Advertisment

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; କେନ୍ଦ୍ର ସରକାର କଲେ ଛୁଟି ଘୋଷଣା

ଛୁଟି ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ସବୁ ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । ସାରା ଦେଶରେ ଅଧା ଦିନ ପାଇଁ କେନ୍ଦ୍ର ସରକାର ଛୁଟି ଘୋଷଣା କରିଛନ୍ତି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Half Day Holiday On Ram Lalla Pran Pratishtha

Ram Pran Pratistha

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର । ବିଭିନ୍ନ ରାଜ୍ୟର ଦାବିକୁ ନେଇ କେନ୍ଦ୍ର ସରକାର ଚିନ୍ତା କରିବା ପରେ ‘ଜାନୁଆରୀ ୨୨’ ଅଧା ଦିନ ଛୁଟି ଘୋଷଣା କରିଛନ୍ତି । ଅର୍ଥାତ୍‌ ୨୨ ଜାନୁଆରୀରେ ଅପରାହ୍ଣ ୨ଟା ୩୦ ଯାଏଁ ଛୁଟି ଘୋଷଣା କରାଯାଇଛି ।

Advertisment

ଛୁଟି ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ସବୁ ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । ସାରା ଦେଶରେ ଅଧା ଦିନ ପାଇଁ କେନ୍ଦ୍ର ସରକାର ଛୁଟି ଘୋଷଣା କରିଛନ୍ତି । ପୂର୍ବରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି ହୋଇଆସୁଥିଲା । କିଛି ରାଜ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ ।

ଏହି ମହତ୍ ହିନ୍ଦୁ ସମାରୋହକୁ ଆଗେଇ ନେବା ପାଇଁ କିଛି ରାଜ୍ୟ ଆସନ୍ତା ଜାନୁଆରୀ ୨୨କୁ ଛୁଟି ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୋଆ, ଛତିଶଗଡ଼ ଏବଂ ହରିୟାଣାରେ ଚୋଟି ଘୋଷଣା ହୋଇଛି । ଏହି ରାଜ୍ୟ ଗୁଡ଼ିକର ରାଜ୍ୟ ସରକାର ଛୁଡ଼ି ଘୋଷଣା କରିସାରିଛନ୍ତି । ଆଉ ବର୍ତ୍ତମାନ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶରେ ଅଧା ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

Advertisment

ଅଧିକ ପଢ଼ନ୍ତୁ: ଅନଲାଇନରେ ମିଳିବନି ରାମଲାଲାଙ୍କ ପ୍ରସାଦ, ହୋମ ଡେଲିଭରୀକୁ ମନ୍ଦିର ପକ୍ଷରୁ ନା

ତେବେ କେଉଁ ରାଜ୍ୟ ଗୁଡ଼ିକ ପୂର୍ବରୁ ଛୁଟି ଘୋଷଣା କରିସାରିଛନ୍ତି ଜାଣନ୍ତୁ...

ଉତ୍ତରପ୍ରଦେଶ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମରେ ଜାନୁଆରୀ ୨୨ କୁ ଛୁଟି ଘୋଷଣା କରାଯାଇଛି । ପ୍ରାଣ ପ୍ରତିଷ୍ଠା ସମାରୋହରେ ଜନ ଭାବାବେଗକୁ ନଜରରେ ରଖି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଦିନ ଉତ୍ତରପ୍ରଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ । ଏହାସହ ସେହି ଦିନ ସାରା ରାଜ୍ୟରେ ମଦ ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରହିବ ।

ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶରେ ମଧ୍ୟ ଜାନୁଆରୀ ୨୨ କୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏନେଇ ଘୋଷଣା କରିଛନ୍ତି । ଛୁଟି ସହ ଏହି ଦିନ ରାଜ୍ୟରେ ମଦ ଦୋକାନ ସହ ଭାଙ୍ଗ ତଥା ବିଭିନ୍ନ ନିଶା ଦୋକାନ ମଧ୍ୟ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଜାନୁଆରୀ ୨୨ ରାଜ୍ୟରେ ସମସ୍ତ ମଲ୍, ଦୋକାନ ଓ ମଦ ତଥା ନିଶା ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆ ଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି ।

ଗୋଆ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଗୋଆରେ ମଧ୍ୟ ଛୁଟି ଘୋଷଣା ହୋଇଛି । ଗୋଆ ସରକାର ସରକାରୀ କର୍ମଚାରୀ ଓ ବିଦ୍ୟାଳୟମାନଙ୍କ ପାଇଁ ଆସନ୍ତା ୨୨କୁ ଛୁଟି ଘୋଷଣା କରିଛନ୍ତି । ଏନେଇ ପ୍ରଥମେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, କେବଳ ସ୍କୁଲ ସହ ସରକାରୀ କର୍ମଚାରୀଙ୍କ ପାଇଁ ଜାନୁଆରୀ ୨୨ ତାରିଖ ଛୁଟି ରହିବ ।

ଛତିଶଗଡ

ଛତିଶଗଡ ସରକାର ମଧ୍ୟ ଆସନ୍ତା ୨୨ ତାରିଖ ପାଇଁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି । ଏହି ଅବସରରେ ଅଯୋଧ୍ୟାରେ ହେବାକୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୋସିଆଲ ମିଡ଼ିଆ X ରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଏନେଇ ଘୋଷଣା କରିଛନ୍ତି। ସମଗ୍ର ବିଶ୍ୱ ସୀତାରାମଙ୍କୁ ଜାଣିଛନ୍ତି । ତାଙ୍କର ପ୍ରାଣ ପ୍ରତିଷ୍ଠା ପାଇଁ ଜାନୁଆରୀ ୨୨ ରେ ରାଜ୍ୟର ସମସ୍ତ ସରକାରୀ ତଥା ଅଣ-ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛୁଟି ରହିବ ବୋଲି ସେ ଲେଖିଛନ୍ତି ।

ହରିୟାଣା

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନଜରରେ ରଖି ହରିୟାଣା ସରକାର ମଧ୍ୟ ଜାନୁଆରୀ ୨୨ ରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହା ସହ ସେହିଦିନ ରାଜ୍ୟରେ ମଦ ସେବନ ନକରିବାକୁ ଅନୁରୋଧ କରିଛନ୍ତି ହରିଆଣା ସରକାର ।

ଅଧିକ ପଢ଼ନ୍ତୁ: ରାମ ମନ୍ଦିରକୁ ନେଇ ସ୍ୱତନ୍ତ୍ର ଡାକଟିକଟ ଓ ସ୍ମାରକୀ ଉନ୍ମୋଚନ କଲେ ମୋଦି

Ayodhya Ram Mandir Central Govt Holiday
Advertisment
Advertisment