ଘର ମରାମତି ପାଇଁ ମିଳୁଛି ଲୋନ୍‌; ଜାଣିନିଅନ୍ତୁ କ’ଣ ଦେବେ ଡକ୍ୟୁମେଣ୍ଟ, କେତେ ରହିଛି ସୁଧ ?

୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ନେଇପାରିବେ । ଏହା ବାଦ୍ ଘରର ନବୀକରଣ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି ।

ନୂଆ ହୋଇଯିବ ପୁରୁଣା ଘର !

ପୁରୁଣା ଘରର ନବୀକରଣ ବା ମରାମତି ପାଇଁ ଲୋନ୍‌ ମିଳୁଛି । ଆପଣ ଆପଣଙ୍କ ଘରର ନବୀକରଣ ପାଇଁ ବ୍ୟାଙ୍କରୁ ଲୋନ୍‌ ନେଇପାରିବେ । ବ୍ୟାଙ୍କ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ଲୋକମାନଙ୍କୁ ଲୋନ୍‌ ଯୋଗାଇ ଦିଆଯାଉଛି । ଲୋନ୍‌ ନେଇ ରୋଷେଇ ଘର, ବାଥରୁମ୍, ରୁମ୍ ରିମଡେଲିଂ, ପ୍ଲମ୍ବିଂ ଏବଂ ଘର ଭିତରେ ବିଦ୍ୟୁତ୍‌ ପ୍ରଣାଳୀକୁ ଆହୁରି ବୃଦ୍ଧି କରାଇପାରିବେ ।

ଏଥିପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ନେଇପାରିବେ । ତାହାଛଡ଼ା ଘରର ନବୀକରଣ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି । ସେହିପରି ଋଣ ପ୍ରଦାନ ସଂକ୍ରାନ୍ତ ନୀତି ଏବଂ ସମ୍ପତ୍ତି ମୂଲ୍ୟାଙ୍କନ ଅନୁଯାୟୀ ଏହି ଲୋନ୍‌ ଦିଆଯାଉଛି ।

ଅଧିକ ପଢ଼ନ୍ତୁ: ଆପଣ କରିଛନ୍ତି କି ଷ୍ଟଡି ଲୋନ୍‌ ? ଜାଣିନିଅନ୍ତୁ...

ଏଥିପାଇଁ କିଛି ନିୟମ ମଧ୍ୟ ରହିଛି । ଋଣ ସୁଝିବାର ଅବଧି ୨୦ ବର୍ଷ ଯାଏଁ ରହିଥିବାବେଳେ ଏହାର ସୁଧହାର ୮ରୁ ୧୨ ପ୍ରତିଶତ ଥିବା କୁହାଯାଇଛି । ଏଥିପାଇଁ କ୍ରେଡିଟ୍ ସ୍କୋର, ଋଣ ପରିମାଣ, କର୍ମଚାରୀ ପ୍ରୋଫାଇଲ୍ ସହ ବ୍ୟବସାୟ ବିବରଣୀ ଦେବାକୁ ହେବ ।

ଘର ନବୀକରଣ ପାଇଁ ଲୋନ୍‌ ନେବାକୁ ହେଲେ ବୟସ ସୀମା ମଧ୍ୟ ଧାର୍ଯ୍ୟ ହୋଇଛି । ଏଥିପାଇଁ ଆପଣଙ୍କୁ ଅତି କମରେ ୨୧ ବର୍ଷ ବୟସ ହୋଇଥିବା ଜରୁରୀ । ତ’ସହ ଭାରତୀୟ ନାଗରିକ ହେବା ଆବଶ୍ୟକ । ଖାଲି ସେତିକି ନୁହେଁ, ନିଜର ଆୟ ଏବଂ ନିଜର ସେଭିଙ୍ଗସ୍‌ ଦେଖିବାର ଆବଶ୍ୟକତା ରହିଛି ।

ଘର ନବୀକରଣ ଲୋନ୍‌ ନେବାକୁ ହେଲେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେବାକୁ ହେବ । ପରିଚୟ ପତ୍ର, ଠିକଣା, ଆୟ ଏବଂ ରୋଜଗାରର ପ୍ରମାଣ ଦେବେ । ଏଥି ସହିତ ଘରର ଆନୁମାନିକ ମରାମତି ଖର୍ଚ୍ଚ, ମାଲିକାନା ଏବଂ ବନ୍ଧକ ପ୍ରମାଣ ମଧ୍ୟ ଦେବାକୁ ହେବ ବୋଲି କୁହାଯାଇଛି । ଏଥିସହିତ ଋଣଗ୍ରହୀତାମାନେ ଟିକସ ସୁବିଧା ପାଇପାରିବେ । ଆୟକର ଅଧିନିୟମର ଧାରା ୨୪ (ଖ) ଅନୁଯାୟୀ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଟିକସ ରିହାତି ଦାବି କରିପାରିବେ ।