/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701486422.jpg)
Share Market
ଘରୋଇ ପୁଞ୍ଜି ବଜାରରେ ଅସ୍ୱାଭାବିକ ପ୍ରଦର୍ଶନ । ଗୋଟିଏ ସପ୍ତାହରେ ୧୪୦୦ ପଏଣ୍ଟ ଛୁଇଁଲା ପୁଞ୍ଜି ବଜାର । ଡିସେମ୍ବର ମାସର ପ୍ରଥମ ଦିନରେ ଶିଖର ଛୁଇଁଛି । ଦୁଇଦିନ ପୂର୍ବରୁ ଜିଡିପି ଆକଳନ ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ପ୍ରଥମ ଓ ତ୍ରୈମାସିକ ଜିଡିପି ଆକଳନ ୭.୬ ପ୍ରତିଶତର ଅଭିବୃଦ୍ଧି ଘଟିବା ନେଇ ଦର୍ଶା ଯାଇଥିଲା । ଅନ୍ୟପଟେ ଭାରତୀୟ ପୁଞ୍ଜି ବଜାରରେ ବିଦେଶୀ ନିବେଶକଙ୍କ ପ୍ରବେଶ, ବୁଥ ଏକଜିଟ ପୋଲ ଆଦି ନେଇ ଭାରତୀୟ ସେୟାର ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି ।
ଗତକାଲିର କାରବାର ଶେଷ ବେଳକୁ BSE ସେନସେକ୍ସ୪୯୨.୭୫ ପଏଣ୍ଟରେ ବନ୍ଦ ରହିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ସୂଚକାଙ୍କ ୨୦,୨୫୦ ପଏଣ୍ଟ ଅତିକ୍ରମ କରି ରେକର୍ଡ ସ୍ତରରେ ପହଞ୍ଚିଛି । ଅନ୍ୟପଟେ ଚଳିତ ସପ୍ତାହରେ ମଧ୍ୟ ଷ୍ଟକ ବଜାରରେ ୪୯୨ ପଏଣ୍ଟ ବୃଦ୍ଧି ପାଇଛି । ଏଥି ଯୋଗୁଁ ମାତ୍ର ଦିନକରେ ନିବେଶକମାନେ ପାଖାପାଖି ୨ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି ।
ଗତକାଲି ବଜାର ଆରମ୍ଭ ବେଳେ BSE ରେ ୦.୭୪ ପ୍ରତିଶତ ବୃଦ୍ଧି ପାଇ ୬୭,୪୮୧.୧୯ ପଏଣ୍ଟରେ କାରବାର ଶେଷ କରିଛି । ସେହିପରି NIFTY ୧୩୫ ପଏଣ୍ଟ ବା ୦.୬୭ ପ୍ରତିଶତ ବୃଦ୍ଧି ପାଇ ୨୦,୨୬୭.୯୦ ରେ ପହଞ୍ଚିଛି । କେବଳ ୨ ପ୍ରତିଶତରୁ ଅଧିକ ବୃଦ୍ଧି ମଧ୍ୟରେ ଲାର୍ସନ ଆଣ୍ତ ଟୁବ୍ରୋ, ଏନଟିପିସି, ଆଇଟିସି, ଏସିଆନ ପେଣ୍ଟ୍ସରେ ବୃଦ୍ଧି ଘଟିଛି ।
ଅନ୍ୟପଟେ ମହିନ୍ଦ୍ରା ଆଣ୍ତ ମହିନ୍ଦ୍ରାର ସେୟାର ସବୁଠାରୁ ଅଧିକ ୧.୫୮ ପ୍ରତିଶତ ହ୍ରାସରେ ବନ୍ଦ ରହିଛି । ତେବେ ଜିଡିପିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ବୋଲି ପୂର୍ବାନୁମାନ କରିଛି । ଏପ୍ରିଲ-ଜୁନ୍ ମାସରେ ଭାରତୀୟ ଅର୍ଥନୀତି ୭.୮ ପ୍ରତିଶତ ଏବଂ ଜୁଲାଇ-ସେପ୍ଟେମ୍ବର ୨୦୨୨ ରେ ୬.୨ ପ୍ରତିଶତ ବୃଦ୍ଧି ପାଇଛି ।
ଗତ ନଭେମ୍ବର ୩୦ ରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଅକ୍ଟୋବରରେ ଭାରତର ଆଠଟି କ୍ଷେତ୍ରରେ ୧୨.୧ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଏହି ସମୟ ମଧ୍ୟରେ କେନ୍ଦ୍ର ସରକାରଙ୍କ ଆର୍ଥିକ ନିଅଣ୍ଟ ୮.୦୪ ଲକ୍ଷ କୋଟିରୁ ୭.୦୨ ଲକ୍ଷ କୋଟିକୁ ବୃଦ୍ଧି ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)