀ କିଛି ବର୍ଷ ମଧ୍ୟରେ ସୁନା ମୂଲ୍ୟ ପ୍ରାୟ ୩୮ ପ୍ରତିଶତ ଖସି ୧୦ ଗ୍ରାମକୁ ୫୫ ହଜାର ଟଙ୍କା ପାଖାପାଖି ରହିପାରେ । ଆଗାମୀ ଦିନରେ ସୁନାର ଯୋଗାଣ ବୃଦ୍ଧି, ଚାହିଦା ହ୍ରାସ, ମାର୍କେଟ ସାଚୁରେସନ୍ ଆଦି କାରଣରୁ ସୁନା ଦର ଖସିପାରେ ବୋଲି କହିଛି ମର୍ଣିଂଷ୍ଟାର ।

Advertisment

ଅଧିକ ପଢ଼ନ୍ତୁ: କାହାକୁ ଟାର୍ଗେଟ କରି ଟ୍ରମ୍ପ ଆଣିଛନ୍ତି ନୂଆ ଟାରିଫ ନୀତି ? ମିଳିଛି ତ ସିନେଟ ମଞ୍ଜୁରୀ ?

ସୂଚନା ଅନୁସାରେ, ଗତ କିଛି ମାସ ହେଲା ଉପରମୁହାଁ ହୋଇ ଚାଲିଛି ସୁନା ଦର । ମାସକ ଭିତରେ ଭୁବନେଶ୍ବରରେ ସୁନା ଦର ପ୍ରାୟ ୬ ହଜାର ଟଙ୍କା ବୃଦ୍ଧି ହୋଇ, ନିକଟରେ ୯୩ ହଜାର ଟଙ୍କା ପାଖାପାଖି ପହଞ୍ଚିଥିଲା । କିନ୍ତୁ ଗତ ୨ ଦିନ ମଧ୍ୟରେ ୨୪ କ୍ୟାରେଟ ସୁନା ଦର ୨ ହଜାର ୭୨୦ ଟଙ୍କା ହ୍ରାସ ପାଇ ୯୦ ହଜାର ୬୬୦ ଟଙ୍କାକୁ ଖସି ଆସିଛି ।

Advertisment

ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୧,୬୪୦ ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୮୦ ଟଙ୍କା ହ୍ରାସ ପାଇବା ସହ ୯୦,୬୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୯୦୦ ଟଙ୍କା ହ୍ରାସ ଘଟି ୮୩,୧୦୦ ଟଙ୍କା ରହିଛି ।

୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୮,୩୧୦ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୬,୪୮୦ ଟଙ୍କା ରହିଛି । ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୯,୦୬୬ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୨,୫୨୮ ଟଙ୍କା ରହିଛି ।

Advertisment

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୮୩ ,୧୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୮,୩୧୦ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୬,୪୮୦ ଟଙ୍କା ରହିଛି । ଏହା ଛଡା ରୁପା ଦରରେ ସାମାନ୍ୟ ହ୍ରାସ ପାଇଛି । ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୧୦୩ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୮୨୪ ଟଙ୍କା, ୧୦୦ ଗ୍ରାମ୍ ପିଛା ୧୦,୩୦୦ ଓ ୧ କେଜି ପିଛା ୧,୦୩,୦୦୦ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ: ସୁନା ଦରରେ ବଡ଼ ପରିବର୍ତ୍ତନ...କମିଲା ଏତିକି

Odisha Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ