• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅନଲାଇନରେ ମିଳୁନି ଶ୍ରୀରାମଙ୍କ ପ୍ରସାଦ । ଗତ କିଛିଦିନ ତଳେ ଅନଲାଇନରେ ରାମଙ୍କ ପ୍ରସାଦ ଉପଲବ୍ଧ ହେବ ବୋଲି ଖବର ପ୍ରକାଶ ପାଇଥିଲା। କିନ୍ତୁ ଏହାକୁ ଖଣ୍ତନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ଭକ୍ତଙ୍କ ପାଇଁ ମନ୍ଦିର ଟ୍ରଷ୍ଟ ତରଫରୁ କୌଣସି ପ୍ରସାଦ ଅନଲାଇନରେ ଉପଲବ୍ଧ ନାହିଁ ବୋଲି କୁହାଯାଇଛି ।

ପ୍ରସାଦ ବଣ୍ଟନ ନେଇ କୌଣସି ଏଜେନ୍ସିଙ୍କୁ ଦାୟିତ୍ୱ ଦିଆ ଯାଇନାହିଁ । ଏଣୁ ମନ୍ଦିର ତରଫରୁ ଇଣ୍ଟରନେଟରେ ପ୍ରସାଦ ବଣ୍ଟନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଜଣେ ମେମ୍ୱର କହିଛନ୍ତି । ଗତ କିଛିଦିନ ତଳେ ଅନଲାଇନରେ ପ୍ରସାଦ ମିଳୁଛି ବୋଲି ଖବର ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ: ରାମ ମନ୍ଦିରକୁ ନେଇ ସ୍ୱତନ୍ତ୍ର ଡାକଟିକଟ ଓ ସ୍ମାରକୀ ଉନ୍ମୋଚନ କଲେ ମୋଦି

ଅନେକ ଗୁଡ଼ିଏ ୱେବସାଇଟ ଶ୍ରୀରାମ ମନ୍ଦିରର ପ୍ରସାଦ ଯୋଗାଇ ଦେଉଛନ୍ତି ବୋଲି ବିଜ୍ଞାପନ ଦେଇଥିଲେ । ଏହାକୁ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏପରି ବିବୃତ୍ତି ଜାରି କରାଯାଇଛି । ଅନଲାଇନରେ ରାମ ମନ୍ଦିର ତରଫରୁ କୌଣସି ପ୍ରସାଦ ବଣ୍ଟନ କରାଯାଉନାହିଁ ବୋଲି ରୋକଠୋକ ଶୁଣାଇ ଦିଆଯାଇଛି ।

ନିଜେ ମନ୍ଦିର କିମ୍ବା ଅନ୍ୟ କୌଣସି ଏଜେନ୍ସି ଦ୍ୱାରା କୌଣସି ପ୍ରକାର ପ୍ରସାଦ ବଣ୍ଟନ ହେଉନାହିଁ । ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଜଣେ କର୍ମକର୍ତ୍ତା କହିଛନ୍ତି ଯେ, ମନ୍ଦିର ଟ୍ରଷ୍ଟ ଭକ୍ତଙ୍କ ସେବା ପାଇଁ ରହିଛି । ଏହା କୌଣସି ପ୍ରକାର ପ୍ରସାଦ ବଣ୍ଟନର ବ୍ୟବସାୟ ଆରମ୍ଭ କରିନାହିଁ ।

ପ୍ରସାଦ କେବଳ ମନ୍ଦିର ଭିତରେ ଭକ୍ତ ପାଇଁ ବିନା ମୂଲ୍ୟରେ ଉଦ୍ଦିଷ୍ଟ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ଅନଲାଇନରେ ବ୍ୟବସାୟ ଆରମ୍ଭ ହୋଇନାହିଁ । ଗତ କିଛିଦିନ ତଳେ ରାମଲାଲାଙ୍କ ପ୍ରସାଦ ଘରକୁ ଘର ମାଗଣାରେ ବାଣ୍ଟିବାକୁ ଯୋଜନା ପ୍ରସ୍ତୁତ କରିଥିଲା ଏକ ଘରୋଇ କମ୍ପାନୀ ।