Advertisment

ଜର୍ମାନ କଣ୍ଠଶିଳ୍ପୀ ଗାଇଲେ ରାମ ଭଜନ, ଭାଇରାଲ ହେଉଛି ଭିଡିଓ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବିଦେଶୀ କଣ୍ଠଶିଳ୍ପୀଙ୍କ କଣ୍ଠରେ ଶୁଣିବାକୁ ମିଳିଛି ରାମ ଭଜନ।

ଅଦ୍ୟତନ ହୋଇଛି
Ram Aayenge German Singer Version

German singer's version of 'Ram Aayenge'

Advertisment

ପାଖେଇ ଆସୁଛି ଦିବ୍ୟ ମୁହୂର୍ତ୍ତ । ଜାନୁଆରୀ ୨୨କୁ ସମସ୍ତେ କରିଛନ୍ତି ଅପେକ୍ଷା। କାହିଁକି ନା ୫ ଶହ ବର୍ଷ ପରେ କେବଳ ଭବ୍ୟ ମନ୍ଦିରକୁ ନୁହେଁ, ନିଜ ଜନ୍ମସ୍ଥଳୀ ମୂଳ ଆସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା। ଏଥିପାଇଁ ସାରା ଦେଶରେ ସୃଷ୍ଟି ହୋଇଛି ଉତ୍ସାହର ବାତାବରଣ। ତେବେ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ବେଶ୍‌ ଉତ୍ସାହ ରହିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବିଦେଶୀ କଣ୍ଠଶିଳ୍ପୀଙ୍କ କଣ୍ଠରେ ଶୁଣିବାକୁ ମିଳିଛି ରାମ ଭଜନ। ‘ରାମ ଆୟେଙ୍ଗେ ତୋ ଅଙ୍ଗନା ସଜାୟେଙ୍ଗେ’। ଜର୍ମାନୀର କଣ୍ଠଶିଳ୍ପୀ ରାମ ଭଜନ ଗାଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ପ୍ରଭୁ ଶ୍ରୀରାମଙ୍କ ଭଜନ ଗାଇବା ସହ ମନରେ ରାମ ନାମ ଗୁଣୁଗୁଣାଉଛନ୍ତି ଜର୍ମାନ ସିଙ୍ଗର। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ ତାଙ୍କର ଏହି ଗୀତ ସେୟାର କରିବା ସହ ଖୁବ୍ ପ୍ରଶଂସା କରିଥିଲେ।

Advertisment

ସେପଟେ ସାମ୍ନାକୁ ଆସିଛି ରାମଲାଲାଙ୍କ ପ୍ରଥମ ଝଲକ। ଗର୍ଭଗୃହରେ ଶ୍ରୀ ବିଗ୍ରହ ସ୍ଥାପନ କରାଯିବା ପରେ ପ୍ରଥମ ଥର ଲାଗି ଫଟୋ ସାମ୍ନାକୁ ଆସିଛି। ଧଳା ମାର୍ବଲ ଆସ୍ଥାନ ଉପରେ ରାମଲାଲା ବିରାଜମାନ କରିଛନ୍ତି। ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାରୁ ଶ୍ରୀରାମଙ୍କ ମୂର୍ତ୍ତି କପଡ଼ାରେ ଘୋଡ଼ାଇ ରଖାଯାଇଛି। ପୂଜାପାଠ ପରେ ଆସ୍ଥାନ ଭିତରେ ବହୁମୂଲ୍ୟ ରତ୍ନ ରଖାଯିବା ପରେ ରାମଲାଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଗର୍ଭଗୃହକୁ କେମିତି ଗଲେ ରାମଲାଲା ? ଦେଖନ୍ତୁ ସେହି ଦିବ୍ୟ ମୁହୂର୍ତ୍ତର ଭିଡିଓ

ଆସନ୍ତା ୨୨ ତାରିଖ ଦିନ ୧୨ଟା ୩୦ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ୬ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ। ଏଥିସହ ୪ ହଜାର ସନ୍ଥ ମଧ୍ୟ ଭବ୍ୟ ଉତ୍ସବରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।

Advertisment
Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ