• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ମେଷ ରାଶି ବିଷୟରେ

ଏହା ଏକ ଚରରାଶି ଓ ଅଗ୍ନିତତ୍ୱ ରାଶି । ଏହାର ଗତି ତୀବ୍ର । ଏହି ରାଶିର ବ୍ୟକ୍ତି ମାନଙ୍କୁ ସୀମିତ କରାଯାଇ ପାରେନା । ଏହା ଏକ ଅସ୍ଥିର, ଚଞ୍ଚଳ , ଧର୍ଯ୍ୟହିନ ରାଶି । ମେଷ ରାଶିର ବ୍ୟକ୍ତି , ମହିଳା ମାନେ ଅଶ୍ୱନୀ, ଦ୍ୱିଜା, କୃତିକା ନକ୍ଷତ୍ରରେ ଜନ୍ମ ଗ୍ରହଣ କରିଥାନ୍ତି । ସେମାନଙ୍କ ନାମର ପ୍ରଥମ ଅକ୍ଷର ଚୁ, ଚେ, ଚୋ , ଲ, ଲା, ଲି, ଲୁ, ଲୋ, ଅ ଏହି ନଅଟି ଅକ୍ଷରରୁ ଆରମ୍ଭ ହୋଇଥାଏ ।

ସ୍ୱାସ୍ଥ୍ୟ –

  • ଏମାନେ ସାଧାରଣତଃ ଦୀର୍ଘକାୟ ଓ ବଳିଷ୍ଠ ହୋଇଥାନ୍ତି । ଚକ୍ଷୁ ଯୁଗଳ ପ୍ରାୟତଃ ରକ୍ତବର୍ଣ୍ଣର ହୋଇଥାଏ । ଏମାନଙ୍କର ସୁନ୍ଦର ଚେହେରା ହୋଇଥିଲେ ବି ନଖ ଗୁଡିକ ଅସୁନ୍ଦର ହୋଇଥାଏ । ଅନେକଙ୍କର ମୁଖମଣ୍ଡଳରେ କଳାଜାଇ ରହିଥାଏ । ଏମାନେ ପ୍ରାୟତଃ ସ୍ନାୟୁ ଜନିତ ରୋଗ , ରକ୍ତ ଦୋଷ ଜନିତ ରୋଗ, ଯକୃତ ରୋଗ ଓ ଆଣ୍ଠୁଗଣ୍ଠି ବାତ ଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ଅଧିକ ପଢ଼ନ୍ତୁ: ଆପଣଙ୍କ ଘର ତେର୍ଚ୍ଛା ଭୂମିରେ ହୋଇଛି କି? ଜାଣନ୍ତୁ ଏହାର ପ୍ରଭାବ

ଚରିତ୍ର-

ଏମାନେ ବହୁ ଉଚ୍ଚଭିଳାଷୀ , ସାହସୀ, ପରୋପକାରୀ, ସମସ୍ତ କ୍ଷେତ୍ରରେ ସାହାଯ୍ୟକାରୀ ଓ ଶତୃ ପରାଜୟରେ ଧୁରନ୍ଦର ଭାବରେ ପରିଚିତ ଥାନ୍ତି । ଏମାନେ କଦାପି ପରାଧିନ ହେବାକୁ ଚାହାନ୍ତି ନାହିଁ । କିନ୍ତୁ ଏମାନଙ୍କର ବଦ୍ ରାଗ କାରଣରୁ ଅନେକ ସମୟରେ କଳହର ସାମ୍ନା କରିବାକୁ ପଡିଥାଏ । ଭାଇ ମାନଙ୍କ ସହିତ ଭଲ ପଡିନଥାଏ । ଗଭୀର ଜଳକୁ ଏମାନଙ୍କର ଭୟଥାଏ ।

ବନ୍ଧୁତା / ଶତୃତା –

  • ଏମାନେ ଯାହା ସହିତ ବନ୍ଧୁତା କରିଥାନ୍ତି , ତାଙ୍କ ସହିତ ଖୁବ୍ ଶିଘ୍ର ସଂପର୍କରେ ଦୃଢତା ଆଣିଥାନ୍ତି  ଓ ଅନ୍ୟମାନେ ଏମାନଙ୍କର ବନ୍ଧୁତାକୁ ପରିତ୍ୟାଗ କରିପାରନ୍ତି ନାହିଁ । ତାଙ୍କର ବନ୍ଧୁମାନଙ୍କର ସୁବିଧା, ଅସୁବିଧାରେ ଅନେକ କିଛି ତ୍ୟାଗ କରି ତାକୁ ସାହାଯ୍ୟ କରିଥାନ୍ତି ।
  • ଏମାନଙ୍କ ସହିତ ଯଦି କେହି ଶତୃତା କରେ ତେବେ ତାକୁ ପରାସ୍ତ ନକରିବା ଯାଏ ଶାନ୍ତିରେ ନିଶ୍ୱାସ ମାରିନଥାନ୍ତି । ଯଦି ଶତୃ ଏମାନଙ୍କର ଶରଣାପର୍ଣ୍ଣ ହୁଏ , ଏହି ରାଶିର ବ୍ୟକ୍ତି ବା ମହିଳା ମାନେ ତାଙ୍କୁ କ୍ଷମା କରିଦିଅନ୍ତି ।

କର୍ମ/ବ୍ୟବସାୟ-

  • ପୋଲିସ୍, ସୈନ୍ୟ ବିଭାଗ, ଦନ୍ତଡାକ୍ତର, ବା ପ୍ରତିରକ୍ଷା ବିଭାଗରେ ପ୍ରାୟତଃ କର୍ମରତ ରହିଥାନ୍ତି । ଚିକିତ୍ସା ବିଭାଗରେ ଭଲ ସର୍ଜନ ଭାଗରେ ନାମ କମାଇଥାନ୍ତି । ରାଜନୀତି କ୍ଷେତ୍ରରେ ମଧ୍ୟ ସଫଳତା ପାଇଥାନ୍ତି ।
  • ଏମାନେ ପ୍ରାୟତଃ ଖଣିଜ ବ୍ୟବସାୟ ଅସ୍ତ୍ର ଶସ୍ତ୍ର ବ୍ୟବସାୟ , ପଥର ବ୍ୟବସାୟ , କ୍ରିଡା ସାମଗ୍ରୀକୁ ନେଇ ବ୍ୟବସାୟ , ଆସବାବ ପତ୍ର ବ୍ୟବସାୟ , ସିକ୍ୟୁରିଟି ସଂସ୍ଥା ଭଳି ବ୍ୟବସାୟରେ ଲାଭବାନ୍ ହୋଇଥାନ୍ତି ।

ଜୀବନ ସାଥୀ / ବିବାହ-

  • ଏହି ରାଶିର ବ୍ୟକ୍ତି ଓ ମହିଳା ମାନେ ଜୀବନ ସାଥୀକୁ ଆନ୍ତରିକତାର ସହିତ ଭଲ ପାଇଥାନ୍ତି । ପ୍ରେମ କରିବାରେ ଧୁରନ୍ଦର / ପ୍ରବିଣ ହୋଇଥାନ୍ତି ଏହି ରାଶିର ବ୍ୟକ୍ତି ବିଶେଷ । ମହିଳା ମାନଙ୍କର ମେଷ, ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, ମୀନ ରାଶିର ବ୍ୟକ୍ତି ବା ମହିଳା ମାନଙ୍କ ସହିତ ବିବାହ ହେଲେ ବୈବାହିକ ଜୀବନ ଶାନ୍ତିରେ କଟିଥାଏ ।

ଦାମ୍ପତ୍ୟ ଜୀବନ-

ଏମାନେ ଖୁବ୍ ପ୍ରେମି ହୋଇଥିବାରୁ ଏମାନଙ୍କ ମଧ୍ୟରୁ ଅନେକ ବିବାହ ପୂର୍ବରୁ ପ୍ରାୟତଃ ଦାମ୍ପତ୍ୟ ସୁଖ ଭୋଗ କରିବାରେ ସଫଳ ହୋଇଥାନ୍ତି । ଏମାନେ ପ୍ରେମିକ ବା ସ୍ୱାମୀ ଏବଂ ପ୍ରେମିକା ବା ସ୍ତ୍ରୀଙ୍କୁ ଯଦି ଅନ୍ୟ ବନ୍ଧୁ ବା ବାନ୍ଧବୀଙ୍କ ଗହଣରେ ଦେଖନ୍ତି , ସହ୍ୟ କରି ପାରନ୍ତି ନାହିଁ । ମୁଖ୍ୟତଃ ସନ୍ଦେହ କାରଣରୁ ଏମାନଙ୍କର ବୈବାହିକ ଜୀବନରେ ଅନେକ ଥର ମନମାଳିନ୍ୟ ଘଟିଥାଏ । ଅନେକ ସମୟରେ ପଛ କଥାକୁ ମନେ ପକାଇ ଦାମ୍ପତ୍ୟ ଜୀବନରେ ମନମାଳିନ୍ୟ ହୋଇଥାଏ । ତେଣୁ ଏଥିପ୍ରତି ସତର୍କ ହୋଇ ଜୀବନ ସାଥୀ ସହ ବୁଝାମଣା କରିଲେ ଆଦର୍ଶ ଦାମ୍ପତ୍ୟ ଜୀବନ ପାଳନ କରିପାରିବେ ।

ପାରିବାରିକ ଜୀବନ -

  • ଏମାନେ ପ୍ରାୟତଃ ମାତୃସୁଖରୁ ବଞ୍ଚିତ ହୋଇଥାନ୍ତି । କିନ୍ତୁ ପିତା,ମାତାଙ୍କୁ ଖୁବ୍ ଭକ୍ତି କରିଥାନ୍ତି । ଭାଇଭଉଣୀ ମାନଙ୍କ ସହିତ ଅନେକ ଥର ମନମାଳିନ୍ୟ ଘଟିଥାଏ । ଏମାନେ ସ୍ୱାଧିନ ହେବାକୁ ଚାହାନ୍ତି ଓ ନିଜ ଗୋଡରେ ନିଜେ ଛିଡା ହେବାର ଶକ୍ତି ଯଥେଷ୍ଟ ଥାଏ । ଏମାନଙ୍କର ସନ୍ତାନ ଖ୍ୟାତି ସଂପୂର୍ଣ୍ଣ ବ୍ୟକ୍ତି ରୂପେ ସମାଜରେ ପ୍ରତିଷ୍ଠିତ ହେବାରେ ଦେଖାଯାଏ ।

ଆର୍ଥିକ ଅବସ୍ଥା –

  • ଏମାନେ ଯଥେଷ୍ଟ ଧନ ଉପାର୍ଜନ କଲେ ମଧ୍ୟ ପ୍ରାୟତଃ ଧନୀ ହୋଇ ପାରିନଥାନ୍ତି । କାରଣ ଏମାନେ ଅନ୍ୟ ମାନଙ୍କ ନିମନ୍ତେ ଅଯଥା ବ୍ୟୟ କରିଥାନ୍ତି । ନିଜେ ଅର୍ଜିତ ସମ୍ପତି ପ୍ରାୟତଃ ନିଜେ ଭୋଗ କରିପାରନ୍ତିନି ।

ଲକ୍ଷ୍ୟପଥ-

  • ଲକ୍ଷ୍ୟର ଶୀର୍ଷ ସ୍ଥଳରେ ପହଞ୍ଚିବା ଲାଗି ଏମାନେ ସବୁବେଳେ ଯତ୍ନବାନ ହୋଇଥାନ୍ତି । ଏମାନଙ୍କର ନେତୃତ୍ୱରେ ଅନ୍ୟମାନେ ପରିଚାଳିତ ହୋଇଥାନ୍ତି । ନିରିହ, ଗରିବ , ଅବହେଳିତ ଲୋକମାନଙ୍କୁ ସାହାଯ୍ୟ କରିବାରେ ଆଗ୍ରହ ରଖିଥାନ୍ତି ।
  • ନିଜର ଶାରୀରିକ ଶକ୍ତି ଉପରେ ଏମାନଙ୍କର ଦୃଢ ବିଶ୍ୱାସ ଥାଏ । ଏମାନେ କଠୋର ପରିଶ୍ରମ ଦ୍ୱାରା ଅନେକ ସମ୍ମାନ ଓ ଲୋକ ପ୍ରିୟତା ଅର୍ଜିନ କରି ସମାଜରେ ଜଣେ ସୁନାମଧନ୍ୟ ବ୍ୟକ୍ତି ରୂପେ ପରିଚିତ ହୋଇଥାନ୍ତି ।

ଶୁଭ-

  • ଶୁଭ ବାର- ମଙ୍ଗଳବାର, ଗୁରୁବାର
  • ଶୁଭ ରଙ୍ଗ- ନାଲି
  • ଶୁଭ ସଂଖ୍ୟା- ୧, ୩, ୯
  • ଶୁଭ ରତ୍ନ- ପ୍ରବାଳ
  • ଦେବତା- ନୃସିଂହ
  • ଦେବୀ- ବଗଳାମୁଖୀ
  • ରୁନ୍ଧ୍ରାକ୍ଷ- ( ପଞ୍ଚମୁଖୀ ରୁନ୍ଧ୍ରାକ୍ଷ ଧାରଣ)

ଅଶୁଭ-

  • ଘାତବାର- ରବିବାର
  • ଘାତଚନ୍ଦ୍ର- ଶ୍ରୀ ଚନ୍ଦ୍ର
  • ଘାତତିଥି- ପ୍ରତିପଦ ଷଷ୍ଠୀ ଏକାଦଶୀ
  • ଘାତନକ୍ଷତ୍ର- ମଘା