• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦେଶ ରାମମୟ .. ଦେଶବାସୀ ରାମମୟ .. ତନ, ମନ, ପ୍ରାଣ ମଧ୍ୟ ରାମମୟ । ରାମଭକ୍ତିରେ ଭିଜୁଛି ପୁରା ଅଯୋଧ୍ୟା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବୁକ ହୋଇ ପଡ଼ିଛି ପୁରା ଭାରତ । ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଏହାକୁ ନେଇ ଗତକାଲିଠାରୁ ଆରମ୍ଭ ହୋଇଯାଇଛି ରୀତିନୀତି ।

ସମଗ୍ର ଅଯୋଧ୍ୟା ରାମମୟ ହୋଇ ଉଠିଛି । ଗତକାଲି ପ୍ରାୟଶ୍ଚିତ ପୂଜା ସମ୍ପନ୍ନ ହୋଇଥିଲା । ଏହି ପୂଜା ମାଧ୍ୟମରେ ରାମଲାଲାଙ୍କୁ କ୍ଷମା ପ୍ରାର୍ଥନା କରାଯାଇଛି । ପ୍ରତିମା ତିଆରି ସମୟରେ ଅନେକ ଅସ୍ତ୍ରଶସ୍ତ୍ରର ଆଘାତ ଦିଆଯାଇଥିଲା । ପ୍ରତିମା ତିଆରି ପାଇଁ ପ୍ରଭୁଙ୍କୁ ଆଘାତ ଦିଆ ଯାଇଥିବାରୁ ଏହାକୁ ନେଇ କ୍ଷମା ପ୍ରାର୍ଥନା କରାଯାଇଛି ।

ଏହି ମହତ୍ ହିନ୍ଦୁ ସମାରୋହକୁ ଆଗେଇ ନେବା ପାଇଁ କିଛି ରାଜ୍ୟ ଆସନ୍ତା ଜାନୁଆରୀ ୨୨ କୁ ଛୁଟି ଘୋଷଣା କରିଛନ୍ତି । ଏହାର ସୂଚୀ ନିମ୍ନରେ ପ୍ରଦାନ କରାଗଲା ।

ଅଧିକ ପଢ଼ନ୍ତୁ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ଟ୍ରଷ୍ଟର ଅପିଲ୍‌, #ShriRamHomecoming ଦେଇ ପୋଷ୍ଟ କରନ୍ତୁ ସର୍ଟସ୍ ଭିଡିଓ

ଉତ୍ତରପ୍ରଦେଶ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମରେ ଜାନୁଆରୀ ୨୨ କୁ ଛୁଟି ଘୋଷଣା କରାଯାଇଛି । ପ୍ରାଣ ପ୍ରତିଷ୍ଠା ସମାରୋହରେ ଜନ ଭାବାବେଗକୁ ନଜରରେ ରଖି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଦିନ ଉତ୍ତରପ୍ରଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ । ଏହାସହ ସେହି ଦିନ ସାରା ରାଜ୍ୟରେ ମଦ ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରହିବ ।

ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶରେ ମଧ୍ୟ ଜାନୁଆରୀ ୨୨ କୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏନେଇ ଘୋଷଣା କରିଛନ୍ତି । ଛୁଟି ସହ ଏହି ଦିନ ରାଜ୍ୟରେ ମଦ ଦୋକାନ ସହ ଭାଙ୍ଗ ତଥା ବିଭିନ୍ନ ନିଶା ଦୋକାନ ମଧ୍ୟ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଜାନୁଆରୀ ୨୨ ରାଜ୍ୟରେ ସମସ୍ତ ମଲ୍, ଦୋକାନ ଓ ମଦ ତଥା ନିଶା ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆ ଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି ।

ଗୋଆ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଗୋଆରେ ମଧ୍ୟ ଛୁଟି ଘୋଷଣା ହୋଇଛି । ଗୋଆ ସରକାର ସରକାରୀ କର୍ମଚାରୀ ଓ ବିଦ୍ୟାଳୟମାନଙ୍କ ପାଇଁ ଆସନ୍ତା ୨୨କୁ ଛୁଟି ଘୋଷଣା କରିଛନ୍ତି । ଏନେଇ ପ୍ରଥମେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, କେବଳ ସ୍କୁଲ ସହ ସରକାରୀ କର୍ମଚାରୀଙ୍କ ପାଇଁ ଜାନୁଆରୀ ୨୨ ତାରିଖ ଛୁଟି ରହିବ ।

ଛତିଶଗଡ

ଛତିଶଗଡ ସରକାର ମଧ୍ୟ ଆସନ୍ତା ୨୨ ତାରିଖ ପାଇଁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି । ଏହି ଅବସରରେ ଅଯୋଧ୍ୟାରେ ହେବାକୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୋସିଆଲ ମିଡ଼ିଆ X ରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଏନେଇ ଘୋଷଣା କରିଛନ୍ତି। ସମଗ୍ର ବିଶ୍ୱ ସୀତାରାମଙ୍କୁ ଜାଣିଛନ୍ତି । ତାଙ୍କର ପ୍ରାଣ ପ୍ରତିଷ୍ଠା ପାଇଁ ଜାନୁଆରୀ ୨୨ ରେ ରାଜ୍ୟର ସମସ୍ତ ସରକାରୀ ତଥା ଅଣ-ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛୁଟି ରହିବ ବୋଲି ସେ ଲେଖିଛନ୍ତି ।

ହରିୟାଣା

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନଜରରେ ରଖି ହରିୟାଣା ସରକାର ମଧ୍ୟ ଜାନୁଆରୀ ୨୨ ରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହା ସହ ସେହିଦିନ ରାଜ୍ୟରେ ମଦ ସେବନ ନକରିବାକୁ ଅନୁରୋଧ କରିଛନ୍ତି ହରିଆଣା ସରକାର ।

ଅଧିକ ପଢ଼ନ୍ତୁ: କିଏ ସେ ଅରୁଣ ଯୋଗୀରାଜ ? ଯାହାଙ୍କ ହାତରେ ଗଢ଼ାଯାଇଛି ରାମଲାଲାଙ୍କ ପ୍ରତିମୂର୍ତ୍ତି ?