Advertisment

ଆଷାଢ଼ରେ ଆକାଶଛୁଆଁ ପନିପରିବା ଦର, ବଜାରରେ ୬୦ ତଳକୁ ମିଳୁନି ପରିବା

ଏବେ ସେଂଚୁରୀ ପାର୍ ଟମାଟୋ ପାଇଁ ରାଜ୍ୟରେ ଶୀତଳଭଣ୍ଡାର ଅଭାବକୁ ଦାୟୀ କରିଛନ୍ତି ଚାଷୀ। ଏହାରି ଭିତରେ ଆଗକୁ ଶ୍ରାବଣ ମାସ ଥିବାରୁ ଏଥର ପରିବା ଦର ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶଙ୍କା କରାଯାଉଛି।

author-image
Chandan Shishu
Customers feel the heat as vegetable prices skyrockets in Odisha

Customers feel the heat as vegetable prices skyrockets in Odisha

ଆଷାଢରେ ପରିବା ଦେହରେ ହାତ ମାରିବାକୁ ଡର ଲାଗିଲାଣି। ଦର ଶୁଣି ମୁଣ୍ଡ ଝାଇଁ ମାରିଯାଉଛି। ନେବି କି ନେବିନି, କେତେ ନେବି ତିନି ଥର ଭାବିବାକୁ ପଡୁଛି। କୌଣସି ଗୋଟିଏ ବି ପରିବା ୬୦ ତଳକୁ ମିଳୁନି। ବିନସ୍- ୨୨୦, କ୍ୟାପସିକମ୍-୨୦୦, ସଜନା ଛୁଇଁ- ୧୨୦, ଝୁଡଙ୍ଗ-୧୦୦, ବାଇଗଣ-୮୦, ପୋଟଳ-୮୦,  ଭେଣ୍ଡି- ୮୦, କଲରା-୮୦ ଏବଂ ଫୁଲକୋବି ଗୋଟାକୁ- ୬୦।

Advertisment

୩ ଶହ ଟଙ୍କା ପାର୍ ଅଦା। ଶାଗ ପୂର୍ବରୁ ୧୫ ଟଙ୍କାରେ ତିନି ବିଡା ମିଳୁଥିଲା, ଏବେ ବିଡାକୁ ୧୫ ଟଙ୍କା। ବଜାରରେ ବୁଲି ବୁଲି ଘରକୁ ଅଧା ବ୍ୟାଗ ପରିବା ଆସୁଛି। ସେତକ ବି ୫ଶହରୁ ୬ଶହ ଟଙ୍କା। 

ବଜାରରେ ସବୁ ପରିବା ଦର ତ ଆକାଶ ଛୁଆଁ। ହେଲେ ଅମୂଲ ମୂଲ ଟମାଟୋ। କିଲେ ଟମାଟୋକୁ ଦର କେଉଁଠି ଶହେ ତ କେଉଁଠି ଶହେ କୋଡିଏ। ନାଲି ଟମାଟୋକୁ ଦେଖି କିଣିବାକୁ ମନ ହେଲେ ବି ପଛଘୁଂଚା ଦେଉଛନ୍ତି ଗ୍ରାହକ। ଏପଟେ ଗୃହିଣୀଙ୍କ ରୋଷେଇ ଘର ବଜେଟ୍ ବିଗିଡିଗଲାଣି। 

Advertisment

ବର୍ଷା ଶେଷ ଓ ଶୀତ ଆରମ୍ଭରେ ଆମ ରାଜ୍ୟରେ ଟମାଟୋ ଚାଷ ହୋଇଥାଏ। ଅର୍ଥାତ୍ ଅକ୍ଟୋବର ସୁଦ୍ଧା ରାଜ୍ୟରେ ଟମାଟୋ ଭରପୂର। ଆଉ ବର୍ଷ ଶେଷକୁ କିଲୋପ୍ରତି ଟଙ୍କାକରେ ବିକ୍ରି ହୁଏ ନାଲି ବିଲାତି। ଚାଷୀ ଅଭାବୀ ବିକ୍ରିର ବି ସାମ୍ନା କରେ। ଏବେ ସେଂଚୁରୀ ପାର୍ ଟମାଟୋ ପାଇଁ ରାଜ୍ୟରେ ଶୀତଳଭଣ୍ଡାର ଅଭାବକୁ ଦାୟୀ କରିଛନ୍ତି ଚାଷୀ। ଏହାରି ଭିତରେ ଆଗକୁ ଶ୍ରାବଣ ମାସ ଥିବାରୁ ଏଥର ପରିବା ଦର ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶଙ୍କା କରାଯାଉଛି।

Vegetable Price Hike
Advertisment
Advertisment