Advertisment

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ଟ୍ରଷ୍ଟର ଅପିଲ୍‌, #ShriRamHomecoming ଦେଇ ପୋଷ୍ଟ କରନ୍ତୁ ସର୍ଟସ୍ ଭିଡିଓ

୫ ଶହ ବର୍ଷ ପରେ କେବଳ ଭବ୍ୟ ମନ୍ଦିରକୁ ନୁହେଁ, ନିଜ ଜନ୍ମସ୍ଥଳୀ ମୂଳ ଆସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Ayodhya Ram Mandir

Ayodhya Ram Mandir

ପାଖେଇ ଆସୁଛି ଦିବ୍ୟ ମୁହୂର୍ତ୍ତ । ଜାନୁଆରୀ ୨୨କୁ ସମସ୍ତେ କରିଛନ୍ତି ଅପେକ୍ଷା। କାହିଁକି ନା ୫ ଶହ ବର୍ଷ ପରେ କେବଳ ଭବ୍ୟ ମନ୍ଦିରକୁ ନୁହେଁ, ନିଜ ଜନ୍ମସ୍ଥଳୀ ମୂଳ ଆସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା। ଏଥିପାଇଁ ସାରା ଦେଶ ଉତ୍ସାହିତ ଥିବା ବେଳେ, ମନ୍ଦିର ସାଜସଜ୍ଜା ବି ଆରମ୍ଭ ହୋଇଗଲାଣି। ତେବେ ଏହି ଐତିହାସିକ ମୁହୂର୍ତ୍ତର ଭାବନାକୁ ଏକ କ୍ଷୁଦ୍ର ଭିଡିଓ ମାଧ୍ୟମରେ ପ୍ରକାଶ କରିବାକୁ ବିଶ୍ୱର ସମସ୍ତ ରାମଭକ୍ତଙ୍କୁ ଅନୁରୋଧ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ।

Advertisment

ମଙ୍ଗଳବାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ କୁହାଯାଇଛି କି ‘୫୦୦ ବର୍ଷ ପରେ ପ୍ରଭୁ ଶ୍ରୀରାମ ନିଜ ଜନ୍ମସ୍ଥଳୀ ମୂଳ ଆସନକୁ ଫେରୁଛନ୍ତି। ଏହି ଦିବ୍ୟ ମୂହୁର୍ତ୍ତର ସାକ୍ଷୀ ହେବା ପାଇଁ ପୂରା ବିଶ୍ୱ ଉତ୍ସୁକତାର ସହ ଅପେକ୍ଷା କରିଛି। ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବା ସହ ସମସ୍ତ ରାମଭକ୍ତଙ୍କୁ ଅନୁରୋଧ କରୁଛୁ ଯେ, ଏହି ଐତିହାସିକ ଆୟୋଜନ ସମ୍ପର୍କରେ ସେମାନଙ୍କ ଭାବନାକୁ ଏକ ଛୋଟ ଭିଡିଓ ମାଧ୍ୟମରେ ପ୍ରକାଶ କରନ୍ତୁ। ଆଉ ଏହି ଭିଡିଓକୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ #ShriRamHomecoming ଲେଖି ପୋଷ୍ଟ କରିପାରିବେ।

ଏଥିସହ ଏହି ଭିଡିଓରେ ଆପଣଙ୍କ ନାମ, ସ୍ଥାନ ଏବଂ ସକ୍ଷିପ୍ତ ଭାବରେ ଏକ ବ୍ୟକ୍ତିଗତ ନୋଟ୍‌ ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତୁ। ଆସନ୍ତୁ ସମସ୍ତେ ଏକାଠି ହୋଇ ପ୍ରଭୁ ଶ୍ରୀରାମଙ୍କ ଆଗମନର ଉତ୍ସବ ମନାଇବା’ ବୋଲି ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ।

Advertisment

ସୂଚନା ଅନୁସାରେ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ୫ ଦିନ ପୂର୍ବରୁ ଅର୍ଥାତ ଆଜିଠାରୁ ଆରମ୍ଭ ହୋଇଛି ଧାର୍ମିକ ରୀତିନୀତି। ଏଥିପାଇଁ ଉଦ୍ଭାସିତ ଅଯୋଧ୍ୟା। ଉତ୍ସାହିତ ଦେଶ, ଉଲ୍ଲସିତ ପ୍ରତି ରାମପ୍ରେମୀଙ୍କ ପ୍ରାଣ। ଚମ୍ପତ ରାୟଙ୍କ ସୂଚନା ଅନୁଯାୟୀ, ଆଜିଠୁ ଆରମ୍ଭ ହେବାକୁ ଥିବା ରୀତିନୀତି ୨୧ ତାରିଖ ଯାଏଁ ଚାଲିବ। ୨୨ ତାରିଖ ଅପରାହ୍ନ ୧୨ଟା ୨୦ରୁ ପ୍ରାଣ ପ୍ରତିଷ୍ଠା ଆରମ୍ଭ ହୋଇ ଅପରାହ୍ନ ଗୋଟାଏ ସୁଦ୍ଧା କାର୍ଯ୍ୟ ସମ୍ପାଦନ ପାଇଁ ସ୍ଥିରୀକୃତ ହୋଇଛି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ୨୦ ଓ ୨୧ ତାରିଖ ଦୁଇ ଦିନ ସାଧାରଣ ଦର୍ଶନ ବନ୍ଦ ରହିବ। ମନ୍ଦିରରେ କେବଳ ପୂଜକ ହିଁ ରହିବେ।

India News Ayodhya Ram Mandir Shri Ram Janmabhoomi Tirth Kshetra Trust
Advertisment
Advertisment