Advertisment

ଦେଶ ବିଦେଶରୁ ଆସିବେ ୭୦୦୦ ଅତିଥି..ଜାଣନ୍ତୁ କିଏ...

ଆଜି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠାର ମହା ଉତ୍ସବ । ଏନେଇ ଗାଁରୁ ସହର .. ସବୁ ପ୍ରସ୍ତୁତ । ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି ରାମଙ୍କ ଆଗମନକୁ । ଆଜି ପୁରା ହେବ ରାମଭକ୍ତଙ୍କ ତପସ୍ୟା । ଜୟ ଶ୍ରୀରାମ ନାରାରେ କମ୍ପୁଛି ଗଗନ ପବନ ।

ଅଦ୍ୟତନ ହୋଇଛି
Ayodhya Ram Mandir Event Guest List

Ram Mandir

Advertisment

ଆଜି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠାର ମହା ଉତ୍ସବ । ଏନେଇ ଗାଁରୁ ସହର .. ସବୁ ପ୍ରସ୍ତୁତ । ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି ରାମଙ୍କ ଆଗମନକୁ । ଆଜି ପୁରା ହେବ ରାମଭକ୍ତଙ୍କ ତପସ୍ୟା । ଜୟ ଶ୍ରୀରାମ ନାରାରେ କମ୍ପୁଛି ଗଗନ ପବନ । ମନ୍ଦିର ପାଇଁ କେତେ ସଂଘର୍ଷ, କେତେ ରକ୍ତପାତ ।

Advertisment

ଶେଷରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ, ପରିକଳ୍ପିତ, ପୁରା ଭାରତର ସ୍ୱପ୍ନ, ରାମଲାଲାଙ୍କ ଆବାସ ‘ରାମ ମନ୍ଦିର’ । ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ପ୍ରାୟ ୭୦୦୦ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି । ଆସନ୍ତୁ ଜାଣିନେବା ଏହି ମହାର୍ଘ୍ୟ ଉତ୍ସବରେ ସାମିଲ ହେବା ପାଇଁ କେଉଁ କେଉଁ ଅତିଥିମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି ।

LIVE Updates: ଜାଣନ୍ତୁ ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଟିକିନିଖି ଖବର...

Advertisment

କେଉଁ ରାଜନେତାମାନେ ନିମନ୍ତ୍ରିତ

ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବା ପାଇଁ ରାଜନେତାଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ବିଜେପି ନେତା ଏଲ.କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କୁ ଅତିଥି ତାଲିକାରେ ସାମିଲ କରାଯାଇଛି । ତେବେ ଲାଲ କୃଷ୍ଣ ଆଡଭାନୀ ସମାରୋହରେ ଯୋଗ ଦେବେ ନାହିଁ ବୋଲି ଜଣା ପଡ଼ିଛି । ରାମ ମନ୍ଦିରର ଆନ୍ଦୋଳନର ନେତୃତ୍ୱ ନେଇଥିବା ଏହି ବିଜେପି ନେତା ଅତ୍ୟଧିକ ଥଣ୍ଡା ପାଗ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇପାରିବେ ନାହିଁ । ଅନ୍ୟପଟେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିଭା ପାଟିଲ ଓ ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ସହ ପୂର୍ବତନ ମନ୍ତ୍ରୀ ମୁଖତାର ଅବ୍ବାସ ନାକଭି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ପୁତୁରା ରଞ୍ଜନ ଭଟ୍ଟାଚାର୍ଯ୍ୟଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି । ରାଜନେତାମାନଙ୍କ ତାଲିକାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ପତ୍ନୀ ସଂଗୀତା ଏବଂ ଝିଅ ସୋନାଲି ଓ ଲୋକସଭାର ପୂର୍ବତନ ବକ୍ତା ସୁମିତ୍ରା ମହାଜନ ଓ ମୀରା କୁମାର ମଧ୍ୟ ଅଛନ୍ତି ।

କେଉଁ ବିଚାରପତି, ବୈଜ୍ଞାନିକ ନିମନ୍ତ୍ରିତ

ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ସମେତ ISRO କୁ ମଧ୍ୟ ନିମନ୍ତ୍ରଣ ମିଳିଛି । ISRO ଅଧ୍ୟକ୍ଷ ଏସ ସୋମନାଥ, ପୂର୍ବତନ ISRO ଅଧ୍ୟକ୍ଷ କେ. ସିଭାନ, ଆଇଏସଆର ନିର୍ଦ୍ଦେଶକ ନିଲେଶ ଦେଶାଇ ଏବଂ DRDO ବୈଜ୍ଞାନିକ ସୁଦର୍ଶନ ଶର୍ମାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସେପଟେ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ନୋବେଲ ବିଜେତା କୈଳାଶ ସତ୍ୟାର୍ଥୀ ଏବଂ ପୂର୍ବତନ କୂଟନୀତିଜ୍ଞ ଭୀନା ସିକ୍ରି, ଲକ୍ଷ୍ମୀ ପୁରୀ; ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ମାଷ୍ଟରମାଇଣ୍ଡ ସୁଦର୍ଶନ ମଣି, ଜି-20ର ଅମିତାଭ କାନ୍ତ ମଧ୍ୟ ଅଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ରାମ ରଙ୍ଗରେ ରଙ୍ଗାୟିତ ରାମଭକ୍ତ, ରାମମୟ ପୁରା ଦେଶ...

କେଉଁ କ୍ରୀଡ଼ାବିତ ନିମନ୍ତ୍ରିତ

କପିଲ ଦେବ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ଅନିଲ କୁମ୍ବଲେ, ବୀରେନ୍ଦ୍ର ସେହୱାଗ, ରୋହିତ ଶର୍ମା, ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ଭାରତୀୟ କ୍ରିକେଟ୍ ତାରକାମାନଙ୍କୁ ନିମନ୍ତ୍ରଣ ମିଳିଛି । ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜ, ସଟଲର ସାଇନା ନେହୱାଲ ଏବଂ ପିଭି ସିନ୍ଧୁଙ୍କ ସହ ଚେସ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥ ଆନନ୍ଦ, ସ୍ପ୍ରିଣ୍ଟ ରାଣୀ ପି.ଟି ଉଷା ଏବଂ ଫୁଟବଲର୍ ବାଇଚୁଙ୍ଗ ଭୁତିଆଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି ।

କେଉଁ ଅଭିନେତା ନିମନ୍ତ୍ରିତ

ସିନେମା ଅତିଥି ତାଲିକାରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଅନୁପମ ଖେର, ଅଜୟ ଦେବଗନ, ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରମୁଖ ସ୍ଥାନ ପାଇଛନ୍ତି । କ୍ୟାଟ୍ରିନା କୈଫ, ଭିକି କୌଶଲଙ୍କ ସହ କଙ୍ଗନା ରାଣାୱତ, ମାଧୁରୀ ଦୀକ୍ଷିତ ଏବଂ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀ ଏବଂ ସନ୍ନି ଦେଓଲଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି । ପ୍ରାଣ ପ୍ରତିଷ୍ଠା ସମାରୋହରେ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଚିରଞ୍ଜୀବୀ, ମୋହନଲାଲ, ପ୍ରଭାସ, ଅଲୁ ଅର୍ଜୁନ ଏବଂ ଜୁନିଅର ଏନଟିଆର ପ୍ରମୁଖଙ୍କୁ ନିମନ୍ତ୍ରଣ ମିଳିଛି । ସେହିପରି ରାମାନନ୍ଦ ସାଗରଙ୍କ ଆଇକନ୍ ଟିଭି ଧାରାବାହିକ "ରାମାୟଣ"ରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବଂ ଦେବୀ ସୀତା ଭୂମିକାରେ ଅଭିନୟ କରିଥିବା ଦିପିକା ଚିଖଲିଆଙ୍କ ସହ ଲକ୍ଷ୍ମଣଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି । ନିର୍ଦ୍ଦେଶକ ମଧୁର ଭଣ୍ଡାରକର, ସଞ୍ଜୟଲୀଲା ଭଂସାଲି, ଶ୍ରେୟା ଘୋଷାଲ, କୈଳାଶ ଖେର, ଶଙ୍କର ମହାଦେବନ, ଅନୁପ ଜଲୋଟା, ସୋନୁ ନିଗମ, ଏବଂ ଅନୁରାଧା ପୋଡୱାଲଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଅମଜାଦ ଅଲି ଖାନଙ୍କ ସମେତ, ଗୀତିକାର ତଥା କବି ମନୋଜ ମୁନ୍ତାଶିର ଏବଂ ଲେଖକ ପ୍ରସୂନ ଯୋଶୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

କେଉଁ ଶିଳ୍ପପତି ନିମନ୍ତ୍ରିତ

ପ୍ରାଣ ପ୍ରତିଷ୍ଠା ଅତିଥି ତାଲିକାରେ ଶିଳ୍ପପତି ମୁକେଶ ଅମ୍ବାନୀ, ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ରତନ ଟାଟା ଏବଂ ଏନ ଚନ୍ଦ୍ରଶେଖରନ୍ ଅଛନ୍ତି । ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ଅନିଲ ଅଗ୍ରୱାଲଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ସେହିପରି ହିନ୍ଦୁଜା ଗ୍ରୁପର ଅଶୋକ ହିନ୍ଦୁଜା, ୱିପ୍ରୋର ଅଜିମ ପ୍ରେମଜୀ, ବମ୍ବେ ଡାଇଙ୍ଗର ନସଲି ୱାଦିଆ, ଟୋରେଣ୍ଟ ଗ୍ରୁପର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁଧୀର ମେହେଟ୍ଟା, ଜିଏମଆର ଗ୍ରୁପର ଜି.ଏମ.ଆର ରାଓଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା, ଅଜୟ ପିରାମଲ, ଆନନ୍ଦ ମହିନ୍ଦ୍ରା, ନବୀନ ଜିନ୍ଦଲ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ଉଦୟ କୋଟାକଙ୍କୁ ନିମନ୍ତ୍ରଣ ମିଳିଛି ।

ଅଧିକ ପଢ଼ନ୍ତୁ: ଭକ୍ତ ବିଭୋର, ଭଗବାନ ଆତୁର..ଭକ୍ତିରେ ତଲ୍ଲୀନ ପୁରା ଭାରତ

Ayodhya Ram Mandir Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ