• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାମାୟ ରାମଭଦ୍ରାୟ ରାମଚନ୍ଦ୍ରାୟ ୱେଧସେ, ରଘୁନାଥାୟ ନାଥାୟ ସୀତାୟାଃ ପତୟେ ନମଃ ..

୫୦୦ ବର୍ଷର ସ୍ୱପ୍ନ ସାକାର ହୋଇଛି । ରାମ ଭକ୍ତଙ୍କ ଆଖି, ଆଜି ଖୁସିର ଲୁହରେ ଭିଜିଛି । ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି, ସବୁ ସ୍ୱପ୍ନ ସାକାର ହୋଇଛି । ଯାହା ଚାହୁଁଥିଲା ମନ ତାହା ପୂରଣ ହୋଇଛି । ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିଛନ୍ତି । ଆଉ ତାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । କାଳ କାଳର ତପସ୍ୟା ଆଜି ମୋକ୍ଷ ପ୍ରାପ୍ତି କରିଛି । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପୂର୍ଣ୍ଣାହୂତି ପଡ଼ିଛି ।

୮୪ ସେକେଣ୍ତର ଶୁଭ ମୂହୁର୍ତ୍ତରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ତୁଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯଜମାନ ଦାୟିତ୍ୱ ତୁଲାଇବା ପାଇଁ ଗତ ୧୧ ଦିନ ଧରି କଠୋର ବ୍ରତ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

LIVE Updates: ରାମଲାଲାଙ୍କ ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ ରେ କ୍ଲିକ କରନ୍ତୁ...

ପ୍ରାଣ ପ୍ରତିଷ୍ଠା ପରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦୀର୍ଘ ପ୍ରତୀକ୍ଷା ପରେ ପ୍ରଭୁ ରାମ ଆସିଗଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରାମଲାଲାଙ୍କୁ ଆଉ ଟେଣ୍ଟରେ ରହିବାକୁ ପଡ଼ିବ ନାହିଁ । ଏ ଦିବ୍ୟ ମନ୍ଦିରର ଶୋଭା ପ୍ରଭୁ ଶ୍ରୀରାମଙ୍କ ପାଇଁ ପୂର୍ଣ୍ଣତା ଲାଭ କରିଛି । ଏହି ସବୁ ମୁହୂର୍ତ୍ତ ଅତ୍ୟନ୍ତ ଅଲୌକିକ ଓ ପବିତ୍ର ବୋଲି ଅତ୍ୟନ୍ତ ଭାବବିହ୍ୱଳ କଣ୍ଠରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ସମୟର କାଳଚକ୍ରରେ ଆଜିର ଦିନ ସାକ୍ଷୀ ହୋଇରହିବ । ହଜାର ବର୍ଷ ପରେ ବି ଲୋକେ ଆଜିର ତାରିଖକୁ ନେଇ ଚର୍ଚ୍ଚା କରିବେ । ଆମେ ଅତ୍ୟନ୍ତ ଭାଗ୍ୟବାନ, ଏହି ମୁହୂର୍ତ୍ତକୁ ଦେଖୁଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର କୋଣ କୋଣରେ ରହିଛନ୍ତି ପ୍ରଭୁ ଶ୍ରୀରାମ । ରାମ ହିଁ ଶକ୍ତି .. ରାମ ହିଁ ସମାଧାନ । ରାମ ସମସ୍ତଙ୍କର । କେବଳ ଯେ ବର୍ତ୍ତମାନରେ ଯେ ରାମ ବିରାଜିତ ତାହା ନୁହେଁ, ରାମ ଅନନ୍ତକାଳର ପ୍ରତୀକ ।

ପ୍ରତି ଭାରତୀୟଙ୍କ ହୃଦୟ ସ୍ପନ୍ଦନରେ ଅଛନ୍ତି ଶ୍ରୀରାମ । ଯାହାଙ୍କ କାର୍ଯ୍ୟ-ସମର୍ପଣ ପାଇଁ ଆମେ ଏ ଦିନ ଦେଖିଲୁ, ସେମାନେ କାଳ କାଳକୁ ମନେରହିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏ ଉତ୍ସବ ସହ ଭାରତୀୟ ସମାଜର ପରିପକ୍ୱତା ବୋଧର ସମୟ ଉପନୀତ ହୋଇଛି । ଏହି କ୍ଷଣ ବିଜୟ ସହ ବିନୟର କ୍ଷଣ କହିଲେ ପ୍ରଧାନମନ୍ତ୍ରୀ ।

ରାମ ଭାରତର ଆଧାର, ବିଚାର ଓ ବିଧାନ । ରାମ ହିଁ ଚେତନା.. ରାମ ହିଁ ଚିନ୍ତନ .. ରାମ ହିଁ ପ୍ରତିଷ୍ଠା .. ରାମ ହିଁ ପ୍ରତାପ । ଭାରତର ପ୍ରଭାବ ଶ୍ରୀରାମ । ଭାରତର ପ୍ରବାହ ଶ୍ରୀରାମ । ରାମ ହିଁ ନୀତି.. ରାମ ହିଁ ନିତ୍ୟ.. ରାମ ହିଁ ନିରନ୍ତର । ସେ ବିଭୁ, ସେ ବିଶଦ, ସେ ବିଶ୍ୱ, ସେ ବ୍ୟାପକ.. ସେ ହିଁ ବିଶ୍ୱାତ୍ମା । ଏ ପ୍ରାଣ ପ୍ରତିଷ୍ଠା ସାରା ବିଶ୍ୱକୁ ସର୍ବେ ଭବନ୍ତୁ ସୁଖିନଃର ବାର୍ତ୍ତା ଦେଉଛି ବୋଲି କହିଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ: ‘ମୁଁ ଏବେ ବି ସ୍ୱପ୍ନର ଦୁନିଆରେ, ମୋତେ ଏବେ ବି ବିଶ୍ୱାସ ହେଉନି’