/odishatv-khabar/media/post_attachments/uploadimage/library/16_9/16_9_0/Gold_price_1747559290.jpg)
Gold price
ସୁନା ଦରରେ ହେବ ବଡ ପରିବର୍ତ୍ତନ । ଅକାଶ ଛୁଆଁ ସୁନା ଦରରେ ହ୍ରାସ ପରିଲକ୍ଷିତ ହେବ । ଗତ ଏପ୍ରିଲ ୨୨ରେ ସୁନା ଦରରେ ରେକର୍ଡ ଛୁଇଁଥିବା ୯୯,୩୫୮ ଟଙ୍କାରୁ ଏବେ ଯାଏଁ ୭ ପ୍ରତିଶତ ଖସିଲାଣି ସୁନା ଦର । ବିଶେଷଜ୍ଞଙ୍କ ମତରେ ସୁନା ଦର ୮୮,୦୦୦ ଟଙ୍କାକୁ ଖସି ଆସିବ । ଯଦି ସୁନା ଦରରେ ଏତେ ବଡ ପରିବର୍ତ୍ତନ ହେବ, ତାହାଲେ ନିବେଶକମାନେ କ’ଣ କରିବେ ବୋଲି ପ୍ରଶ୍ନ ଉଠିଛି ।
ଏକ୍ସିସ ସିକ୍ୟୁରିଟିଜର ସୂଚନା ଅନୁଯାୟୀ, ସୁନା ବର୍ତ୍ତମାନ ୫୦- ଦିନ ମୋଭିଂ ହାରାହାରି ଏନଭେଲୋପ (ଏହା ଏକ ବୈଷୟିକ ସୂଚକ, ଯାହା ୫୦ ଦିନ ମଧ୍ୟରେ ଚାଲୁଥିବା ଏକ ହାରାହାରି ଦରକୁ ଯୋଗ କରି ଓ ବିୟୋଗ କରି ସମ୍ଭାବ୍ୟ ମୂଲ୍ୟ ନିର୍ଦ୍ଧାରଣ କରିଥାଏ । ଏହା ଦ୍ୱାରା ନିବେଶକମାନେ ଟ୍ରେଣ୍ଡରେ ଚାଲୁଥିବା ଦରକୁ ବିଶ୍ଳେଷଣ କରନ୍ତି) +୩%ରେ ଟେଷ୍ଟିଂ କରୁଛି । ୨୦୨୪ ନଭେମ୍ବର ଠାରୁ ଦର ହ୍ରାସ କରିଛି ।
ଅଧିକ ପଢନ୍ତୁ: ରେକର୍ଡ ଛୁଉଁଛି ସୁନା ଦର: ଆଜି କେତେ ଅଛି ଜାଣନ୍ତୁ
ମେ ୧୬ରୁ ୨୦ ମଧ୍ୟରେ ଏହି ସୂଚକାଙ୍କ ଟ୍ରେଣ୍ଡିଂରେ ପରିବର୍ତ୍ତନ କରିବ । ଆନ୍ତର୍ଜାତିକ ବଜାରରେ ଅତ୍ୟାବଶ୍ୟକ ସମର୍ଥନ ଭାବେ ୩,୧୩୬ ଡଲାର ରହିଥିବା ବିଶ୍ଳେଷଣରୁ ଜଣାପଡିଛି । ଯଦି ଦର ଏହି ପଏଣ୍ଟରୁ ତଳକୁ ଖସେ ତାହାଲେ ଏହା ୨,୮୭୫ ରୁ ୨,୯୫୦ ଡଲାରକୁ ଖସିପାରେ । ବାଣିଜ୍ୟ ଯୁଦ୍ଧ ଯୋଗୁଁ ବଣ୍ଡ ୟିଲ୍ଡ (ଯାହା ନିବେଶକମାନେ ରିଟର୍ଣ୍ଣ ପାଇଁ ଆଶା କରିଥାନ୍ତି) ବୃଦ୍ଧି ପାଇଛି, କିନ୍ତୁ ସୁନା ମୂଲ୍ୟ ହ୍ରାସ ପାଉଛି ।
ଅଗମଣ୍ଟର ଗବେଷଣା ମୁଖ୍ୟ ରେନିଶା ଚୈନାନି କହିଛନ୍ତି, ସାମ୍ପ୍ରତିକ ଭୂ-ରାଜନୈତିକ ସମସ୍ୟା ଏବଂ ବଜାର ଚାହିଦା ହ୍ରାସ ଯୋଗୁଁ ସୁନା ଦରରେ ଏପରି ଚାପ ଦେଖାଦେଉଛି । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଓ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଆଲୋଚନାର ଅଭାବ ଯୋଗୁଁ ସୁନା ଦରରେ ବୃଦ୍ଧି ପାଇଛି । ସୁନା ଦର ଡବଲ ଟପ ନେକଲାଇନ ସପୋର୍ଟ(ସର୍ବୋଚ୍ଚ ମୂଲ୍ୟରୁ ନିମ୍ନ ମୂଲ୍ୟକୁ ପରିବର୍ତ୍ତନ ହେବାକୁ ସୂଚୀତ କରିଥାଏ) ୩୨୦୦ ଡଲାରକୁ ଭାଙ୍ଗି ଥିବାରୁ ସୁନା ମୂଲ୍ୟ ବହୁତ କମ୍ ସମୟରେ ୩୦ରୁ ୮୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୮୭,୦୦୦ ଟଙ୍କାରୁ ୮୮,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେବ ବୋଲି ଅନୁମାନ କରାଯାଉଛି ।
ରିଦ୍ଧିସିଦ୍ଧି ବଲିୟନ୍ସର ମ୍ୟାନେଜିଂ ଡିରେକ୍ଟର ପୃଥ୍ୱୀରାଜ କୋଠାରୀ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ବଜାର ପରିବର୍ତ୍ତନ ସତ୍ତ୍ୱେ ସୁନାର ପ୍ରଭାବ ସ୍ଥିର ରହିଛି । ଦୀର୍ଘମିଆଦୀ ଭାବେ ଏହା ଅକ୍ଷୁର୍ଣ୍ଣ ଥିବା ବେଳେ ସ୍ୱଳ୍ପକାଳୀନ ପରିବର୍ତ୍ତନ ପାଇଁ ଏହାର ମୂଲ୍ୟ ଅସୁରକ୍ଷିତ ରହିଛି । ବୈଶ୍ୱିକ ସ୍ତରରେ ଆର୍ଥିକ ସ୍ଥିତି ସୁଧୁରିଲେ ସୁନା ଦରରେ ମଧ୍ୟ ଏକ ନିର୍ଦ୍ଧାରିତ ମୂଲ୍ୟ ଆସିଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)