Advertisment

Ayodhya Ram Mandir: ‘ମୁଁ ଏବେ ବି ସ୍ୱପ୍ନର ଦୁନିଆରେ, ମୋତେ ଏବେ ବି ବିଶ୍ୱାସ ହେଉନି’

୫ ବର୍ଷୀୟ ରାମଲାଲାଙ୍କ ୩ଟି ବାଳୁତ ବିଗ୍ରହ ତିଆରି କରାଯାଇଥିଲା। ପୁରାଣରେ ବର୍ଣ୍ଣିତ ରାମଲାଲା ଶୈଶବାବସ୍ଥାର ରୂପକୁ ଆଧାର କରି ଏହାକୁ ତିଆରି କରାଯାଇଛି ।

ଅଦ୍ୟତନ ହୋଇଛି
Arun Yogiraj at Ayodhya Ram Mandir Pran Pratishtha Ceremony

Arun Yogiraj

Advertisment

‘ମୁଁ ଏବେ ବି ସ୍ୱପ୍ନର ଦୁନିଆରେ ଅଛି । ମୋତେ ଲାଗୁଛି ମୁଁ ଏବେ ବି ସ୍ୱପ୍ନ ଦେଖୁଛି । ମୁଁ ଏ ଦୁନିଆର ସବୁଠାରୁ ଭଗ୍ୟବାନ ବ୍ୟକ୍ତି ।’ ଅତ୍ୟନ୍ତ ଭାବ ବିହ୍ୱଳ ହୋଇ ଏଭଳି କହିଛନ୍ତି କର୍ଣ୍ଣାଟକର ମୂର୍ତ୍ତୀ କାରିଗର ଅରୁଣ ଯୋଗୀରାଜ । ସେ ନିର୍ମାଣ କରିଥିବା ରାମଲାଲାଙ୍କ ମୂର୍ତ୍ତୀ ଆଜି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପୂଜା ପାଉଛି । ସେଥିପାଇଁ ସେ ନିଜକୁ ସବୁଠାରୁ ଭାଗ୍ୟବାନ ବୋଲି କହିଛନ୍ତି ।

Advertisment

କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରି ମୂର୍ତ୍ତି ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ । ରାମଲାଲାଙ୍କ ପାଇଁ ୩ ବିଗ୍ରହଙ୍କ ମଧ୍ୟରୁ ଗୋଟିଏ ବଛା ଯାଇଥିଲା । ଅରୁଣ ଯୋଗୀରାଜଙ୍କ ନିର୍ମାଣ ହୋଇଥିବା ବିଗ୍ରହ ଲାଗିବ ଗର୍ଭଗୃହରେ ଏବଂ ବାକି ଦୁଇଟିକୁ ମନ୍ଦିରର ଅନ୍ୟ ଜାଗାରେ ସ୍ଥାପନ କରାଯାଇଛି । ୫ ବର୍ଷୀୟ ରାମଲାଲାଙ୍କ ୩ଟି ବାଳୁତ ବିଗ୍ରହ ତିଆରି କରାଯାଇଥିଲା। ପୁରାଣରେ ବର୍ଣ୍ଣିତ ରାମଲାଲା ଶୈଶବାବସ୍ଥାର ରୂପକୁ ଆଧାର କରି ଏହାକୁ ତିଆରି କରାଯାଇଛି ।

LIVE Updates: ରାମଲାଲାଙ୍କ ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ ରେ କ୍ଲିକ କରନ୍ତୁ...

Advertisment

ଆଦିଶଙ୍କରାଚାର୍ଯ୍ୟ, ନେତାଜୀ ଆଉ ଏବେ ସ୍ୱଂୟ ଶ୍ରୀରାମ। ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଥିବା ଅରୁଣ ଯୋଗୀରାଜଙ୍କ କଳାର ଇଏ ଆଉ ଏକ ବଡ଼ ଯାତ୍ରା। ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଥିବା ବ୍ୟକ୍ତି ଏବେ ଦେଶର ସବୁଠୁ ଚର୍ଚ୍ଚିତ ବ୍ୟକ୍ତି, ସବୁଠୁ ଚର୍ଚ୍ଚିତ ସ୍ଥପତି।

ଅରୁଣଙ୍କ ପରିବାରର ୫ ପିଢ଼ି ଧରି ମୂର୍ତ୍ତିରେ ଜୀବନ ଦେଇ ଆସିଛନ୍ତି। ଅରୁଣଙ୍କ ଜେଜେବାପା ମହିଶୂର ରାଜବଂଶ ପାଇଁ ପଥରରେ ମୂର୍ତ୍ତି ନିର୍ମାଣ କରୁଥିଲେ। ଅରୁଣ ମହିଶୂରର ପ୍ରସିଦ୍ଧ ୧୨ ଫୁଟର ହନୁମାନ, ପ୍ରସିଦ୍ଧ ନନ୍ଦି ନିର୍ମାଣ କରି ସାରା ଦକ୍ଷିଣ ଭାରତରେ ପ୍ରମୁଖ ସ୍ଥପତି ଭାବେ ପରିଚୟ ସୃଷ୍ଟି କରିଥିଲେ। ହେଲେ ଦିଲ୍ଲୀ ଅମର ଯବାନ ଜ୍ୟୋତି ପାଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ବେଳକୁ ସାରା ଦେଶରେ ପ୍ରମୁଖ ଚେହେରା ଭାବେ ସାମ୍ନାକୁ ଆସିଥିଲେ।

Advertisment

ଅଧିକ ପଢ଼ନ୍ତୁ: ରାମ ହିଁ ଚେତନା...ରାମ ହିଁ ଚିନ୍ତନ...ରାମ ହିଁ ଶକ୍ତି...ରାମ ହିଁ ସମାଧାନ: ପ୍ରଧାନମନ୍ତ୍ରୀ

Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ