Advertisment

ହ୍ୱାଟ୍ସଆପରେ ବି କରିହେବ ଇନକମ ଟ୍ୟାକ୍ସ ଫାଇଲିଂ, ଜାଣନ୍ତୁ ଉପାୟ..

ହ୍ୱାଟ୍ସଆପ ମାଧ୍ୟମରେ ହେଉଛି ଆୟକର ରିଟର୍ଣ୍ଣ ଦାଖଲ । ଟ୍ୟାକ୍ସ ଫାଇଲିଂକୁ ଅଧିକ ସରଳ ଓ ସୁଗମ କରିବା ପାଇଁ ନୂଆ ବିକଳ୍ପ ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Income tax returns file via WhatsApp

Income tax returns

ପାଖେଇ ଆସୁଛି ଆୟକର ରିଟର୍ଣ୍ଣ (ITR) ୨୦୨୪ ପାଇଁ ଶେଷ ତାରିଖ ଜୁଲାଇ ୩୧। ସମୟସୀମା ସରିଆସୁଥିବାରୁ ଅନେକ ଲୋକ ସେମାନଙ୍କ ଟିକସ ଦାଖଲ ପାଇଁ ଏକ ସହଜ ଉପାୟ ସନ୍ଧାନରେ ଅଛନ୍ତି । କ୍ଲିୟର ଟ୍ୟାକ୍ସ ଏକ ଗେମ୍ ଚେଞ୍ଜର ଉପାୟ ଆରମ୍ଭ କରିଛି । ହ୍ୱାଟ୍ସଆପ ମାଧ୍ୟମରେ ଏବେ ସିଧାସଳଖ ITR ଫାଇଲ କରିହେବ । ଏହି ନୂଆ ବିକଳ୍ପ ଟ୍ୟାକ୍ସ ଫାଇଲିଂକୁ ଅଧିକ ସରଳ ଓ ସୁଗମ କରିବା ପାଇଁ ଡିଜାଇନ୍ କରାଯାଇଛି । ବିଶେଷ କରି ଯେଉଁମାନଙ୍କୁ ପାରମ୍ପରିକ ପ୍ରକ୍ରିୟା ସହଜ ଲାଗୁନଥିଲା, ଏହି ନୂଆ ବିକଳ୍ପ ସେମାନଙ୍କ ପାଇଁ ବେଶ୍ ଉପଯୋଗୀ ହେବ ବୋଲି କୁହାଯାଉଛି ।

Advertisment

ଆପଣ ଜଣେ ବ୍ୟସ୍ତ ବୃତ୍ତିଗତ ହୋଇଥିଲେ ଓ ଟିକସ ଶୁଳ୍କକୁ ଶୃଙ୍ଖଳିତ କରିବାକୁ ଚାହୁଁଥିଲେ, ହ୍ୱାଟ୍ସଆପ୍ ମାଧ୍ୟମରେ ITR ଦାଖଲ କରିପାରିବେ । ହ୍ୱାଟ୍ସଆପ୍ ମାଧ୍ୟମରେ ITR ଦାଖଲ ଏକ ସୁବିଧାଜନକ ଏବଂ ଉପଭୋକ୍ତା-ଅନୁକୂଳ ସମାଧାନ ପ୍ରଦାନ କରେ । ITR ୨୦୨୪ର ସମୟସୀମା ପୂର୍ବରୁ ସରଳତାର ସହ ଏହି ଅଭିନବ ସେବାର ଲାଭ କିପରି ଉଠାଇବେ ଜାଣନ୍ତୁ...

ଅଧିକ ପଢନ୍ତୁ : ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍ ? କ’ଣ କହିଲେ ସରକାର...

ହ୍ୱାଟ୍ସଆପ୍ ରେ ITR ଫାଇଲିଂ

କ୍ଲିୟର ଟ୍ୟାକ୍ସର ନୂତନ ପଦକ୍ଷେପ ଆପଣଙ୍କୁ ହ୍ୱାଟ୍ସଆପ୍ ବ୍ୟବହାର କରି ଆପଣଙ୍କର ITR ଫାଇଲ୍ କରିବାକୁ ଅନୁମତି ଦେଇଥାଏ, ଯାହା ପ୍ରକ୍ରିୟାକୁ ଅଧିକ ସୁଗମ ଏବଂ ଉପଭୋକ୍ତା-ଅନୁକୂଳ କରିଥାଏ । ଏହି ସେବା ଡ୍ରାଇଭର, ଡେଲିଭରି ଏକଜ୍ୟୁକିଟିଭ୍ ଓ ହୋମ ସର୍ଭିସରେ ନିୟୋଜିତ ଥିବା କର୍ମଚାରୀଙ୍କ ପାଇଁ ଡିଜାଇନ୍ କରାଯାଇଛି । ଏହା ଇଂରାଜୀ, ହିନ୍ଦୀ, ଏବଂ କନ୍ନଡ ପରି ୧୦ଟି ଭାଷାରେ ଏବଂ ITR 1 ଏବଂ ITR 4 ଫର୍ମ ପାଇଁ ମଧ୍ୟ ଉପଲବ୍ଧ ।

Advertisment

କିପରି କରିବେ ହ୍ୱାଟ୍ସଆପ୍ ରେ ITR ଫାଇଲିଂ ?
୧- ଆରମ୍ଭ କରନ୍ତୁ ବାର୍ତ୍ତାଳାପ 
ନିଜ ଫୋନରେ କ୍ଳିଅର ଟ୍ୟାକ୍ସ ନମ୍ବର(+918951262134) ସେଭ୍ କରନ୍ତୁ ଓ ''Hi'' ଲେଖନ୍ତୁ ।

୨- ନିଜର ଭାଷା ବାଛନ୍ତୁ
 ଇଂରାଜୀ, ହିନ୍ଦୀ କିମ୍ବା କନ୍ନଡ କିମ୍ବା ନିଜର ଭାଷା ଚୟନ କରନ୍ତୁ ।

୩- ପ୍ୟାନ କାର୍ଡ ନମ୍ବର ଦିଅନ୍ତୁ
ଆପଣଙ୍କର ପରମାନେଣ୍ଟ ଆକାଉଣ୍ଟ ନମ୍ବର (PAN) ଦିଅନ୍ତୁ କିମ୍ବା ପାନ୍ କାର୍ଡର ଏକ ଫଟୋ ଅପଲୋଡ୍ କରନ୍ତୁ ।

୪- ଆଧାର ନମ୍ବର ସେୟାର କରନ୍ତୁ
ଫାଇଲିଂ ପ୍ରକ୍ରିୟା ଜାରି ରଖିବା ପାଇଁ ଆଧାର ନମ୍ବର ଦିଅନ୍ତୁ ।

୫- ଇମେଲ ଆଡ୍ରେସ ଦିଅନ୍ତୁ

ଫାଇଲିଂ ପ୍ରକ୍ରିୟା ସମୟରେ ଅପଡେଟ୍ ରିସିଭ କରିବା ଓ ଓଟିପି ପାଇଁ ଆପଣଙ୍କର ଇମେଲ ଆଡ୍ରେସ ଦିଅନ୍ତୁ ।

ଅଧିକ ପଢନ୍ତୁ : ହ୍ୱାଟ୍‌ସଆପ୍‌ ଆଣିଲା ଆଉ ଏକ ନୂଆ ଫିଚର, ଯାହା ଚାଟିଂକୁ କରିବ ଆହୁରି ସହଜ

୬- ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ
ପିତାଙ୍କ ନାମ, ରହୁଥିବା ସ୍ଥାନ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଜନ୍ମ ତାରିଖ ଓ ପିନ୍ କୋଡ୍ ଦିଅନ୍ତୁ ।

୭- ଇମେଲ ଯାଞ୍ଚ କରନ୍ତୁ

ଓଟିପି ଗ୍ରହଣ କରିବା ପାଇଁ ଆଉଥରେ ଇମେଲ୍ ଲେଖନ୍ତୁ । ହ୍ୱାଟ୍ସଆପ୍ ଚାଟରେ ଭେରିଫିକେସନ ପାଇଁ ସେହି ଓଟିପି ସେୟାର କରନ୍ତୁ ।

୮- ଟ୍ୟାକ୍ସ ସମ୍ପନ୍ଧୀୟ ତଥ୍ୟ
ଆପଣ ଦେଇଥିବା ସୂଚନା ଅନୁଯାୟୀ କ୍ଳିଅର ଟ୍ୟାକ୍ସ ଟ୍ୟାକ୍ସ ସମ୍ପନ୍ଧୀୟ ତଥ୍ୟ ଏକତ୍ରିତ କରିବ ।  

WhatsApp Income Tax Returns IT Return Filing
Advertisment
Advertisment