/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709473808.jpg)
Flipkart UPI
ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ନିଜର ‘UPI’ ସେବା ଆରମ୍ଭ କରିଛି। ଏହି ସେବା ମାଧ୍ୟମରେ ୟୁଜର୍ସ ଫ୍ଲିପକାର୍ଟ ଆପ୍ କିମ୍ବା ଆପ୍ ବାହାରେ ଅନଲାଇନ୍ ଏବଂ ଅଫଲାଇନ୍ ପେମେଣ୍ଟ କରିପାରିବେ। ଆକ୍ସିସ୍ ବ୍ୟାଙ୍କ ସହଭାଗିତାରେ ଫ୍ଲିପକାର୍ଟ ନିଜର ୟୁପିଆଇ ସେବା "ଫ୍ଲିପକାର୍ଟ ୟୁପିଆଇ" ଆରମ୍ଭ କରିଛି ବୋଲି ଘୋଷଣା କରିଛି। ଏହା ଗ୍ରାହକମାନଙ୍କୁ ଡିଜିଟାଲ ପେମେଣ୍ଟ କରିବା ପାଇଁ ଆହୁରି ସହଜ ବିକଳ୍ପ ହେବ।
ସୂଚନା ଅନୁସାରେ ଇ କର୍ମସ କମ୍ପାନୀ ଫ୍ଲିପକାର୍ଟ ଗତ ବର୍ଷ UPI ସେବାର ପରୀକ୍ଷଣ କରିଥିଲା। ତେବେ ବର୍ତ୍ତମାନ ଫ୍ଲିପକାର୍ଟ ପକ୍ଷରୁ ଏହି ସେବା କେବଳ ଆଣ୍ଡ୍ରୁଏଡ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ। ତେବେ ଏହି ସେବା ବ୍ୟବହାର କଲେ କମ୍ପାନୀ ୟୁଜର୍ସଙ୍କୁ ସୁପରକଏନ୍, କ୍ୟାସବ୍ୟାକ୍ ଓ ବ୍ରାଣ୍ଡ ଭାଉଚର୍ ପରି ସୁବିଧା ପ୍ରଦାନ କରିବ ବୋଲି ସୂଚନା ମିଳିଛି । ତେବେ ଫ୍ଲିପକାର୍ଟ ୟୁପିଆଇ ଆଣିବା ପରେ ୟୁଜର୍ସ ଆଉ ଥାର୍ଡ ପାର୍ଟି ପେମେଣ୍ଟ ଆପ୍ ଉପରେ ନିର୍ଭର କରିବ ନାହିଁ।
ମହାମାରୀ କରୋନା ପରେ ଦେଶରେ ଡିଜିଟାଲ୍ ପେମେଣ୍ଟରେ ବୃଦ୍ଧି ଘଟିଛି। ଆଉ ଏବେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ ଅନ୍ୟ ଡିଜିଟାଲ ପେମେଣ୍ଟ କମ୍ପାନୀ ଆପରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ବର୍ତ୍ତମାନ, ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଦ୍ୱାରା ନିଜର UPI ଆରମ୍ଭ କରିବା ପରେ ଏହା ସିଧାସଳଖ ଫେନ୍ ପେ’ ଓ ପେଟିଏମ୍କୁ ଟକ୍କର ଦେବ।
ଫ୍ଲିପକାର୍ଟ ୨୦୨୨ ଶେଷରେ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଫୋନ୍ ପେ’ ସହିତ ସମ୍ପର୍କ ଛିନ୍ନ କରିଥିଲା। ୟୁପିଆଇର ଚାହିଦାକୁ ଦୃଷ୍ଟିରେ ରଖି ଫ୍ଲିପକାର୍ଟ ୟୁପିଆଇ ଏକ ସରଳ ଏବଂ ବିନା ମୂଲ୍ୟରେ ଟଙ୍କା ନେଣ ଦେଣ ପ୍ରଦାନ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଫ୍ଲିପକାର୍ଟ କହିଛି ଯେ ଏହି ସେବା କେବଳ ଫ୍ଲିପକାର୍ଟରେ ନୁହେଁ ବରଂ ଏହା ବାହାରେ ସାମଗ୍ରୀ ଏବଂ ବିଭିନ୍ନ ଅନଲାଇନ୍ କାରବାରରେ ମଧ୍ୟ ବ୍ୟବହାର କରାଯାଇପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)