Advertisment

ହିଣ୍ଡେନ୍‌ବର୍ଗ ରିପୋର୍ଟରେ ଧମାକା: ବଡ଼ କ୍ଷତି ସହିଲା ଏହି କମ୍ପାନୀ, ତାସ୍‌ ଘର ଭଳି ଖସିଲା ଶେୟାର...

ପ୍ରଥମେ ଟ୍ୱିଟ୍‌, ଏହାର କିଛି ଘଣ୍ଟା ପରେ ଧମାକା। ଆଦାନୀ ଗ୍ରୁପ୍‌ ପରେ ଏବେ ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ଟାର୍ଗେଟ୍‌ରେ ଟେକ୍ନୋଲୋଜି ଫାର୍ମ ବ୍ଲକ୍‌ ଇଙ୍କ୍‌।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
After Hindenburg Report Jack Dorsey Block Inc Loses $526 Million

After Hindenburg Report Jack Dorsey Block Inc Loses $526 Million

ପ୍ରଥମେ ଟ୍ୱିଟ୍‌, ଏହାର କିଛି ଘଣ୍ଟା ପରେ ଧମାକା। ଆଦାନୀ ଗ୍ରୁପ୍‌ ପରେ ଏବେ ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ(Hindenburg) ଟାର୍ଗେଟ୍‌ରେ ଟେକ୍ନୋଲୋଜି ଫାର୍ମ ବ୍ଲକ୍‌ ଇଙ୍କ୍‌(Block Inc)। ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ଯଦି ବିଶ୍ୱାସକୁ ନିଆଯାଏ, ତା’ହେଲେ ଟ୍ୱିଟରର କୋ-ଫାଉଣ୍ଡର ତଥା ବ୍ଲକ୍‌ ଇଙ୍କ୍‌ର ଚେୟାରପର୍ସନ ଜ୍ୟାକ୍‌ ଡୋର୍ସି(Jack Dorsey's) ଜାଲିଆତି କରି ବ୍ଲକ୍‌ ଇଙ୍କ୍‌ କମ୍ପାନୀର ୟୁଜର୍ସ ସଂଖ୍ୟା ବଢ଼ାଇଛି। ହିଣ୍ଡେନ୍‌ବର୍ଗ ରିପୋର୍ଟରେ ଖୁଲାସା ହୋଇଥିବା ଏହି ସାଂଘାତିକ ଅଭିଯୋଗ ପରେ ଜ୍ୟାକ୍‌ ଡୋର୍ସିଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି।

Advertisment

ହିଣ୍ଡେନ୍‌ବର୍ଗର ନୂଆ ଧମାକା...

ଏହି ରିପୋର୍ଟ ପରେ ବ୍ଲକ୍‌ ଇଙ୍କ୍‌ର ଶେୟାରରେ ବଡ଼ ହ୍ରାସ ଘଟିଛି। କମ୍ପାନୀର ଶେୟାର ୨୦% ପର୍ଯ୍ୟନ୍ତ ହ୍ରାସ ପାଇଛି। ଏହାସହ ଡୋର୍ସିଙ୍କୁ $526 ମିଲିୟନର କ୍ଷତି ସହିବାକୁ ପଡ଼ିଛି। ମାତ୍ର ଗୋଟିଏ ଦିନରେ ହିଁ ତାଙ୍କୁ ଏତେ ବଡ଼ କ୍ଷତି ସହିବାକୁ ପଡ଼ିଛି। ସୂଚନା ଅନୁସାରେ, ୧୧% ହ୍ରାସ ପରେ ବର୍ତ୍ତମାନ ଡୋର୍ସିଙ୍କ ନେଟ୍‌ ୱର୍ଥ $4.4 ବିଲିୟନ ହୋଇଛି। ହେଲେ ହିଣ୍ଡେନ୍‌ବର୍ଗ ରିପୋର୍ଟରେ ଅଣାଯାଇଥିବା ଅଭିଯୋଗକୁ ବ୍ଲକ୍‌ ଇଙ୍କ୍‌ କମ୍ପାନୀ ଖଣ୍ଡନ କରିଛି। ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି କମ୍ପାନୀ ଯୋଜନା କରିଛି। 

Advertisment

ଖସିଲା ଶେୟାର...

ଗତ ବର୍ଷକ ମଧ୍ୟରେ ବ୍ଲକ୍‌ ଇଙ୍କ୍‌ର ଶେୟାର ୫୭% ହ୍ରାସ ପାଇ ସାରି ଥିବାବେଳେ ପୁଣି କମ୍ପାନୀକୁ ଏତେ ବଡ଼ କ୍ଷତି ସହିବାକୁ ପଡ଼ିଛି। ହିଣ୍ଡେନ୍‌ବର୍ଗ ୱେବ୍‌ସାଇଟ୍‌ରେ ପ୍ରକାଶିତ ରିପୋର୍ଟରେ ଖୁଲାସା କରାଯାଇଛି, ବ୍ଲକ୍‌ ଇଙ୍କ୍‌ କମ୍ପାନୀ ଉପରେ ଏକ ବଡ଼ ଧରଣର ଯାଞ୍ଚ ଚାଲିଛି। ଗତ ୨ ବର୍ଷ ମଧ୍ୟରେ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି, ଜାଲିଆତି କରି ନିୟମିତ ଭାବେ ଏହି କମ୍ପାନୀ ୟୁଜର୍ସ ସଂଖ୍ୟା ବଢ଼ାଇଛି। ଖାଲି ଏତିକି ନୁହେଁ ବ୍ଲକ୍‌ ଇଙ୍କ୍‌ ନିବେଶକଙ୍କୁ ବିଭ୍ରାନ୍ତ କରିବା ସହ ତଥ୍ୟରେ ବଡ଼ ଧରଣର ଗଡ଼ବଡ଼ ମଧ୍ୟ କରିଛି। 

ସୂଚନାଥାଉ କି, ସୋସିଆଲ୍ ମିଡିଆ କମ୍ପାନୀ ଟ୍ୱିଟରର କୋ-ଫାଉଣ୍ଡର ଜ୍ୟାକ୍‌ ଡୋର୍ସି ୨୦୦୯ରେ Block Inc କମ୍ପାନୀ ପ୍ରତିଷ୍ଠା କରିଥିଲେ। ଏହି କମ୍ପାନୀ ଟେକ୍ନୋଲୋଜି ସହ ଜଡ଼ିତ। ବ୍ଲକ୍‌ ଇଙ୍କ୍‌ ପୂର୍ବରୁ ସ୍କ୍ୱାୟାର (Square) ନାଁରେ ଜଣାଶୁଣା ଥିଲା। କମ୍ପାନୀର ମାର୍କେଟ୍‌ କ୍ୟାପ୍‌ ପାଖାପାଖି ୪୪ ବିଲିୟନ ଡଲାର। 

Advertisment
Advertisment