• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ୟାଙ୍କରେ କାମ କରୁଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଖୁବ୍ ଶୀଘ୍ର ବ୍ୟାଙ୍କଗୁଡ଼ିକରେ ସପ୍ତାହକୁ ମାତ୍ର ୫ ଦିନ କାମ କରିବାକୁ ହେବ । ବ୍ୟାଙ୍କ କର୍ମଚାରୀ ୟୁନିଅନର ମିଳିତ ମଞ୍ଚ ୟୁନାଇଟେଡ୍ ଫୋରମ୍ ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି । ସେଥିରେ ବ୍ୟାଙ୍କରେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଅନୁରୋଧ କରାଯାଇଛି ।

ଏହାସହ ଏଥିରେ କୁହାଯାଇଛି ଯେ, ସପ୍ତାହକୁ ୫ ଦିନିଆ କାର୍ଯ୍ୟ ବ୍ୟବସ୍ଥା କରାଗଲେ ମଧ୍ୟ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଂ ସେବା ସମୟ ସମାନ ରହିବ। ଗ୍ରାହକଙ୍କ ପାଇଁ କୌଣସି ପ୍ରକାର ସମୟ ହ୍ରାସ କରାଯିବ ନାହିଁ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ, କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ଦାବିର ଅନୁକୂଳ ବିଚାର ପାଇଁ କୃତଜ୍ଞାତା ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ: Paytm ବ୍ୟାଙ୍କରେ ଫସିଛି କି ଆପଣଙ୍କ ଟଙ୍କା ? ଜାଣନ୍ତୁ କ’ଣ ରହିଛି ବିକଳ୍ପ...

ଅନ୍ୟପଟେ RBI ଏବଂ LICରେ ସପ୍ତାହକୁ ପାଞ୍ଚ ଦିନିଆ କାର୍ଯ୍ୟ ବ୍ୟବସ୍ଥା ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଛି । ଏନେଇ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି । ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାର ସମୀକ୍ଷା କରିବା ସହ ଭାରତୀୟ ବ୍ୟାଙ୍କ ଆସୋସିଏସନକୁ ସେହି ଅନୁସାରେ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛି ସଂଘ ।

ବର୍ତ୍ତମାନ ବ୍ୟାଙ୍କ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବନ୍ଦ ରହୁଛି। ୨୦୧୫ ରେ ଏନେଇ ଏକ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଏହାକୁ ଲାଗୁ କରାଯାଇଥିଲା । ସଂଘ ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ ୨୦୧୫ ଚୁକ୍ତି ସମୟରେ ଶେଷ ଶନିବାରକୁ ଛୁଟିଦିନ ଘୋଷଣା କରାଯିବାକୁ ସ୍ଥିର ହୋଇଥିଲା । ପରବର୍ତ୍ତୀ ସମୟରେ, ଭାରତୀୟ ବ୍ୟାଙ୍କ ଆସୋସିଏସନ ଏବଂ ବ୍ୟାଙ୍କ ୟୁନିଅନ ମଧ୍ୟରେ ୭ ଡିସେମ୍ବର, ୨୦୨୩ ରେ ବେତନ ସଂଶୋଧନ ଏବଂ ବ୍ୟାଙ୍କ କର୍ମଚାରୀଙ୍କ ସେବା ସର୍ତ୍ତ ବୃଦ୍ଧି ସମ୍ପର୍କରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

OTV is now on Whatsapp

Join and get latest news update delivered to you via whatsapp

Join Now