Advertisment

Budget 2025 Expectations: ୨ ଦିନ ପରେ ସାଧାରଣ ବଜେଟ୍‌: କିଏ କ’ଣ ସ୍ୱପ୍ନ ଦେଖୁଛନ୍ତି?

ଏଥର MSME କ୍ଷେତ୍ରକୁ ମିଳିବ କି ଅଧିକ 'ବଜେଟ୍' ବଳ ? ଫୋକସ୍‌ରେ ରହିବ କି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ? ରିୟଲ ଇଷ୍ଟେଟ୍‌ ସେକ୍ଟର ଅଭିବୃଦ୍ଧି ପାଇଁ ମିଳିବ କେଉଁ ସୁବିଧା ? ମଧ୍ୟବିତ୍ତଙ୍କ ସ୍ୱପ୍ନର ଘରକୁ ବାସ୍ତବ ରୂପ ଦେବେ କି ନିର୍ମଳା ସୀତାରମଣ?

undefined

Budget

Advertisment

ଆଉ ଦୁଇଦିନ ପରେ ସାଧାରଣ ବଜେଟ୍‌। ଫେବ୍ରୁଆରୀ ୧ ତାରିଖରେ ଅଷ୍ଟାଦଶ ଲୋକସଭାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏଥିରେ MSME ଓ ରିୟଲ ଇଷ୍ଟେଟ୍‌ ସେକ୍ଟର କେତେ ଫୋକସରେ ରହିବ, ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ନିଯୁକ୍ତି ସୃଷ୍ଟି ଓ ମଧ୍ୟବିତ୍ତଙ୍କୁ ଗୁରୁତ୍ୱ ଦେଇ ମୋଦି ସରକାର ଏହି ଦୁଇଟି ଦିଗରେ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା ରଖିଛନ୍ତି ଅନେକେ।

Advertisment

ଫେବ୍ରୁଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିବାକୁ ଥିବା ବେଳେ, ବିଭିନ୍ନ କ୍ଷେତ୍ରକୁ ନେଇ ବିଭିନ୍ନ ମହଲରୁ ସାମ୍ନାକୁ ଆସୁଛି ଆଶା ଓ ଆଙ୍କାକ୍ଷା। MSME କ୍ଷେତ୍ରରେ ୫୦ ଲକ୍ଷ ଶିଳ୍ପସଂସ୍ଥା ରହିଥିବା ବେଳେ ୨ କୋଟି ୧୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଛି। ଗତ ବଜେଟରେ MSME ପାଇଁ ସହଜ ଋଣ ସୁବିଧା ଦେଇଥିବା ନରେନ୍ଦ୍ର ମୋଦି ସରକାର ଏଥର ମଧ୍ୟ ଏହି କ୍ଷେତ୍ରକୁ ଗୁରୁତ୍ୱ ଦେଇପାରନ୍ତି ବୋଲି ଆଶା ରଖିଛନ୍ତି ଶିଳ୍ପୋଦ୍ୟୋଗୀ ଓ ନୂଆ ଷ୍ଟାଟଅପ୍‌ ଖୋଲିବାକୁ ଇଚ୍ଛୁକ ଥିବା ଯୁବ ଉଦ୍ୟୋଗୀ।

ଅଧିକ ପଢ଼ନ୍ତୁ: BeMC ବୈଠକରେ ହୋହଲ୍ଲା; ମୁହାଁମୁହିଁ ହେଲେ ଦୁଇ କର୍ପୋରେଟର ଗୋଷ୍ଠୀ...

Advertisment

ଏହି କ୍ଷେତ୍ରରେ ନିଯୁକ୍ତିର ଯଥେଷ୍ଟ ସମ୍ଭାବନା ଥିବାରୁ ଶିଳ୍ପ ଭିତ୍ତିଭୂମି, MSME ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ଅଭିବୃଦ୍ଧି ପାଇଁ ବଜେଟରେ ଅଭିନବ ପଦକ୍ଷେପ ଘୋଷଣା କରାଯାଇପାରନ୍ତି। ରିସର୍ଚ୍ଚ ଓ ଡେଭଲପମେଣ୍ଟ କ୍ଷତ୍ରକୁ ଗୁରୁତ୍ୱ ମିଳିପାରେ। କମ୍ପାନୀମାନଙ୍କ ଋଣ ପରିଶୋଧ ପ୍ରକ୍ରିୟାର ସରଳୀକରଣ କରାଗଲେ, ଅଟୋମବାଇଲ୍‌ ସେକ୍ଟର ଓ କଞ୍ଜ୍ୟୁମର ଡ୍ୟୁରେବୁଲ ସେକ୍ଟର ବୃଦ୍ଧି ହେବ। ଜିଡିପି ବା ଦେଶର ମୋଟ ଉତ୍ପାଦନ ହାର ବୃଦ୍ଧି ପାଇବ ବୋଲି ଆଶା ରଖିଛନ୍ତି ଶିଳ୍ପୋଦ୍ୟୋଗୀ। ସେହିପରି ଏଥର ମହିଳା ଶିଳ୍ପଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ମଧ୍ୟ ଅନେକେ ଆଶା ବାନ୍ଧିଛନ୍ତି।

ଅଧିକ ପଢ଼ନ୍ତୁ: ହୁସିଆର୍‌! ଏହି କପ୍‌ରେ ଚାହା ପିଉଥିଲେ ହୋଇପାରେ ମାରାତ୍ମକ ରୋଗ!

ରିଅଲ୍‌ ଇଷ୍ଟେଟ୍‌ ସେକ୍ଟରକୁ ନେଇ ମଧ୍ୟ ରହିଛି ଅନେକ ବଜେଟ୍‌ ଆଶା। ରିୟଲ ଇଷ୍ଟେଟ୍‌ ସଂଘ କହିଛି, ମଧ୍ୟବିତ୍ତ ପରିବାର ଘରଟିଏ କରିବା ପାଇଁ ହେଲେ ପୂର୍ବରୁ ଆଫଡେବୁଲ ହାଉସିଂ ସ୍କିମରେ ଟ୍ୟାକ୍ସ ଇନସେଣ୍ଟିଭ୍‌ ମିଳୁଥିଲା। ଯାହାକୁ କିଛି ବର୍ଷ ହେଲା ବନ୍ଦ କରାଯାଇଛି। ଯଦି ଏଥର ବଜେଟରେ ପୁଣି ଏହି ସ୍କିମ୍‌ ଆରମ୍ଭ ହୁଅନ୍ତା, ତେବେ ସୁଲଭ ଦରରେ ଘର କିଣିବାକୁ ସକ୍ଷମ ହୋଇପାରନ୍ତେ ମଧ୍ୟବିତ୍ତ। ଏହି ଲିମିଟ୍ ଯଦି ୪୫ ଲକ୍ଷ ପରିବର୍ତ୍ତେ ୭୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ, ତେବେ ତାକୁ ଟ୍ୟାକ୍ସ ଲିମିଟ ଓ ସୁଧରେ ରିହାତି ମିଳିପାରିବ। ସେହିପରି ରିୟଲ ଇଷ୍ଟେଟକୁ ଶିଳ୍ପର ମାନ୍ୟତା ଦିଆଗଲେ ଅଧିକ ଲୋକଙ୍କୁ ଘର ମିଳିପାରିବ, ଶସ୍ତାରେ ଘର ମିଳିବ ଏବଂ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ।

Advertisment
BJP Nirmala Sitharaman Union Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ