Advertisment

ହୁ ହୁ ବଢୁଛି ସୁନାଦର, ସପ୍ତାହକ ମଧ୍ୟରେ ବଢ଼ିଲାଣି ୩ ହଜାର ୧୫୦ ଟଙ୍କା

ଉପରମୁହାଁ ସୁନା ଦର। କେବଳ ମାର୍ଚ୍ଚରେ ମହଙ୍ଗା ହେଲାଣି ୩ ହଜାର ୧୫୦ ଟଙ୍କା। ଖାଣ୍ଟି ସୁନା ୧୦ ଗ୍ରାମ ପିଛା ୬୫ ହଜାର ଟଙ୍କା ୮୫୦ ଛୁଇଁ ସାରିଥିଲା ବେଳେ ୨୨ କ୍ୟାରେଟ୍ ସୁନା ଦାମ ୬୧ ହଜାର ଟଙ୍କା ଆଡ଼କୁ ମୁହାଇଁଲାଣି।

author-image
Santosh Kumar Sahoo
undefined

Gold Price

ହୁ ହୁ ବଢ଼ି ଚାଲିଛି ସୁନା ଦର। ୨୪ କ୍ୟାରେଟ୍ ଖାଣ୍ଟି ସୁନା ୬୫ ହଜାର ଟଙ୍କା ଟପିଥିବା ବେଳେ ୨୨ କ୍ୟାରେଟ୍ ୬୧ ହଜାର ଟଙ୍କାକୁ ପାଖେଇଲାଣି। ଏଭଳି ସ୍ଥିତିରେ ବିବାହ, ବ୍ରତ କି ଅନ୍ୟ କିଛି ପାରିବାରିକ ଅନୁଷ୍ଠାନ ଲାଗି ସୁନା କିଣିବାକୁ ଡରିଲେଣି ଗ୍ରାହକ। ଏପଟେ ବଜାର ବିଶେଷଜ୍ଞଙ୍କ ମତ, ଆଗକୁ ଆହୁରି ମହଙ୍ଗା ହେବ ସୁନା।

Advertisment

ଉପରମୁହାଁ ସୁନା ଦର। କେବଳ ମାର୍ଚ୍ଚରେ ମହଙ୍ଗା ହେଲାଣି ୩ ହଜାର ୧୫୦ ଟଙ୍କା। ଖାଣ୍ଟି ସୁନା ୧୦ ଗ୍ରାମ ପିଛା ୬୫ ହଜାର ଟଙ୍କା ୮୫୦ ଛୁଇଁ ସାରିଥିଲା ବେଳେ ୨୨ କ୍ୟାରେଟ୍ ସୁନା ଦାମ ୬୧ ହଜାର ଟଙ୍କା ଆଡ଼କୁ ମୁହାଇଁଲାଣି। ସପ୍ତାହକ ତଳେ ଅର୍ଥାତ୍ ଫେବ୍ରୁଆରୀ ୨୯ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୫୭ ହଜାର ୬୦୦ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଆଜି ପହଞ୍ଚିଗଲାଣି ୬୦ ହଜାର ୭୫୦ ଟଙ୍କାରେ। ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ। ବିବାହ, ବ୍ରତ କି ଅନ୍ୟ କୌଣସି ପାରିବାରିକ ଅନୁଷ୍ଠାନ ପାଇଁ ସୁନା ଗହଣା କିଣିବାକୁ ବି ଡରିଲେଣି। ଏପଟେ ବ୍ୟବସାୟୀ କହିଛନ୍ତି, ସୁନାଦର ବୃଦ୍ଧି ଯୋଗୁଁ ବିବାହ ଋତୁ ସତ୍ତ୍ୱେ ଏବେ ମାଡ଼ ଖାଉଛି ବ୍ୟବସାୟ। କମିବାରେ ଲାଗିଛି ସୁନାଗହଣା ବିକ୍ରି।

ହେଲେ କାହିଁକି ବଢ଼ୁଛି ସୁନା ଦର ? ଆଗକୁ କ’ଣ ହେବ ସ୍ଥିତି ? ବଜାର ବିଶେଷଜ୍ଞଙ୍କ କହିବା କଥା, ଆମେରିକା ଫେଡେରାଲ୍ ରିଜର୍ଭ ସୁଧହାର କମାଇବାକୁ ଘୋଷଣା କରି ଥିବାରୁ ନିବେଶକ ସୁନାରେ ପୁଞ୍ଜିନିବେଶକୁ ଅଧିକ ସୁରକ୍ଷିତ ମଣୁଛନ୍ତି। ଏଣୁ ଆନ୍ତର୍ଜାତିକ ବଜାରରେ ସୁନା ଦାମ ବଢ଼ୁଛି। ଭାରତ ସୁନା ପାଇଁ ଆମଦାନୀ ଉପରେ ନିର୍ଭରଶୀଳ ଥିବାରୁ ଘରୋଇ ବଜାରରେ ମଧ୍ୟ ସୁନା ମହଙ୍ଗା ହେଉଛି। ଏ ସ୍ଥିତି ଆଗକୁ ବି କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି,୨୪ କ୍ୟାରେଟ୍ ସୁନା ଦାମ ୭୨ ହଜାର ଟଙ୍କା ଛୁଇଁପାରେ ବୋଲି ଆକଳନ କରାଯାଉଛି।

Advertisment

ମାର୍ଚ୍ଚ ୧୩ ପରେ ରାଜ୍ୟରେ ସରୁଛି ବିବାହ ଋତୁ। ଏଭଳି ସ୍ଥିତିରେ ସୁନା ପୁଣି ମହଙ୍ଗା ହେଲେ, ସାଧାରଣ ଲୋକଙ୍କ ପାଇଁ ସୁନା ଗହଣା କିଣିବା ମୁସ୍କିଲ ହୋଇଯିବ ।

Gold Price
Advertisment
Advertisment