Gold Price Today
ବିବାହ ଋତୁ ଚାଲିଛି। ଏହାକୁ ଲକ୍ଷ୍ୟ ରଖି ଜୋରସୋରରେ ଗହଣା କିଣା ବି ଚାଲିଛି। ଆଜି ସୁନା କାରବାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଜି ଭୁବନେଶ୍ୱର ରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୧୨୦ ହୋଇଯାଇଛି ।
ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୧,୪୫୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାର ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୫,୧୪୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୪୧,୧୬୦ ଟଙ୍କା ହୋଇଛି।
ଅଧିକ ପଢ଼ନ୍ତୁ: କିପରି ଜାଣିବେ ସୁନାର ଶୁଦ୍ଧତା; କ’ଣ ଏହି ୨୨ ଏବଂ ୨୪ କ୍ୟାରେଟ୍
କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୫,୧୪୫ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୪୧,୧୬୦ ଟଙ୍କା ରହିଛି।
ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧ ଗ୍ରାମ ପିଛା ୫,୬୧୨ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୪୪,୮୯୬ ଟଙ୍କା ରହିଛି। ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୭୧,୮୦ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୫୭୪,୪୦ଟଙ୍କା, ୧୦ ଗ୍ରାମ ପିଛା ୭୧୮ଟଙ୍କା , ୧୦୦ ଗ୍ରାମ ପିଛା ୭,୧୮୦ ଓ ୧କେଜି ପିଛା ୭୧,୮୦୦ ଟଙ୍କା ରହିଛି।
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677568011.jpg)