/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707383636.jpg)
Influencer
ଗୋଟିଏ ସପ୍ତାହର ଆୟ ପ୍ରାୟ ୧୨୦ କୋଟି ଟଙ୍କା । କଥାଟି ବିଶ୍ୱାସ ନହେଲେ ବି ସତ । କାମ ହେଉଛି ଅନଲାଇନରେ ପ୍ରଡକ୍ଟ ରିଭ୍ୟୁ । ପୁଣି ଗୋଟେ ପ୍ରଡକ୍ଟର ରିଭ୍ୟୁ ମାତ୍ର ତିନି ସେକେଣ୍ତରେ ହୁଏ । ତିନି ସେକେଣ୍ତରେ ଗୋଟିଏ ପ୍ରଡକ୍ଟର ରିଭ୍ୟୁ ପାଇଁ ସପ୍ତାହରେ ପ୍ରାୟ ୧୨୦ କୋଟି ଟଙ୍କା ଆୟ କରନ୍ତି । ତାଙ୍କର ନିଆରା ରିଭ୍ୟୁ ଷ୍ଟାଇଲ ହିଁ ତାଙ୍କୁ ସୋସିଆଲ ମିଡ଼ିଆରେ ବେଶ ଲୋକପ୍ରିୟ କରି ପାରିଛି ।
ଫଳରେ ସେ ଏହି କାମ କରି ଏତେ ଗୁଡ଼ାଏ ଟଙ୍କା ଆୟ କରି ପାରୁଛନ୍ତି । ବିଶ୍ୱରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଅନଲାଇନରେ ଭିଡ଼ିଓ ତିଆରି କରନ୍ତି । ବର୍ତ୍ତମାନ ଏହା ଏକ ରୋଜଗାରର ମାଧ୍ୟମ ମଧ୍ୟ ପାଲଟି ସାରିଛି । ସୋସିଆଲ ମିଡ଼ିଆ ସାଇଟ ୟୁଟ୍ୟୁବ, ଇନଷ୍ଟାଗ୍ରାମ ପରି ଅନେକ ସ୍ଥାନରେ ଭିଡ଼ିଓ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯୁବପିଢ଼ି ।
ଯେତେ ଅଧିକା ଭିୟ୍ୟୁ, ସେତେ ଅଧିକା ଟଙ୍କା । ସେମାନଙ୍କ ମଧ୍ୟରୁ କେତେ ଜଣ ସଫଳ ହୁଅନ୍ତି, ଏବଂ ବିଫଳ ମଧ୍ୟ ହୁଅନ୍ତି । ଜେଙ୍ଗ ଜିଆଙ୍ଗ ଜିଆଙ୍ଗ, ଚୀନର ଜଣେ ମହିଳା ଉଦ୍ୟୋଗପତି । ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରଡକ୍ଟର ରିଭ୍ୟୁ କରନ୍ତି ଏହି ମହିଳା ଜଣକ । ଆଉ ଆୟ କରନ୍ତି କୋଟି କୋଟି ଟଙ୍କା । TIKTOK ର ଚାଇନିଜ ଭର୍ସନରେ ତାଙ୍କର ପାଞ୍ଚ ଲକ୍ଷରୁ ଅଧିକା ଫଲୋଅର୍ସ ଅଛନ୍ତି ।
ତେବେ ତାଙ୍କର ଅନନ୍ୟ ଶୈଳୀ ହିଁ ତାଙ୍କୁ ଲୋକପ୍ରିୟ କରାଇ ପାରିଛି । ଯେକୌଣସି ପ୍ରଡକ୍ଟର ରିଭ୍ୟୁ କରିବା ପାଇଁ ଜେଙ୍ଗ ମାତ୍ର ତିନି ସେକେଣ୍ତ ନିଅନ୍ତି । ଏଥିରେ ପ୍ରଡକ୍ଟର ଦାମ କହିବା ସହ ପ୍ରଡକ୍ଟକୁ ମଧ୍ୟ ଦେଖାଇ ଥାଆନ୍ତି । ଏହା ହିଁ ତାଙ୍କୁ ସୋସିଆଲ ମିଡ଼ିଆରେ ଲୋକପ୍ରିୟ କରାଇ ପାରିଛି ।
ନିମ୍ନୋକ୍ତ ଭିଡ଼ିଓ ଦେଖନ୍ତୁ । ଜେଙ୍ଗ କିପରି ଗୋଟିଏ ପରେ ଗୋଟିଏ ବସ୍ତୁର ରିଭ୍ୟୁ କରୁଛନ୍ତି । ଗୋଟିଏ ଗୋଟିଏ ଉତ୍ପାଦ ଉଠାଇ ଦେଖାଉଛନ୍ତି ଓ ଏହାର ମୂଲ୍ୟ କହି ରଖି ଦେଉଛନ୍ତି । ଆଉ ଏହି ପ୍ରକ୍ରିୟା ପାଇଁ ତାଙ୍କୁ ମାତ୍ର ତିନି ସେକେଣ୍ତ ସମୟ ଲାଗିଥାଏ । ତାଙ୍କର ଏହି ଅନନ୍ୟ କୌଶଳ ବେଶ ଲୋକପ୍ରିୟ ହୋଇପାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)