• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ବିଜ୍‌ନେସ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।

 ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱର ଲିମିଟେଡ୍

ଆତ୍ମ ନିର୍ଭର ଭାରତ ନିର୍ମାଣରେ ପ୍ରମୂଖ ଭୂମିକା ଗ୍ରହଣ କରିଛି ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱର ଲିମିଟେଡ୍। ଏହାର ପରିକଳ୍ପନା ଦୂରଦ୍ରଷ୍ଟା ତଥା ଦେଶ ନିର୍ମାଣର ଜଣେ ଅଗ୍ରଣୀ ବିନ୍ଧାଣୀ ଓମ୍ ପ୍ରକାଶ ଜିନ୍ଦଲ୍‌ଙ୍କ ଦ୍ୱାରା ହୋଇଥିଲା ୧୯୫୨ମସିହାରେ। ହିସାର ଠାରେ ଏକ ସିଙ୍ଗଲ ୟୁନିଟ୍‌ରୁ ଯାତ୍ରା  ଆରମ୍ଭ କରିଥିଲା ଜେଏସ୍‌ପିଏଲ। ଭାରତର ବିକାଶରେ ଇନ୍‌ଫ୍ରାଷ୍ଟକଟର କ୍ଷେତ୍ରରେ ପ୍ରମୂଖ ଭୂମିକା ନେଇଥିବା ରେଳ ମାନୁଫାକଚରିଂ ସୁବିଧା ଯୋଗାଇବାରେ ରହିଛି ଜେଏସ୍‌ପିଲର ବଡ଼ହାତ। ଛତିଶଗଡର ରାୟଗଡ ଷ୍ଟିଲ୍‌ ପ୍ଲାଣ୍ଟ ହେଉଛି ଏହାର ଏକ ନମୁନା। ଯାହାକି ବିଶ୍ୱର ସର୍ବବୃହତ୍ ସ୍ପଞ୍ଜ୍ ଆଇରନ୍ ମାନୁଫାକଚରିଂ ପ୍ଲାଣ୍ଟ ଭାବେ ପରିଚିତ। ସେହିଭଳି ଓଡିଶାର ଅନୁଗୁଳରେ ପ୍ରତିଷ୍ଠିତ ଷ୍ଟିଲ୍‌ ପ୍ଲାଣ୍ଟ ଭାରତର ଏକମାତ୍ର ଏବଂ ପ୍ରଥମ କୋଲ୍ ଗାସିଫିକେସନ୍‌ ଡିଆର୍‌ଆଇ ପ୍ଲାଣ୍ଟ୍ ଭାବେ ପରିଚିତ।

ଝାରଖଣ୍ଡର ପାଟ୍ରାଟୁ ପ୍ଲାଣ୍ଟ ପ୍ରସ୍ତୁତ କରେ ଜିନ୍ଦଲ ପାନ୍ଥର ଟିଏନ୍‌ଟି ରିବାର। ଦେଶ ବିକାଶରେ ଏହାର ଭୂମିକା ଅତୁଳନୀୟ। ସେହିଭଳି ଓଡିଶାର ବଡବିଲ୍‌ରେ ଥିବା ଜେଏସ୍‌ପିର ୯ ଏମ୍‌ଟିପିଏ ପେଲେଟ୍ ପ୍ଲାଣ୍ଟ୍ ଏହାର ଆଉ ଏକ ଜ୍ୱଳନ୍ତ ଉଦାହରଣ। ମାଇନସ ଓ ମିନେରାଲ୍ କ୍ଷେତ୍ରରେ ସାରା ବିଶ୍ୱରେ ୧୨ବିଲିୟନ ଡଲାର ନିବେଶ କରିବା ସହ ୫୩ ବିଲିୟନ ଡଲାର ଆର୍ଥିକ କାରବାର କରିପାରିଛି ଜେଏସ୍‌ପିଏଲ୍। ଷ୍ଟିଲ ଏବଂ ମାଇନସ୍ ଦୁନିଆରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱର ଲିମିଟେଡ୍ ଆଜି ଏକ ବୃହତ୍ତ୍ କଂପାନୀ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଉ ନବୀନ ଜିନ୍ଦଲଙ୍କ ତତ୍ତ୍ୱାବଧାନରେ ଜେଏସ୍‌ପିଲ୍ ତାର ଶକ୍ତିବୃଦ୍ଧି ସହ ଆଗକୁ ବଢୁଛି।

କସ୍ତୁରୀ ଫ୍ଲୋର୍ ମିଲ୍ ପ୍ରାଇଭେଟ୍ ଲିମିଟେଡ୍-

ଓଡ଼ିଶାରେ ସ୍ୱଦେଶୀ ଛତୁଆ ବ୍ରାଣ୍ଡର ଏକ ପରିଚିତ ନାଁ କସ୍ତୁରୀ । ୧୯୯୩ରେ ମାତ୍ର ୬ ହଜାର ଟଙ୍କା ବ୍ୟୟରେ ଭୁବନେଶ୍ୱର ଶିରିପୁରରେ ଆରମ୍ଭ ହୋଇଥିଲା ଏହି ସଂସ୍ଥା । ଏବେ ଭୁବନେଶ୍ୱର ଭଗବାନପୁର ଅଂଚଳରେ ଏହାର ଦୁଇଟି ମାନୁଫାକ୍ଚରିଂ ୟୁନିଟ ରହିଛି । ଏହାର ପ୍ରତିଷ୍ଠାତା ହେଉଛନ୍ତି ଏ. ସୁରେଶଚନ୍ଦ୍ର ପାତ୍ର । ୨୦୨୩-୨୪ ଆର୍ଥିକ ବର୍ଷରେ ଏହାର ଟର୍ଣ୍ଣଓଭର ୩୦କୋଟି ଟଙ୍କାରେ ପଂହଚିଛି । ଏହାର ଅଥୋରାଇଜ୍ ସେୟାର କ୍ୟାପିଟାଲ୍ ୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ । ମୋଟ ୫୦ ଜଣ କର୍ମଚାରୀ ଏହି ସଂସ୍ଥାରେ କାର୍ଯ୍ୟରତ ।

ଏଥିମଧ୍ୟରୁ ୪୦ ଜଣ ହେଉଛନ୍ତି ମହିଳା । କମ୍ପାନୀର ବିଶେଷତ୍ୱ ହେଉଛି ଏହା ଓଡ଼ିଶାରେ ସ୍ଥାନୀୟ ଉତ୍ପାଦନକୁ ନିଜର କଂଚାମାଲ୍ ଭାବରେ ବ୍ୟବହାର କରିଥାଏ । ସଂପୂର୍ଣ୍ଣ ମେସିନ୍ ଦ୍ୱାରା ଉତ୍ପାଦିତ ହୋଇଥାଏ ଏହାର ସମସ୍ତ ପ୍ରଡକ୍ଟ । ଛତୁଆ ସହ ଅଟା ଉତ୍ପାଦନରେ ପାଦଥାପି ଆଗକୁ ବଢୁଛି କସ୍ତୁରୀ ଉଦ୍ୟୋଗ । ନିଜ ପ୍ରଡକ୍ଟର ଗୁଣବତ୍ତାକୁ ବେଶ୍ ଗୁରୁତ୍ୱ ଦେଇଥାଏ ଏହି ସଂସ୍ଥା । ଉଭୟ ଅନଲାଇନ୍ ଓ ଅଫଲାଇନରେ ଏହା ନିଜର ମାର୍କେଟିଂ କରିଆସୁଛି । ଏବେ ରାଜ୍ୟ ବ୍ୟତୀତ ସମଗ୍ର ଦେଶରେ ମଧ୍ୟ ଏହାର ବ୍ୟବସାୟକୁ ପ୍ରସାରିତ କରିଛି କସ୍ତୁରୀ ଫ୍ଲୋର୍ ମିଲ୍ ପ୍ରାଇଭେଟ୍ ଲିମିଟେଡ୍ ।

ଅଧିକ ପଢ଼ନ୍ତୁ: ବିଜ୍‌ନେସ୍ ଓଡ଼ିଶା ଆୱାର୍ଡ୍ସ୍‌ ୨୦୨୩; ଜାଣିବା ବିଜ୍‌ନେସ୍ କ୍ୟାଟେଗୋରୀରେ ଅଛନ୍ତି କେଉଁମାନେ...

ଗୃହସ୍ତି ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍-

ସ୍ପାଇସ୍ ଇଣ୍ଡଷ୍ଟ୍ରିର ଏକ ଭରସାଯୋଗ୍ୟ ନା ଗୃହସ୍ତି ଉଦ୍ୟୋଗ । ୧୯୭୫ ମସିହାରୁ ପ୍ରତିଷ୍ଠିତ ଏହି କମ୍ପାନୀ ମସାଲା ଜଗତରେ ଏବେ ୧୫୦ରୁ ଉର୍ଦ୍ଧ୍ୱ ସାମଗ୍ରୀ ପ୍ରସ୍ତୁତ କରି ଗ୍ରାହକଙ୍କ ନିକଟତର ହୋଇପାରିଛି । ଗଣେଶ ପ୍ରସାଦ ବାଗାଡ଼ିଆଙ୍କ ଉଦ୍ୟମରେ ୧୯୭୫ ମସିହାରୁ ମାତ୍ର ୩୦ ଟଙ୍କା ବ୍ୟୟରେ ବ୍ଲାକ୍ ସଲ୍ଟ ବିଜନେସରୁ ଆରମ୍ଭ ହୋଇଥିଲା ତାଙ୍କର ଯାତ୍ରା । ଚଳିତ ଆର୍ଥିକ ବର୍ଷରେ ୬୦କୋଟି ଟଙ୍କାର ଟର୍ଣ୍ଣଓଭରରେ ପଂହଚିପାରିଛି ଗୃହସ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ପରିବାରର ବିନା ସମର୍ଥନ ସତ୍ତ୍ୱେ ମସାଲା ଇଣ୍ଡଷ୍ଟ୍ରିକୁ ଫୋକସ କରିଥିଲେ ଗଣେଶ ବାଗାଡ଼ିଆ । ଏବେ ଭୁବନେଶ୍ୱର ଓ ରାଉରକେଲାରେ କମ୍ପାନୀର ସ୍ୱତନ୍ତ୍ର ସୋରୁମ୍ ଦ୍ୱାରା ଗ୍ରାହକମାନେ ଗୋଟିଏ ଛାତତଳେ ଗୃହସ୍ତିର ସମସ୍ତ ପ୍ରଡକ୍ଟ ସୁଲଭ ମୂଲ୍ୟରେ ପାଇପାରୁଛନ୍ତି ।

ସମାଜସେବା ତଥା ଦୁଃଖିରଙ୍କିଙ୍କୁ ସାହାଯ୍ୟ ସହଯୋଗ କରିବା ସହ ଗୋସେବକ ନାମକ ଏକ ଅନୁଷ୍ଠାନ ମଧ୍ୟ ଚଳାଇ ଆସୁଛନ୍ତି ଗୃହସ୍ତିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଗଣେଶ ବାଗାଡ଼ିଆ। ଶ୍ରୀ ବେଦଭ୍ୟାସ ଗୋଶାଳା ସମିତିର ମୁଖ୍ୟ ହିସାବରେ ବି ଗାଈମାନଙ୍କ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଇଆସୁଛନ୍ତି ଗଣେଷ ବାଗାଡ଼ିଆ । ଆଗକୁ ଶ୍ରୀ ଗୋମନ୍ଦିର ଗୋଶାଳା ପ୍ରତିଷ୍ଠା କରିବାକୁ ତାଙ୍କର ଲକ୍ଷ୍ୟ ରହିଛି । ତେବେ ଉଭୟ ସ୍ପାଇସ୍ ଇଣ୍ଡଷ୍ଟ୍ରି ଓ ଗୋଶାଳାରେ ମୋଟ ୨୫୦ ଜଣ କର୍ମଚାରୀ କାର୍ଯ୍ୟରତ, ଯେଉଁଥିରେ ୭୦ ଭାଗ ମହିଳା ରହିଛନ୍ତି । ବ୍ୟବସାୟ ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଅନେକ ସ୍ଥାନରେ ପୁରସ୍କୃତ କରାଯାଇଛି ।

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ -

ଭାରତର ଆଲୁମିନିୟମ ଓ କପର୍ ଉତ୍ପାଦନକାରୀ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ । ଆଦିତ୍ୟ ବିର୍ଲା ଗ୍ରୁପର ଏହା ଏକ ସବସିଡିଆରୀ । ମୁମ୍ୱାଇରେ ରହିଛି ଏହାର ମୁଖ୍ୟ କାର୍ଯ୍ୟାଳୟ । ମୋଟ୍ ୬୭ ହଜାର ୮ଶହ କର୍ମଚାରୀ ଏଥିରେ କାର୍ଯ୍ୟରତ । ଏସ୍ ଆଣ୍ଡ୍‌ ପି ଗ୍ଲୋବାଲ୍ କର୍ପୋରେଟ୍ ସସଟେନେବିଲିଟି ଆସେସମେଣ୍ଚର ତଥ୍ୟ ଅନୁସାରେ ବିଗତ ୩ବର୍ଷରେ ପୃଥିବୀର ୨୯ଟି କମ୍ପାନୀ ମଧ୍ୟରେ ଏହା ସର୍ବୋଚ୍ଚ ସ୍କୋର ହାସଲ କରିଛି । ଭାରତ ସମେତ ୧୦ଟି ଦେଶରେ ଏହା ଆଲୁମିନିୟମ ଉତ୍ପାଦନ କରୁଛି । କେବଳ ଭାରତରେ ଏହାର ୧୯ ଟି ମାନୁଫାକ୍ଚରିଂ ୟୁନିଟ ରହିଛି । ଏହାସହ ବିଦେଶରେ ଏହାର ୩୩ଟି ମାନୁଫାକ୍ଚରିଂ ୟୁନିଟ ରହିଛି ।

ଭାରତରେ ଏହାର ୨୧ଟି ଖଣି ରହିଛି । ଓଡ଼ିଶାରେ ଏହାର ସମ୍ୱଲପୁରର ହିରାକୁଦ ଓ ଲାପଙ୍ଗା ଏବଂ ରାୟଗଡାର ଟିକିରିରେ ପ୍ଲାଣ୍ଟ ରହିଛି । ଓଡିଶାରେ କାର୍ଯ୍ୟରତ ମୋଟ ୧୫ହଜାର କର୍ମଚାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ହେଉଛନ୍ତି ଓଡ଼ିଶାର ବାସିନ୍ଦା । ଓଡିଶାରେ ପ୍ରଥମେ ସମ୍ୱଲପୁରର ହିରାକୁଦରେ ୧୯୫୯ରେ ୧୦ହଜାର ଟନ୍ କ୍ଷମତା ବିଶିଷ୍ଟ ସ୍ମେଲଟର୍ ପ୍ଲାଣ୍ଟ ସ୍ଥାପନ କରାଯାଏ । ଏବେ ଏହାର ଉତ୍ପାଦନ କ୍ଷମତା ହେଉଛି ୨ଲକ୍ଷ ୧୬ ହଜାର ଟନ୍ । ଖବରକାଗଜ ଶିଳ୍ପରେ ବ୍ୟବହାର ହେଉଥିବା ଲିଥୋସିଟ୍ ର ଦେଶରେ ସବୁଠାରୁ ବଡ଼ ସପ୍ଲାୟର ହେଉଛି ହିଣ୍ଡାଲକୋ । ଘରର ଛାତ ଠାରୁ ଆରମ୍ଭ କରି ଅଟୋମୋବାଇଲ ଶିଳ୍ପ ଇତ୍ୟାଦିରେ ଏହାର ପ୍ରଡକ୍ଟ ବ୍ୟାପକ ଭାବେ ବ୍ୟବହାର ହୋଇଥାଏ ।

ଓଡି ରେ- ଇଣ୍ଡଷ୍ଟ୍ରିଜ୍-

() ୨୦୧୦ ମସିହାରୁ ସ୍ପାଇସ୍-ଅପ୍ ମୃଦୁ ପାନୀୟରୁ ଆରମ୍ଭ ହୁଏ ଓଡି- ରେ ଇଣ୍ଡଷ୍ଟ୍ରିଜ୍ର ବ୍ୟବସାୟିକ ଯାତ୍ରା । ୮ ରୁ ୯ ବର୍ଷ ଭିତରେ ସ୍ପାଇସ୍ ଅପ୍‌ର ଅନେକ ଗୁଡିକ ଫ୍ଲେଭର ଯେପରିକି ଜୀରା ମସଲା, ଚିଲି ଲେମନ୍ , କାଞ୍ଜି ଅରେଜ୍, କାଞ୍ଜି ଲାଇମ୍ ଏବଂ ମିକ୍ସ ଅପ୍ ସୋଢା ବଜାରରେ ଉପଲବ୍ଧ । ଫ୍ରିଡୋ ନାମରେ ମ୍ୟାଙ୍ଗୋ ଏବଂ ଲିଚି ଜୁସ୍‌ ବଜାରରେ ମିଳୁଛି । ଗ୍ଲୁକୋରିନ୍ ପ୍ଲସ୍ ନାମରେ ଗ୍ଲୁକୋଜ ଡ୍ରିଙ୍କସ୍ ଓ ପାଣି ନାମରେ ଓଡି-ରେ ଇଣ୍ଡଷ୍ଟ୍ରିଜ୍ ଆଉ ଦୁଇ ପାନୀୟ ସାମଗ୍ରୀ ମଧ୍ୟ ବଜାରରେ ଉପଲବ୍ଧ ।

ଓଡିଶାରୁ ଆରମ୍ଭ ହୋଇଥିବା ଏହି ଉତ୍ପାଦ ବର୍ତ୍ତମାନ ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ପ୍ରସିଦ୍ଧି ଲାଭ କରିଛି । ଏବେ କମ୍ପାନୀର ବାର୍ଷିକ ଟର୍ଣ୍ଣଓଭର ୧ଶହ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରହିଛି । କଂପାନୀ ଅଧୀନରେ ପତ୍ୟକ୍ଷ ଭାବରେ ୪ଶହ ଏବଂ ପରୋକ୍ଷ ଭାବରେ ପ୍ରାୟ ୫ହଜାର କର୍ମଚାରୀ ଉପକୃତ ହେଉଛନ୍ତି । ଆଗକୁ ଟେଟ୍ରା ପ୍ୟାକ୍ ବଜାରରେ ଉପଲବ୍ଧ ହେବ ବୋଲି ଯୋଜନା ରଖିଛନ୍ତି ଓଡି-ରେ ଇଣ୍ଡଷ୍ଟ୍ରିଜ ଲିମିଟେଡ କଂପାନୀର ପ୍ରତିଷ୍ଠାତା ଦେବେନ୍ ରଏ ।

ଆପଣ ବିଜ୍‌ନେସ୍‌ର ଏହି ୫ ନୋମିନି ମଧ୍ୟରୁ ଯଦି ଯାହାକୁ ନିଜ ପସନ୍ଦର ଭାବୁଥା’ନ୍ତି, ତେବେ ଆମ ପେଜ୍‌ www.boa.odishatv.inକୁ ଯାଇ ଲଗ୍‌ ଇନ୍‌ କରି ଭୋଟ୍‌ ଦେଇପାରିବେ । ସେହିପରି ଆପଣ ଅନ୍ୟ ବିଭାଗ ଗୁଡ଼ିକରେ ମଧ୍ୟ ମନୋନିତ ବ୍ୟକ୍ତିଙ୍କୁ ଭୋଟ୍‌ ଦେଇପାରିବେ ।