• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୁନାଦରକୁ ନେଇ ଲଗାତର କିଛି ଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି । ଏପ୍ରିଲ ୧ରୁ ସାରା ରାଜ୍ୟରେ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ ହେବାନେଇ କୁହାଯାଉଛି । ଏଣିକି ରାଜ୍ୟର ଛୋଟବଡ଼ ପ୍ରତ୍ୟେକ ଗହଣା ଦୋକାନରେ ହଲମାର୍କ ଚିହ୍ନିତ ସୁନା ଗହଣା ବ୍ୟବସାୟୀ ବିକ୍ରି କରିବେ ବୋଲି କୁହାଯାଇଛି । ଯାହାଦ୍ୱାରା ସୁନା କିଣିବା ପୂର୍ବରୁ ସୁନାର ମାନକୁ ନେଇ ଗ୍ରାହକଙ୍କ ଭିତରେ ଯେଉଁ ଦ୍ୱନ୍ଦ୍ୱ ରହୁଥିଲା ତାହା ଦୂର ହୋଇପାରିବ ।

ସେପଟେ ସୁନାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜାରି ରହିଥିବାବେଳେ ଗଲା କିଛି ଦିନ ଧରି ସୁନାଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯାହାକୁ ନେଇ ମଧ୍ୟବିତ୍ତ ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି । ଏହାରି ଭିତରେ ସୁନାକୁ ନେଇ ସାମାନ୍ୟ ଖୁସି ଖବର ଆସିଛି । MCX ଉପରେ ସୁନାଦର ହ୍ରାସ ପାଇଛି ।

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସୁନାର ଶୁଦ୍ଧତା; କ’ଣ ଏହି ୨୨ ଏବଂ ୨୪ କ୍ୟାରେଟ୍

୧୦ ଗ୍ରାମ ପିଛା ୧୮୨ ଟଙ୍କା ହ୍ରାସ ପାଇଥିବାବେଳେ ୫୯୫୫୨ ଟଙ୍କା ରହିଛି । ସେହିପରି ରୁପାଦର ୧୨୬ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୭୦,୪୫୮ ଟଙ୍କା ହୋଇଛି । ଗତ ମଙ୍ଗଳବାର ଦିନ ସୁନାଦର ଅହେତୁକ ବୃଦ୍ଧି ଘଟିଥିଲା । ଅନ୍ତର୍ଜାତୀୟ ବଜାରରେ ସୁନାଦର ମଧ୍ୟ ବୃଦ୍ଧି ପାଇଥିଲା ।

ସେପଟେ ଏପ୍ରିଲ ୧ରୁ ସାରା ରାଜ୍ୟରେ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ ହୋଇଛି । ହଲ୍ ମାର୍କିଂ ବିଶେଷଜ୍ଞଙ୍କ ମତରେ, ନୂଆ ବ୍ୟବସ୍ଥାରେ ବିକ୍ରି ହେବାକୁ ଥିବା ପ୍ରତି ସୁନା ଗହଣାରେ ରହିବ ୩ଟି ମାର୍କ । ଗୋଟିଏ ବିଆଇଏସ୍ ଲୋଗୋ, ସୁନା ଗହଣା ଶୁଦ୍ଧତାର ଚିହ୍ନ ଓ HUID ।

HUIDରେ ୬ଟି ଆଲ୍ଫାନ୍ୟୁମେରିକ୍ ନମ୍ବର ବିଶିଷ୍ଟ କୋଡ୍ ରହିବ । ଏହି କୋଡ୍ ମାଧ୍ୟମରେ BIS CARE ଆପ୍ ଜରିଆରେ ସୁନା ଗହଣାର ଶୁଦ୍ଧତା, ଏହାର ନିର୍ମାତା ଓ ହଲ୍ ମାର୍କିଂ କରିଥିବା ସଂସ୍ଥା ଓ ବିକ୍ରି କରିଥିବା ଗହଣା ପ୍ରତିଷ୍ଠାନ ସମ୍ପର୍କରେ ସବୁ ଜାଣିପାରିବେ ଗ୍ରାହକ ।