Advertisment

କର୍ମଚାରୀଙ୍କ ପାଇଁ ଖୁସି ଖବର...ଖୁବଶୀଘ୍ର ୧୦ପ୍ରତିଶତ ଦରମା ବୃଦ୍ଧି କରିବ କମ୍ପାନୀ

ବିଭିନ୍ନ ଶିଳ୍ପରେ ଦରମା ନେଇ ସର୍ଭେ କରାଯାଇଥିଲା। ଏଥିରେ କର୍ମଚାରୀଙ୍କ ତିନୋଟି ପାରାମିଟର ଯଥା କାର୍ଯ୍ୟଦକ୍ଷତା, ସାଂଗଠନିକ କାର୍ଯ୍ୟଦକ୍ଷତା ଏବଂ ପଦବୀ ଆଧାରରେ ଦରମା ବୃଦ୍ଧି ହେବ ବୋଲି ଜଣାପଡିଛି।

author-image
Sonali Ojha
ଅଦ୍ୟତନ ହୋଇଛି
India Companies to Dole Out Average10% Salary Hike

Salary Hike

ଖୁବଶୀଘ୍ର କର୍ପୋରେଟ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ଦରମା ବୃଦ୍ଧି କରିବ କମ୍ପାନୀ। ଚଳିତବର୍ଷ ହାରାହାରି ଦରମା ୧୦ ପ୍ରତିଶତ ବୃଦ୍ଧି କରିବାକୁ କମ୍ପାନୀଗୁଡିକ ପ୍ରସ୍ତୁତ ହେଉଛନ୍ତି। ଅଟୋମୋବାଇଲ୍, ଉତ୍ପାଦନ ଏବଂ ଇଞ୍ଜିନିୟରିଂ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ସର୍ବାଧିକ ଦରମା ବୃଦ୍ଧି ହେବ।

Advertisment

କନସଲଟାନ୍ସି ଫାର୍ମ ମର୍ସର୍ ଟିଆରଏସ୍ ଏନେଇ ଏକ ସର୍ଭେ କରିବା ପରେ ରିପୋର୍ଟ ପ୍ରକାଶ କରିଛି। ଏହି ସର୍ଭେରେ ମର୍ସର୍ କହିଛନ୍ତି ଯେ କର୍ପୋରେଟରେ କାମ କରୁଥିବା କର୍ମଚାରୀଙ୍କ ହାରାହାରି ଦରମା ୨୦୨୪ ରେ ୧୦ ପ୍ରତିଶତ ବୃଦ୍ଧି ହୋଇପାରେ। ୨୦୨୩ ମସିହାରେ ଦରମା ୯.୫ପ୍ରତିଶତ ବୃଦ୍ଧି ପାଇଥିଲା। ସର୍ବେକ୍ଷଣ ଅନୁଯାୟୀ ଅଟୋମୋବାଇଲ, ଉତ୍ପାଦନ, ଇଞ୍ଜିନିୟରିଂ ଏବଂ ଜୀବ ବିଜ୍ଞାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ବୃଦ୍ଧି ହେବ।

ଅଧିକ ପଢ଼ନ୍ତୁ: ଏଣିକି ସପ୍ତାହକୁ ୫ ଦିନ ଚାଲିବ ବ୍ୟାଙ୍କ...! ଜାଣନ୍ତୁ କ’ଣ କହୁଛି କର୍ମଚାରୀ ସଂଘ

Advertisment

ଗତବର୍ଷ ମେ’ ରୁ ଅଗଷ୍ଟ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ଯେଉଁଥିରେ ୧୪୭୪ କମ୍ପାନୀରୁ ୨୧ ଲକ୍ଷ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ୬୦୦୦କର୍ମଚାରୀଙ୍କ ତଥ୍ୟ ସଂଗ୍ରହ କରାଯାଇଥିଲା। ବିଭିନ୍ନ ଶିଳ୍ପରେ ଦରମା ନେଇ ସର୍ଭେ କରାଯାଇଥିଲା। ଏଥିରେ କର୍ମଚାରୀଙ୍କ ତିନୋଟି ପାରାମିଟର ଯଥା କାର୍ଯ୍ୟଦକ୍ଷତା, ସାଂଗଠନିକ କାର୍ଯ୍ୟଦକ୍ଷତା ଏବଂ ପଦବୀ ଆଧାରରେ ଦରମା ବୃଦ୍ଧି ହେବ ବୋଲି ଜଣାପଡିଛି।

ସର୍ବେକ୍ଷଣ ଅନୁଯାୟୀ, ୨୦୨୪ ରେ ହାରାହାରି ୧୦ ପ୍ରତିଶତ ଦରମା ବୃଦ୍ଧି କରାଯିବ। ୨୦୨୩ରେ ୯.୫ପ୍ରତିଶତ ଦରମା ବୃଦ୍ଧି କରାଯାଇଥିଲା। ରିପୋର୍ଟ ଅନୁଯାୟୀ,ସ୍ୱେଚ୍ଛାକୃତ ଅବସର ୨୦୨୧ରେ ୧୨.୧ ପ୍ରତିଶତରୁ ୨୦୨୨ରେ ୧୩,୫ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୩ର ୬ମାସର ରିପୋର୍ଟ ଦର୍ଶାଉଛି ଯେ୨୦୨୨ ତୁଳନାରେ କମ୍ପାନୀ ଛାଡୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଭାରତର ମର୍ସର୍ ପୁରସ୍କାର ପରାମର୍ଶଦାତା ଲିଡର ମାନସୀ ସିଙ୍ଗଲ କହିଛନ୍ତି ଯେ ଦରମା ବୃଦ୍ଧି ଆକଳନ ଉନ୍ନତ ଅର୍ଥନୈତିକ ସୂଚକାଙ୍କ ଏବଂ ବ୍ୟବସାୟିକ ଲ୍ୟାଣ୍ଡସ୍କେପ ଯୋଗୁଁ ଭାରତୀୟ ବଜାରରେ ବଢୁଥିବା ଆତ୍ମବିଶ୍ୱାସ ଏବଂ ଆଶାବାଦୀତାକୁ ପ୍ରତିଫଳିତ କରିଛି। ସେ କହିଛନ୍ତି ଯେ ଏଆଇ ଏବଂ ଅଟୋମେସନ୍ ଅଟୋମୋବାଇଲ୍, ଉତ୍ପାଦନ ଇଞ୍ଜିନିୟରିଂ ଏବଂ ଜୀବ ବିଜ୍ଞାନ ପରି ପ୍ରମୁଖ ଶିଳ୍ପରେ ଏକ ନୂତନ ପର୍ଯ୍ୟାୟ ସୃଷ୍ଟି କରିଛି।

Salary Hike
Advertisment
Advertisment