/odishatv-khabar/media/post_attachments/uploadimage/library/16_9/16_9_0/s_1679557548.jpg)
After Adani Hindenburg Ready To Expose Another Big Report
ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ(Hindenburg)ର ନାଁ ୨୦୨୩ ପ୍ରାରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। ଗତ ଜାନୁଆରୀ ୨୪ରେ ଆଦାନୀ ଗ୍ରୁପ୍କୁ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଥିଲା, ସେଥିରେ ଗୌତମ ଆଦାନୀ(Gautam Adani)ଙ୍କ ସାମ୍ରାଜ୍ୟକୁ ଏକ ପ୍ରକାର ବୁଡ଼େଇ ଦେଇଥିଲା। ଏହାର ପ୍ରଭାବ ଏବେ ମଧ୍ୟ ଦେଖିବାକୁ ମିଳିଛି। ଏହାଦ୍ୱାରା ବିଶ୍ୱର ଟପ୍-୧୦ ଧନୀ ତାଲିକାରେ ଥିବା ଗୌତମ ଆଦାନୀଙ୍କ ସମ୍ପତ୍ତି ୬୦% ବୁଡ଼ି ଯାଇଛି। ଏବେ ଆଉ ଏକ ବଡ଼ ଖୁଲାସା ହେବାକୁ ଯାଉଛି। ହିଣ୍ଡେନ୍ବର୍ଗର ଟ୍ୱିଟ୍ରେ ଲେଖା ଯାଇଛି, 'Another Big One...'.
ଅଧିକ ପଢ଼ନ୍ତୁ: ହଠାତ୍ ଅଧା ହୋଇଗଲା ଆଦାନୀଙ୍କ ସଂପତ୍ତି !
ଟ୍ୱିଟ୍ରେ କ’ଣ ଲେଖାଯାଇଛି ?
ରିପୋର୍ଟ ପ୍ରକାଶ କରି ଆଦାନୀ ଗ୍ରୁପ୍କୁ ଧରାଶାୟୀ କରିବା ପରେ ହିଣ୍ଡେନ୍ବର୍ଗର ଟାର୍ଗେଟ୍ରେ ବର୍ତ୍ତମାନ କିଏ ? ବଡ଼ କର୍ପୋରେଟ୍ ଗ୍ରୁପ୍ ନା କୌଣସି କୋଟିପତି ? ଯଦିଓ ଏନେଇ କିଛି ଖୁଲାସା ହୋଇନାହିଁ, କିନ୍ତୁ ମାର୍ଚ୍ଚ ୨୩ରେ ହିଣ୍ଡେନ୍ବର୍ଗ ଫାର୍ମର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏକ ଟ୍ୱିଟ୍ କରାଯାଇଛି। ଯେଉଁଥିରେ ଲେଖାଯାଇଛି, ‘New report soon—another big one’। ଏହାପରେ ବଡ଼ ବଡ଼ କମ୍ପାନୀର ମାଲିକଙ୍କ ଏବେ ଚିନ୍ତା ବଢ଼ିଯାଇଛି। କାରଣ ଏଭଳି ସମୟରେ ଏହି ଟ୍ୱିଟ୍ କରାଯାଇଛି, ଯେଉଁ ସମୟରେ ସାରା ବିଶ୍ୱରେ ବ୍ୟାଙ୍କିଙ୍ଗ ସଙ୍କଟ(Banking Crisis) ଚାଲିଛି। ଆଉ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ବୁଡ଼ିବାରେ ଲାଗିଛି।
New report soon—another big one.
— Hindenburg Research (@HindenburgRes) March 22, 2023
୨ଟି ବ୍ୟାଙ୍କ ବୁଡ଼ି ଥିବାବେଳେ, ଅନେକ ବ୍ୟାଙ୍କ ଏବେ ସଙ୍କଟରେ...
ଯଦି ଆମେ ବ୍ୟାଙ୍କିଙ୍ଗ ସଙ୍କଟ କଥା କହିବା, ତା’ହେଲେ ଆମେରିକାରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ(SVB)ର ସ୍ଥିତି ଏବେ ଦେବାଳିଆ। ସେହିପରି ସିଗ୍ନେଚର ବ୍ୟାଙ୍କ(Signature Bank)କୁ ବନ୍ଦ କରି ଦିଆଯାଇଛି। ଏହାଛଡ଼ା ଆମେରିକାରେ ଅଧାରୁ ଅଧିକ ବ୍ୟାଙ୍କ ବୁଡ଼ି ଯିବାର ଆଶଙ୍କା ରହିଛି। ଏସବୁକୁ ବିଶ୍ୱ ସ୍ତରୀୟ ରେଟିଙ୍ଗ ଏଜେନ୍ସି ମୁଡିଜ୍(Moody's) ଅଣ୍ଡର୍ ରିଭ୍ୟୁ କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ କରିଛି। ଏଥିରେ First Republic Bank ସମେତ ଅନ୍ୟ ବଡ଼ ବଡ଼ ବ୍ୟାଙ୍କ ସାମିଲ ଅଛି।
ଏପର୍ଯ୍ୟନ୍ତ ୧୬ କମ୍ପାନୀର ହୋଇଛି ଖୁଲାସା...
ନାଥନ ଆଣ୍ଡ୍ରସନ୍ଙ୍କ ନେତୃତ୍ୱାଧୀନ ଶର୍ଟ ସେଲର୍ ଫାର୍ମ ହିଣ୍ଡେନ୍ବର୍ଗ ୨୦୧୭ ମସିହା ପରଠୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୬ଟି କମ୍ପାନୀରେ ହୋଇଥିବା ଗଡ଼ବଡ଼କୁ ନେଇ ନିଜ ରିପୋର୍ଟରେ ଖୁଲାସା କରିଛି। ଆଦାନୀ ଗ୍ରୁପ୍କୁ ଟାର୍ଗେଟ୍ କରିବା ପୂର୍ବରୁ ୨୦୨୨ରେ ଟ୍ୱିଟର ଇଙ୍କ୍ (Twitter Inc)କୁ ନେଇ ଏକ ରିପୋର୍ଟ ଜାରି କରାଯାଇଥିଲା। ହିଡେନ୍ବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପ୍ କମ୍ପାନୀ ଉପରେ ଷ୍ଟକ୍ ମ୍ୟାନିପୁଲେସନକୁ ନେଇ ଅଭିଯୋଗ ଅଣାଯାଇଥିଲା। ମ୍ୟାନିପୁଲେସନ କରି କମ୍ପାନୀ ଧନୀ ତାଲିକାର ଉପରକୁ ଯାଇଥିବା ଏହି ରିପୋର୍ଟରେ କୁହାଯାଇଥିଲା ଏବଂ ଏଭଳି କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲିଥିବା ମଧ୍ୟ କୁହାଯାଇଥିଲା।
୪ ନମ୍ବର ସ୍ଥାନରୁ ୩୪ ନମ୍ବରକୁ ଖସିଲେ...
ଆଦାନୀ ସାମ୍ରାଜ୍ୟ ଉପରେ ହିଣ୍ଡେନ୍ବର୍ଗ ରିପୋର୍ଟର ବଡ଼ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା। ନୂଆବର୍ଷ ଆରମ୍ଭ ହେଉ ହେଉ ଗୌତମ ଆଦାନୀ ବିଶ୍ୱର ଧନୀ ତାଲିକାରେ ୪ ନମ୍ବର ସ୍ଥାନରେ ଥିଲେ। ହେଲେ ଜାନୁଆରୀ ୨୪ରେ ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶିତ ପରେ କମ୍ପାନୀର ଶେୟାରରେ ଏକ ପ୍ରକାର ସୁନାମୀ ଆସିଥିଲା। ୨ ଦିନ ମଧ୍ୟରେ ଟପ୍-୧୦ ଧନୀ ତାଲିକାରୁ ସେ ବାଦ୍ ପଡ଼ିଥିଲେ। ଏହାପରେ ସେ ଟପ୍-୨୦ ଓ ପରେ ଟପ୍-୨୦ରୁ ମଧ୍ୟ ବାଦ୍ ପଡ଼ିଥିଲେ। ଫେବୃଆରୀ ଶେଷ ସୁଦ୍ଧା ଧନୀ ତାଲିକାରୁ ସେ ତଳକୁ ଖସି ୩୪ ନମ୍ବର ସ୍ଥାନରେ ପହଞ୍ଚିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)