/odishatv-khabar/media/post_attachments/uploadimage/library/16_9/16_9_0/Ram_Lalla_1712582053.jpg)
Ram Lalla
ଆସନ୍ତାକାଲି ଠାରୁ ଚୈତ୍ର ନବରାତ୍ରୀ । ଚଳିତ ବର୍ଷ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଛି ପବିତ୍ର ଚୈତ୍ର ନବରାତ୍ରୀ । ଏହି ନଅ ଦିନ ପର୍ଯ୍ୟନ୍ତ ଅଧିକାଂଶ ଲୋକମାନେ ମା’ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ପରିବାରର ସୁଖ, ଶାନ୍ତି, ସମୃଦ୍ଧି, ନିରୋଗ ସ୍ୱାସ୍ଥ୍ୟ ଏବଂ ଜୀବନରେ ପ୍ରଗତି କାମନା କରି ବ୍ରତ, ଉପବାସ ରଖିଥାନ୍ତି । ଏହି ଚୈତ୍ର ନବରାତ୍ରୀ ଏପ୍ରିଲ ୧୭ରେ ଶେଷ ହେଉଛି । ଏହି ନଅ ଦିବସୀୟ ପର୍ବ ପାଇଁ ଅଯୋଧ୍ୟା ରାମ ମନ୍ଦିରରେ ବିଶେଷ ଆୟୋଜନ କରାଯିବ ।
ଅଯୋଧ୍ୟାରେ କାଲିଠାରୁ ରାମ ନବମୀ ପର୍ଯ୍ୟନ୍ତ ରାମ ଲାଲା ସ୍ବତନ୍ତ୍ର ବସ୍ତ୍ର ପରିଧାନ କରିବେ । ଖଦି ବସ୍ତ୍ରରେ ରାମାଲାଲାଙ୍କୁ ଯେଉଁ ବସ୍ତ୍ର ପିନ୍ଧାଯିବ ସେଥିରେ ସୁନା ଓ ରୂପା ଖଡି ପ୍ରିଣ୍ଟ ରହିବ । ୯ ଦିନ ଧରି ବିଭିନ୍ନ ରଙ୍ଗର ବସ୍ତ୍ର ରାମ ଲାଲା ପରିଧାନ କରିବେ ।
From first day of Chaitra Navratri, till Shri Ramnavami, the vastra of Bhagwan Shri Ramlalla Sarkar are going to be special.
Bhagwan will wear vastra made of special hand woven & hand spun khadi cotton, decorated with real gold khaddi (खड्डी) hand block print. The block prints… pic.twitter.com/hdUcqhoeS5
— Shri Ram Janmbhoomi Teerth Kshetra (@ShriRamTeerth) April 8, 2024
ରାମ ନବମୀ ଲାଗି ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି ଚାଲିଛି।ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ରାମନବମୀ ପାଳନ ଲାଗି ଅଯୋଧ୍ୟାରେ ଭବ୍ୟ ପ୍ରସ୍ତୁତି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)