/odishatv-khabar/media/post_attachments/uploadimage/library/16_9/16_9_0/Airtel_1719563138.jpg)
Airtel
ଜିଓ ପରେ ଏୟାରଟେଲ୍ ମଧ୍ୟ ଦେଲା ବଡ଼ ଝଟ୍କା । ଏୟାରଟେଲ୍ ଗ୍ରାହକଙ୍କୁ ଏବେ ୨୦ ପ୍ରତିଶତ ଅର୍ଥ ଅଧିକ ଦେବାକୁ ହେବ । ଶୁକ୍ରବାର ଏନେଇ ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି । ଜୁଲାଇ ୩ ତାରିଖରୁ ଏହି ନୂଆ ତାରିଫ୍ ପ୍ଲାନ୍ ଲାଗୁ ହେବ । ଗୋଟିଏ ପଟେ ଜିଓ ୨୨ ପ୍ରତିଶତ ଦର ବୃଦ୍ଧି କରିଥିବା ବେଳେ ଏୟାରଟେଲ ୨୦ ପ୍ରତିଶତ ଦର ବୃଦ୍ଧି କରିଛି । ଏୟାରଟେଲ୍ ତାର ଉଭୟ ପ୍ରିପେଡ୍ ଓ ପୋଷ୍ଟପେଡ୍ ପ୍ଲାନ୍ ଦର ବୃଦ୍ଧି କରିଛି । ଯାହାଦ୍ୱାରା ଗ୍ରାହକଙ୍କ ମଧ୍ୟରେ ଏକ ପ୍ରକାର ଭାଳେଣୀ ପଡ଼ିଛି ।
ଖାଲି କଲିଂ ପ୍ଲାନ୍ ନୁହେଁ ଡାଟା ପ୍ଲାନ୍ର ଦର ମଧ୍ୟ ବୃଦ୍ଧି କରିଛି ଏୟାରଟେଲ୍ । ସଂସ୍ଥା ପକ୍ଷରୁ କୁହାଯାଇଛି ARPU ଆଧାରରେ ଏହି ଦର ବୃଦ୍ଧି କରାଯାଇଛି । ARPU ୩୦୦ ଟଙ୍କା ଉପରକୁ ଯିବାରୁ କଲ ଏବଂ ଡାଟା ପ୍ଲାନ୍ ଦର ବୃଦ୍ଧି ଘଟିଛି । ଆଗକୁ ଏହି ଟେଲିକମ୍ ସ୍ପେକଟ୍ରମ୍ କ୍ଷେତ୍ରରେ ଅଧିକ ନିବେଶ ହେବ ବୋଲି ମଧ୍ୟ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଯାହାଦ୍ୱାରା ଲୋକଙ୍କୁ ଅଧିକ ସୁବିଧା ଯୋଗାଇ ଦିଆଯିବ ।
ତେବେ ତଳେ ଦିଆଯାଇଥିବା ତାଲିକା ଉପରେ ନଜର ପକାନ୍ତୁ ଆଉ ଦେଖନ୍ତୁ କେଉଁ ପ୍ଲାନ୍ କେତେ ଟଙ୍କା ବୃଦ୍ଧି ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)