• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୁନା ଦରବୃଦ୍ଧିରେ ଲାଗୁନି ବ୍ରେକ୍ । ମାସକରେ ମହଙ୍ଗା ହେଲାଣି ୫ ହଜାର ଶହେ ଟଙ୍କା । ଛୁଇଁଲା ସର୍ବକାଳୀନ ରେକର୍ଡ । ଖାଣ୍ଟି ସୁନା ଅର୍ଥାତ୍ ୨୪ କ୍ୟାରେଟ୍ ସୁନା ଦାମ ପ୍ରଥମ ଥର ଲାଗି ୭୦ ହଜାରରେ ପହଞ୍ଚିଛି । ୨୨ କ୍ୟାରେଟ୍ ବି ୬୩ ହଜାର ଟଙ୍କା ଡେଇଁଛି। ମାସକ ତଳେ ଅର୍ଥାତ୍ ଗତ ଫେବ୍ରୁଆରୀ ୨୯ରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍‌ ୧୦ ଗ୍ରାମ ପିଛା ୫୮ ହଜାର ୩ ଶହ ଟଙ୍କାରେ ବିକ୍ରି ହେଉଥିଲା। ଆଜି ୬୩ ହଜାର ୪ ଶହ ଟଙ୍କାରେ ପହଞ୍ଚିଯାଇଛି। ସେହିପରି ମାସକ ତଳେ ୬୫ ହଜାର ଟଙ୍କାରେ ବିକ୍ରି ହେଉଥିବା ୨୪ କ୍ୟାରେଟ୍ ସୁନା ଆଜି ୭୦ ହଜାର ହେଲାଣି। ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ । କମେଇ ଦେଲେଣି ସୁନାଗହଣା କିଣା । ଏପଟେ ବ୍ୟବସାୟୀ କହିଛନ୍ତି, ସୁନା ଦରବୃଦ୍ଧି ଯୋଗୁଁ ଢେର ମାଡ଼ ଖାଉଛି ବେପାର ।

ବଜାର ବିଶେଷଜ୍ଞଙ୍କ କହିବା କଥା, ଆମେରିକା ଫେଡେରାଲ ରିଜର୍ଭ ଚଳିତ ବର୍ଷ ୩ ଥର ସୁଧହାର ହ୍ରାସ ପାଇଁ ଘୋଷଣା କରିଛି। ଏଣୁ ଡଲାର ଅଥବା ଷ୍ଟକ ମାର୍କେଟ ତୁଳନାରେ ସୁନାରେ ପୁଞ୍ଜି ନିବେଶକୁ ଅଧିକ ସୁରକ୍ଷିତ ମଣୁଛନ୍ତି ନିବେଶକ । ତେଣୁ ଆନ୍ତର୍ଜାତିକ ବଜାରରେ ବଢ଼ିଚାଲିଛି ସୁନା ଦର। ଏପଟେ ସୁନା ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ଆମଦାନୀ ଉପରେ ନିର୍ଭରଶୀଳ ଥିବାରୁ ଘରୋଇ ବଜାରରେ ମହଙ୍ଗା ହେଉଛି । ଏ ସ୍ଥିତି ଆଗକୁ ବି ଜାରି ରହିବ । ୨୨ କ୍ୟାରେଟ୍ ସୁନା ଦାମ ୭୦ ହଜାର ଟଙ୍କା ଛୁଇଁବା ଆଶଙ୍କାକୁ ବି ଏଡ଼ାଯାଇ ନପାରେ । ଏମିତିକି ସ୍ଥିତିରେ ଆନ୍ତର୍ଜାତିକ ବଜାର ସ୍ଥିତିରେ ସୁଧାର ଆସିଲା ପରେ ବି ଘରୋଇ ବଜାରରେ ସୁନା ଦରରେ ବଡ଼ ଧରଣର ହ୍ରାସ ସମ୍ଭାବନା କ୍ଷୀଣ ବୋଲି ଆକଳନ କଲେଣି ବଜାର ବିଶେଷଜ୍ଞ ।

ତେବେ ଲଗାତର ଉପରମୁହାଁ ସୁନା ଦରରେ କେବେ ବ୍ରେକ୍ ଲାଗିବ ଓ ପୁଣିଥରେ ଗ୍ରାହକ ଗହଣା ଦୋକାନ ମୁହାଁ ହେବେ, ତା’କୁ ହିଁ ଅପେକ୍ଷା ।