• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରୁଚି ଫୁଡଲାଇନ୍ସ

ରୁଚି ଫୁଡଲାଇନ୍ସ, କଟକରୁ ୧୯୭୬ରୁ ଯାତ୍ରା ଆରମ୍ଭ କରିଥିବା ଏହି ସଂସ୍ଥା ଆଜି ଦେଶ ବିଦେଶରେ ପଂହଚିପାରିଛି । ଶୁଦ୍ଧତା ଓ ଗୁଣବତ୍ତାର ମାପକାଠିରେ ନିର୍ମିତ ଏହି ସଂସ୍ଥା ଆଜି ଭାରତର ଅନ୍ୟତମ ଶ୍ରେଷ୍ଠ ବ୍ରାଣ୍ଡ ଭାବରେ ପରିଣତ ହୋଇପାରିଛି । କାରଖାନାରୁ ରୋଷେଇ ହାଣ୍ଡିଶାଳ ଯାଏଁ ଲମ୍ୱିଛି ଏହାର ମସଲା ପ୍ରଡକ୍ଡ । କେବଳ ଓଡ଼ିଶା ନୁହେଁ ଭୁଟାନ୍, କୋରିଆ, ଆମେରିକା, ଅଷ୍ଟ୍ରେଲିଆ, ଇଟାଲୀ, ଜର୍ମାନ, ନେପାଳ ଓ ମସ୍କଟ୍ ପରି ବିଦେଶ ମାଟିରେ ପଂହଚିପାରିଛି ରୁଚି ଫୁଡଲାଇନ୍ସ । ରୁଚି ଫୁଡଲାଇନ୍ସରେ ସାମିଲ ହୋଇଛି ପାସ୍ତା ଓ ଫ୍ରୋଜିଟ୍ । ଫ୍ରୋଜିଟ୍ ଦ୍ୱାରା ସ୍ଦାଦିଷ୍ଟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ୟାକେଟ୍ ଜରିଆରେ ଦେଶି ଓ ବିଦେଶୀ ଗ୍ରାହକଙ୍କୁ ଦେଇଛି ରୁଚିକର ଓଡ଼ିଆ ଖାଦ୍ୟ ।

ଡକ୍ଟର ଶରତ କୁମାର ସାହୁଙ୍କ ଉଦ୍ୟମରେ ରୁଚି ଆଜି ଦେଶ ବିଦେଶରେ ବେଶ୍ ପରିଚିତ ହୋଇପାରିଛି । ଏକକାଳୀନ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ବ୍ୟବହାରରେ ଆସିପାରୁଥିବା ମସଲା ଗଚ୍ଛିତ ରଖିବା ଭଳି କ୍ଷମତାସମ୍ପନ୍ନ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଛି ରୁଚି ଫୁଡଲାଇନ୍ସ । ଏହା ପୂର୍ବଭାରତର ସର୍ବ ବୃହତ ମସଲା ଉଦ୍ୟୋଗରେ ପରିଣତ ହୋଇଛି । କର୍ପୋରେଟ୍ ସୋସିଆଲ ରେସପନ୍ସିବିଲିଟିକୁ ଗ୍ରହଣ କରି ରୁଚି ଏକାଧିକ ରକ୍ତଦାନ ଶିବିର, ବୃକ୍ଷରୋପଣ, ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ସମେତ ବିତରକ ମାନଙ୍କ ପାଇଁ ଲକ୍ଷପତି ଯୋଜନା ହାତକୁ ନେଇଛି ।

ଅଧିକ ପଢ଼ନ୍ତୁ: ବିଜିନେସ୍ ଓଡ଼ିଶା ଆୱାର୍ଡ୍ସ୍‌ ୨୦୨୩; ଜାଣିବା ମାନୁଫ୍ୟାକ୍‌ଚରିଂ କ୍ୟାଟେଗୋରୀରେ ଅଛନ୍ତି କେଉଁମାନେ...

ରାଜ ଇଲେକ୍ଟ୍ରୋନିକ୍ସ -

ରାଜ୍ ଇଲେକ୍ଟ୍ରୋନିକ୍ସ । ପ୍ରକାଶ କୁମାର ବିଶ୍ୱାଳଙ୍କ ଉଦ୍ୟମରେ ୧୯୮୪ରେ ଏହାର ମୂଳଦୁଆ ପଡ଼ିଥିଲା । ପ୍ରଥମେ ଯାଜପୁର ସହର ଏବଂ ପରେ ୧୯୯୦ରେ ଭୁବନେଶ୍ୱରରେ ଏହି ସୋରୁମ୍‌ର ଶୁଭାରମ୍ଭ ହୋଇଥିଲା । ଏବେ ଓଡ଼ିଶାର ୫ଟି ଜିଲ୍ଲାରେ ଏହାର ୧୫ଟି ଷ୍ଟୋର ରହିଛି । ଟିଭି, ଫ୍ରିଜ୍, ଓ୍ୱାସିଂ ମେସିନ୍‌, ଏସି, ଓ୍ୱାଟର ପିରୁଫାୟାର, ମୋବାଇଲ୍ ଭଳି ଏକାଧିକ ବ୍ରାଣ୍ଡର ଭଳିକିଭଳି ସାମଗ୍ରୀ ଏହି ଷ୍ଟୋରରେ ଉପଲବ୍ଧ । ରାଜ୍ ଇଲେକ୍ଟ୍ରୋନିକ୍ସର ସମସ୍ତ ସୋରୁମରେ ମୋଟ ୪୧୨ଜଣ କର୍ମଚାରୀ କାମ କରୁଛନ୍ତି । ଏବେ ସଂସ୍ଥାର ବାର୍ଷିକ ହାରାହାରି ଟର୍ଣ୍ଣଓଭର ୨୫୦ କୋଟି ଟଙ୍କା ରହିଛି । ସିଏସଆର ଆକ୍ଟିଭିଟିକୁ ଗୁରୁତ୍ୱ ଦେଇ ସଂସ୍ଥା ପକ୍ଷରୁ ସହଭାଗିତାରେ ଶିକ୍ଷାନୁଷ୍ଠାନ ଓ ମାଗଣା ଶିକ୍ଷାଦାନ କରାଯାଉଛି । ଇ-ଓ୍ୱେଷ୍ଟ୍ ଓ ପ୍ଲାଷ୍ଟିକ୍ ବ୍ୟବହାରକୁ କମ୍ କରିବା ଉପରେ ସଂସ୍ଥା ପକ୍ଷରୁ ଅଗ୍ରାଧିକାର ଦିଆଯାଉଛି।

ନିଯୁକ୍ତି ସହ ଉତ୍ତମ ବ୍ରାଣ୍ଡର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗ୍ରାହକଙ୍କ ନିକଟରେ ପଂହଚାଇବା ପାଇଁ ସଂସ୍ଥା ବଦ୍ଧପରିକର । କ୍ୟାସବ୍ୟାକ୍ ସ୍କିମ୍ ଦ୍ୱାରା ଗ୍ରାହକଙ୍କୁ ଆକୃଷ୍ଟ କରିବା ଉପରେ ଗୁରୁତ୍ୱ ଦେଇଆସୁଛି ରାଜ୍ ଇଲେକ୍ଟ୍ରୋନିକ୍ସ । ଆଗକୁ ରାଜଧାନୀରେ ଏକ ଏକ୍ସ୍ଲୁସିଭ୍ ହାଇପରମାର୍ଟ ଖୋଲିବାକୁ ଲକ୍ଷ୍ୟ ରଖିଛି ରାଜ୍ ଇଲେକ୍ଟ୍ରୋନିକ୍ସ ।

ଏସ.ଏନ.ଏମ୍ ଗ୍ରୁପ୍ ଅଫ୍ କମ୍ପାନିଜ୍ -

ଦୀର୍ଘ ୪ ଦଶନ୍ଧୀ ଧରି ମାଇନ୍ସ, ସ୍ପଞ୍ଜ୍ ପ୍ଲାଣ୍ଟ, ସୋଲାର୍ ଏନର୍ଜି, ଏଗ୍ରିକଲଚର କ୍ଷେତ୍ରରେ ଏସ୍‌ ଏନ୍ ଏମ୍ ଗ୍ରୁପ୍ ଅଫ୍ କମ୍ପାନିଜ୍ ନିଜର ବ୍ୟବସାୟ ବିସ୍ତାର କରିପାରିଛି । ତିନି ଭାଇ ପ୍ରବୋଧ ମହାନ୍ତି, ପ୍ରଦୀପ୍ତ ମହାନ୍ତି ଏବଂ ପ୍ରଗତି ମହାନ୍ତିଙ୍କ ଦିଗଦର୍ଶନରେ ଏହି କମ୍ପାନୀ ଗୋଟିଏ ପରେ ଗୋଟିଏ ଉଦ୍ୟୋଗରେ ପାଦ ଥାପି ସଫଳତା ପାଇଛି । ସ୍ୱର୍ଗତଃ ସୁରେନ୍ଦ୍ର ମହାନ୍ତିଙ୍କ ନାମରେ ନାମିତ ଏହି ସଂସ୍ଥା ୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏବେ ଏହି କମ୍ପାନୀର ସୁନ୍ଦରଗଡରେ ଏକ ପ୍ଲାଣ୍ଟ, କଟକ ତ୍ରିଶୁଳିଆରେ ସୋଲାର୍ ଏନର୍ଜି, କଟକରେ କେବୁଲ ୟୁନିଟର ପ୍ଲାଣ୍ଟ ରହିଛି । ଏହି ଗ୍ରୁପ୍‌ର ବାର୍ଷିକ ଟର୍ଣ୍ଣଓଭର ହାରାହାରି ୧ ହଜାର କୋଟିରୁ ଉର୍ଦ୍ଧ୍ୱ ରହିଛି । ଆଇରନ୍, ମାଙ୍ଗାନିଜ, ବକ୍ସାଇଟ ସମେତ ବିଦ୍ୟୁତ ଉତ୍ପାଦନରେ ବି କମ୍ପାନୀର ସହଭାଗିତା ରହିଛି । ମୋଟ ୭ଶହରୁ ଅଧିକ କର୍ମଚାରୀ ଏହି କଂପାନୀରେ କାର୍ଯ୍ୟରତ ।

ସ୍ଥାନୀୟ ଅଂଚଳରେ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟସେବା ଭଳି ସିଏସଆର କାର୍ଯ୍ୟ କରିଥାଏ ଏହି କଂପାନୀ । କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି । ସ୍ଥାନୀୟ ଅଂଚଳର ୪ଟି ଗାଁର ନାଁରେ ଏକ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି । ଏହାସହ କୋଇଡାରେ ନୁଆଗାଁ ମାଇନ୍ସ, ରାଉରକେଲା ବଣାଇରେ କାରଖାନା, କଟକ ଜଗତପୁରରେ କେବୁଲ ପାଓ୍ୱାର ୟୁନିଟ୍, ତ୍ରିଶୁଳିଆ ପାଖରେ କଂପାନିର ୧ମେଗାଓ୍ୱାଟର ସୋଲାର ଏନର୍ଜି ରହିଛି । ଏହାସହ ହର୍ଟିକଲଚର ବିଭାଗ ସହଭାଗିତାରେ ଏଗ୍ରୋବେସ୍ଡ ବ୍ୟବସାୟ ଜାରି ରଖିଛି ଏସ୍‌ ଏନ୍ ଏମ୍ ଗ୍ରୁପ୍ ଅଫ୍ କଂପାନିଜ୍ । ସେହିପରି ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ପାଦଥାପି ସୁରେନ୍ଦ୍ର ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ ଆରମ୍ଭ କରିଛି କମ୍ପାନୀ ।

ସୌରଭ ଏଜୁକେସନାଲ୍ ପବ୍ଲିସର୍ଶ୍ସ୍ ଆଣ୍ଡ ଡିଷ୍ଟ୍ରିବ୍ୟୁଟର୍ସ୍ -

ଓଡ଼ିଶାରେ ମଡ଼େଲ ଟେଷ୍ଟପେପରର ଏକ ଅଗ୍ରଣୀ ପ୍ରକାଶନୀ ସଂସ୍ଥା - ସୌରଭ ଏଜୁକେସନାଲ୍ ପବ୍ଲିସର୍ଶ୍ସ୍ ଆଣ୍ଡ ଡିଷ୍ଟ୍ରିବ୍ୟୁଟର୍ସ୍ । ୨୦୦୭ ମସିହାରୁ ପ୍ରଥମେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପବ୍ଲିସିଂ ଆରମ୍ଭ କରିଥିଲା ସଂସ୍ଥା । ସେଲ୍ଫ ଷ୍ଟଡି ମେଟେରିଆଲ୍ ଯଥା ‘ଆମ ସାଥି ବହି’ ଏବଂ ଓଡ଼ିଆ ମିଡିୟମ୍ର ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ ଅନୁଯାଇ ସମ୍ଭାବ୍ୟ ମଡେଲ୍‌ ଟେଷ୍ଟ ପେପର ପ୍ରସ୍ତୁତ କରିଆସୁଛି ସଂସ୍ଥା । ୨ଶହରୁ ଉର୍ଦ୍ଧ୍ୱ ଦକ୍ଷ ଶିକ୍ଷକ ମାନଙ୍କୁ ନେଇ ଟେଷ୍ଟ ପେପର୍ ପ୍ରସ୍ତୁତ କରିଆସୁଛି ସୌରଭ । ଏହାଦ୍ୱାରା ପ୍ରସ୍ତୁତ ସମ୍ଭାବ୍ୟ ମଡେଲ୍ ଟେଷ୍ଟ ପେପର୍ ବୋର୍ଡ ପରୀକ୍ଷା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି । ସଂସ୍ଥାର ମୁଖ୍ୟ ପରିଚାଳକ ସୁରେଶ କୁମାର ଭରାଲାଓ୍ୱାଲାଙ୍କ ଉଦ୍ୟମରେ ୨୦ଲକ୍ଷ ଟଙ୍କା ପୁଞ୍ଜିରୁ ଆରମ୍ଭ କରି ସଂସ୍ଥାର ବାର୍ଷିକ ଆୟ ବର୍ତ୍ତମାନ ୨୫କୋଟି ଟଙ୍କାରୁ ଉର୍ଦ୍ଧ୍ୱରେ ପହଞ୍ଚିପାରିଛି ।
କମ୍ପାନୀରେ ଏବେ ୫୦ଜଣ କର୍ମଚାରୀ କାର୍ଯ୍ୟରତ । କଟକ ମୁଖ୍ୟ କାର୍ଯ୍ୟାଳୟ ସହିତ ବ୍ରହ୍ମପୁର, ବଲାଙ୍ଗିର ଓ ବାଲେଶ୍ୱରରେ ଏହାର ଶାଖା ରହିଛି । ୨ଶହରୁ ଉର୍ଦ୍ଧ୍ୱ ପରିବାରକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହାୟକ ହେବାରେ ସଂସ୍ଥାର ବଳିଷ୍ଠ ଭୂମିକା ରହିଛି । ଆଗକୁ ଯୁକ୍ତ୨ ପାଠ୍ୟକ୍ରମ ପାଇଁ ଗାଇଡ୍‍ ଓ ଟେଷ୍ଟପେପର ସହିତ ଏକ ସ୍ୱତନ୍ତ୍ର ଆପ୍ ଲଂଚ କରିବାକୁ ସଂସ୍ଥା ଲକ୍ଷ୍ୟ ରଖିଛି । ସୁରେଶ କୁମାର ଭରାଲାଓ୍ୱାଲା ଅନେକ ଗରୀବ ମେଧାବୀ ବିଦ୍ୟାର୍ଥୀଙ୍କୁ ପାଠ ପଢିବା ପାଇଁ ସହାୟତା ମଧ୍ୟ କରିଆସୁଛନ୍ତି ।

ଖିମଜୀ

ଓଡ଼ିଶାର ଏକ ସର୍ବପୁରାତନ ଓ ଭରସାଯୋଗ୍ୟ ବ୍ରାଣ୍ଡ୍ ଭାବେ ପରିଚିତ ଖିମଜୀ ଜୁଏଲର୍ସ । ଜୁଏଲାରୀ ସହ ବ୍ୟବସାୟ କ୍ଷେତ୍ରରେ ନିଜର ଅସ୍ଥିତ୍ୱ ଜାହିର କରିପାରିଛି ଖିମଜୀ । ଅଟୋମୋବାଇଲ ଜରିଆରେ ଭୁବନେଶ୍ୱରରେ ଦୁଇ ଚକିଆ ଯାନର ଡିଲରସିପ୍, ସମଗ୍ର କଟକ ଜିଲ୍ଲାରେ ବୁଲେଟ୍ ଡିଷ୍ଟ୍ରିବୁଟର୍ସ ଭାବେ ମୋଟ ୯ଟି ଆଉଟଲେଟ୍ ସ୍ଥାପନ କରିପାରିଛି ଖିମଜୀ । ଓଡ଼ିଶା ପାଇଁ କାୱାସାକି ସୁପର୍‌ ବାଇକର ମଧ୍ୟ ଡିଲର ରହିଛି ଖିମଜୀ । ଏହାସହ ଗୋଲ୍ଡ ଲୋନ୍ ବିଜନେସରେ ପାଦ ଥାପି ଏନ.ବି.ଏଫ୍.ସି ଲାଇସେନ୍ସ ହାସଲ କରିପାରିଛି ଖିମଜୀ ।

ଖିମଜୀ ପକ୍ଷରୁ ଓଡିଶାରେ ଗୋଲ୍ଡ ଲୋନ୍ ବିଜନେସରେ ୧୦ଟି ଶାଖା ରହିଛି । ଯେଉଁଠି ସହଜ ଓ ସୁବିଧାରେ ଗୋଲ୍ଡ ଲୋନ୍ ଦେବାରେ ଗ୍ରାହକଙ୍କ ନିକଟତର ହୋଇପାରିଛି ଖିମଜୀ । ଏହାର ଡାଇରେକ୍ଟର ମିତେଶ ଖିମଜୀଙ୍କ ତତ୍ତ୍ୱାବଧାନରେ ଚଳତି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ୨୫ଟି ଶାଖାରେ ପରିବ୍ୟାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ସାମାଜିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଶିକ୍ଷାନୁଷ୍ଠାନ, ଶବଦାହ ଗୃହ ପାଇଁ ସହାୟତା ସହ ଖିମଜୀ ଫାଉଣ୍ଡେସନ ନାଁ ରେ ଏକାଧିକ ସମାଜସେବା କାର୍ଯ୍ୟ ହାତକୁ ନେଇଛି ଖିମଜୀ ।

ଆପଣ ବିଜ୍‌ନେସ୍‌ର ଏହି ୫ ନୋମିନି ମଧ୍ୟରୁ ଯଦି ଯାହାକୁ ନିଜ ପସନ୍ଦର ଭାବୁଥା’ନ୍ତି, ତେବେ ଆମ ପେଜ୍‌ www.boa.odishatv.inକୁ ଯାଇ ଲଗ୍‌ ଇନ୍‌ କରି ଭୋଟ୍‌ ଦେଇପାରିବେ । ସେହିପରି ଆପଣ ଅନ୍ୟ ବିଭାଗ ଗୁଡ଼ିକରେ ମଧ୍ୟ ମନୋନିତ ବ୍ୟକ୍ତିଙ୍କୁ ଭୋଟ୍‌ ଦେଇପାରିବେ ।