Low CIBIL score: କ'ଣ ଏହି ସିବିଲ୍ ସ୍କୋର? ଲୋନ୍ ନେବା ବେଳେ କାହିଁକି ପଡ଼େ ଦରକାର ...

ଆପଣ ଜାଣନ୍ତି କି କ’ଣ ଏହି ସିବିଲ୍ ସ୍କୋର .. କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ଜାଣିବା କେମିତି ବଢ଼ାଇବେ ସିବିଲ୍ ସ୍କୋର୍...।

Low CIBIL score

ଆଜିକାଲି କ୍ରେଡିଟ୍ କାର୍ଡର ଜମାନା ଚାଲିଛି । ବ୍ୟବହାର କରିବା ଖୁବ୍ ସହଜ ହୋଇଥିବାରୁ ଅନେକ ଲୋକ କ୍ରେଡିଟ୍ କାର୍ଡ ରଖୁଛନ୍ତି । ଏହା ଦ୍ୱାରା ଅନେକ ଆକର୍ଷଣୀୟ ଅଫର୍‌ ମଧ୍ୟ ମିଳିଥାଏ । ଆଗେ ଜିନିଷ ଆସି ଆପଣଙ୍କ ପାଖରେ ପହଞ୍ଚିଥାଏ ପରେ ଟଙ୍କା ଦେବାକୁ ପଡ଼େ । ଅନେକ ଲୋକ କିଣିବା ଓ ସେବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି । ଅନେକ ସମୟରେ ଏହା ବିଭିନ୍ନ ପ୍ରକାର ସୁବିଧା ଓ ଲାଭ ପ୍ରଦାନ କରିଥାଏ । ଏ ସବୁ ସତ୍ତ୍ୱେ ମଧ୍ୟ କ୍ରେଡିଟ କାର୍ଡର କିଛି ନିୟମ ରହିଛି । ଯେପରି ଠିକ୍ ସମୟରେ ଦେୟ ପଇଠ କରିବା ।

ଆଉ ଏହା ବିଷୟରେ ବହୁ କମ୍ ଲୋକ ଜାଣିଥାଆନ୍ତି । ଠିକ୍ ସମୟରେ ଦେୟ ପରିଶୋଧ ନକରିବା ଫଳରେ ସେମାନଙ୍କର ସିବିଲ୍ ସ୍କୋର ଖରାପ ହୋଇଥାଏ । ଫଳରେ ଭବିଷ୍ୟତରେ ଋଣ ନେବାରେ ଅନେକ ଅସୁବିଧା ଭୋଗିଥାଆନ୍ତି । ତେବେ ଆପଣ ଜାଣନ୍ତି କି କ’ଣ ଏହି ସିବିଲ୍ ସ୍କୋର ..କେମିତି ବଢ଼ାଇବେ ସିବିଲ୍ ସ୍କୋର୍ ଓ କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ଜାଣିବା ...

ଅନେକ ଲୋକ ନିର୍ଦ୍ଧାରିତ ସମୟ ମଧ୍ୟରେ ଦେୟ ପଇଠ କରିପାରନ୍ତି ନାହିଁ । ଫଳରେ ସର୍ବନିମ୍ନ ପରିମାଣର ଦେୟ ପଇଠ କରନ୍ତି କିମ୍ବା ଦେୟ ଦେବାରେ ବିଳମ୍ବ କରନ୍ତି । ଏହା ଦ୍ୱାରା ଅଜାଣତରେ ସେମାନଙ୍କର CIBIL ସ୍କୋରକୁ କ୍ଷତି ପହଞ୍ଚିଥାଏ । ଏହି CIBIL ସ୍କୋର ସେମାନଙ୍କର କ୍ରେଡିଟ୍ ଯୋଗ୍ୟତା ଉପରେ ପ୍ରଭାବ ପକାଇଥାଏ ଏବଂ ଭବିଷ୍ୟତରେ ବ୍ୟାଙ୍କଗୁଡିକରୁ ଋଣ ନେବାରେ ଅସୁବିଧା ହୋଇଥାଏ ।

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରର ରାଜଗାଦିରେ ଦେବେନ୍ଦ୍ର, ଏକନାଥ ପାଲଟିଲେ ଡେପୁଟି CM

ସିବିଲ୍ ସ୍କୋର କ’ଣ?

CIBIL (କ୍ରେଡିଟ୍ ସୂଚନା ବ୍ୟୁରୋ ଇଣ୍ଡିଆ ଲିମିଟେଡ୍) ହେଉଛି ଭାରତର ଏକ କ୍ରେଡିଟ୍ ବ୍ୟୁରୋ ଯାହା ବ୍ୟକ୍ତି ଏବଂ ବ୍ୟବସାୟର କ୍ରେଡିଟ୍ ରେକର୍ଡ ବଜାୟ ରଖେ । କ୍ରେଡିଟ୍ ଇତିହାସ ଏବଂ ପରିଶୋଧ ଆଚରଣକୁ ସଂକ୍ଷେପରେ CIBIL ସ୍କୋର କୁହାଯାଏ । ଏହା ମୁଖ୍ୟତଃ ୩୦୦ ରୁ ୯୦୦ ପର୍ଯ୍ୟନ୍ତ ୩ ଅଙ୍କ ବିଶିଷ୍ଟ ସଂଖ୍ୟା ମଧ୍ୟରେ ସୀମିତ ରହିଥାଏ । ଯଦି ସ୍କୋର ୯୦୦ ପାଖାପାଖି ରୁହେ, ତେବେ ଏହା ଅତି ଭଲ କ୍ୟାଟେଗୋରୀରେ ଗଣନା ହୁଏ । ବ୍ୟାଙ୍କ ଏବଂ ଋଣଦାତାମାନେ ଟଙ୍କା ଦେବା ପୂର୍ବରୁ ଏହି ସ୍କୋରକୁ ବ୍ୟବହାର କରନ୍ତି । ଏକ ଭଲ ସ୍କୋର ଅଧିକ କ୍ରେଡିଟ୍ ସୀମା, ଦ୍ରୁତ ଋଣ ଅନୁମୋଦନ ଏବଂ ଉତ୍ତମ ଋଣ ସର୍ତ୍ତାବଳୀ ପରି ଲାଭକୁ ନେଇଥାଏ । ତେବେ ଯଦି ଆପଣଙ୍କର CIBIL ସ୍କୋର ଭଲ ନାହିଁ, ତେବେ ବ୍ୟସ୍ତ ହେବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ । ଏହାକୁ ବଢ଼ାଇବାକୁ ନିମ୍ନଲିଖିତ ଉପାୟ ଆପଣାନ୍ତୁ ...

ସିବିଲ୍ ସ୍କୋର୍ ବଢ଼ାଇବାକୁ କିଛି ଟିପ୍ସ ..

(୧) ଠିକ୍ ସମୟରେ ବିଲ୍ ଏବଂ EMI ଦେୟ ଦେଲେ CIBIL ସ୍କୋର ଭଲ ରହିଥାଏ । ଧାର୍ଯ୍ୟ ତାରିଖ ପୂର୍ବରୁ ସର୍ବଦା ଆପଣଙ୍କର କ୍ରେଡିଟ୍ କାର୍ଡ ବିଲ୍, EMI, ଏବଂ ୟୁଟିଲିଟି ବିଲ୍ ପୈଠ କରିବା ନିହାତି ଆବଶ୍ୟକ ଅଟେ । ଅନ୍ୟପଟେ ଅଟୋପେ’ ମଧ୍ୟ ସିବିଲ ସ୍କୋରକୁ ଭଲ ରଖିବାରେ ସାହାଯ୍ୟ କରିଥାଏ ।

(୨) ଏହା ସହ ଏକାଧିକ ଋଣ ପାଇଁ ଆବେଦନରୁ ଦୂରେଇ ରୁହନ୍ତୁ । ଅଳ୍ପ ସମୟ ମଧ୍ୟରେ ଅତ୍ୟଧିକ ଋଣ ପାଇଁ ଆବେଦନ କରିବା ଆର୍ଥିକ ଚାପକୁ ସୂଚାଇପାରେ ଏବଂ ଆପଣଙ୍କ ସ୍କୋରକୁ କମ୍ କରିପାରେ ।

(୩) ବିଭିନ୍ନ ପ୍ରକାରର କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତୁ । ଯେପରିକି, କ୍ରେଡିଟ୍ କାର୍ଡ, ବ୍ୟକ୍ତିଗତ ଋଣ, କିମ୍ବା ଘର ଲୋନ୍ ଆଦି । ଏହାକୁ ଠିକ୍ ସମୟରେ ପରିଶୋଧ ମଧ୍ୟ କରନ୍ତୁ । ଫଳରେ ଆପଣଙ୍କର ସିବିଲ୍ ସ୍କୋର ଭଲ ରହିବ ।

(୪) ଏକ ଗ୍ୟାରେଣ୍ଟର୍ ଭାବରେ ସତର୍କ ରୁହନ୍ତୁ । କାହାର ଋଣ ଗ୍ୟାରେଣ୍ଟି ଦେବା ପରେ ଯଦି ଗ୍ରହିତା ଡିଫଲ୍ଟର ହୁଏ ତେବେ ଆପଣଙ୍କ ସ୍କୋରକୁ ମଧ୍ୟ କ୍ଷତି ପହଞ୍ଚିପାରେ । ଯଦି ଆପଣ ଋଣଗ୍ରହୀତାଙ୍କ ପରିଶୋଧ କ୍ଷମତା ଉପରେ ବିଶ୍ୱାସ ରଖନ୍ତି ତେବେ ଗ୍ୟାରେଣ୍ଟର୍ ହେବାକୁ ରାଜି ହୁଅନ୍ତୁ ।

(୫) ଆପଣଙ୍କର କ୍ରେଡିଟ୍ ସୀମା ବୃଦ୍ଧି କରନ୍ତୁ । କ୍ରେଡିଟ୍ କାର୍ଡର ସୀମା ସବୁବେଳେ ଅଧିକ ରଖନ୍ତୁ । ସେହି ହିସାବରେ ଆପଣ ନିଜ ଖର୍ଚ୍ଚ ମଧ୍ୟ ମ୍ୟାନେଜ୍ କରିପାରିବେ । ଯଦି ସୀମା ଭିତରେ କ୍ରେଡିଟ୍ କାର୍ଡ ବ୍ୟବହାର କରିବେ ତେବେ ସିଭିଲ୍ ସ୍କୋର୍ ମଧ୍ୟ ଭଲ ରହିବ । ଏହି ଅଭ୍ୟାସଗୁଡିକ ସହ, ଧୀରେ ଧୀରେ CIBIL ସ୍କୋରକୁ ଭଲ କରିପାରିବେ ।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ! ଭାରତରେ ହାଇଟ୍ରୋଜେନ୍‌ ଇନ୍ଧନରେ ଚାଲିବ ଟ୍ରେନ୍‌...