/odishatv-khabar/media/post_attachments/uploadimage/library/16_9/16_9_0/Gold_price_1747904652.jpg)
Gold price
ବିବାହ ଋତୁରେ ବେଲଗାମ ସୁନା ଦର । ରାଜଧାନୀ ଭୁବନେଶ୍ୱରରେ ଉପରମୁହାଁ ସୁନା ମୂଲ୍ୟ । କାଲି ୨୪ କ୍ୟାରେଟ୍ ସୁନା ଏକାଥରେ ୨୪୦୦ ଏବଂ ୨୨ କ୍ୟାରେଟ୍ ୨୨୦୦ ଟଙ୍କା ବଢିଥିବା ବେଳେ ଆଜି ପୁଣି ମହଙ୍ଗା ହୋଇଛି । ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଆଜି ୪୯୦ ଟଙ୍କା ବଢ଼ି ୯୭ ହଜାର ୯୧୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ ସୁନା ଦରରେ ୪୫୦ ଟଙ୍କା ବୃଦ୍ଧି ହୋଇଛି ।
ଅଧିକ ପଢ଼ନ୍ତୁ: ଫେରିଲା କରୋନା; ଭୁବନେଶ୍ୱରରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ
ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୯ ହଜାର ୭୫୦ ଟଙ୍କା ରହିଛି । କାଲି ଏହି ଦର ୮୯ ହଜାର ୩୦୦ ଟଙ୍କା ଥିଲା । ସେହିପରି ୧୮ କ୍ୟାରେଟ ସୁନା ଦର ୩୭୦ ଟଙ୍କା ବୃଦ୍ଧି ସହ ୭୩ ହଜାର ୪୪୦ ଟଙ୍କାରେ ପହଞ୍ଚିଛି । ଗତ କିଛି ଦିନ ହେଲା ସୁନା ଦରରେ ସାମାନ୍ୟ ସ୍ଥିରତା ଦେଖାଯାଇଥିବା ବେଳେ ପୁଣିଥରେ ଏହା ବେଲଗାମ ହୋଇପଡିଛି । କେଉଁ ଦିନ ହଜାରେ ବଢୁଛି ତ ଆଉ କେଉଁ ଦିନ ଶହେ । ପ୍ରାୟତଃ ପ୍ରତିଦିନ ସୁନା ମହଙ୍ଗା ହେବାରେ ଲାଗିଛି । ବିବାହ ଋତୁ ଚାଲିଥିବାରୁ ସୁନା ଦାମ୍ରେ ଏହି ଅହେତୁକ ବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ବୋଝ ବଢାଇ ଦେଇଛି ।
କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।
ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।
ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ
କିଛି ଜାଣିବା କଥା:
ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ।
ସୁନା କିଣିବା ବେଳେ ହଲ୍ମାର୍କ ଦେଖି ସୁନା କିଣନ୍ତୁ।
ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)