Advertisment

Jupiter Transit 2025 Effects: ଆଜିଠୁ ଦେବଗୁରୁ ବୃହସ୍ପତିଙ୍କ ଚଳନ, ୫ ରାଶିଙ୍କୁ ମିଳିବ ସବୁଠୁ ଅଧିକ ଲାଭ

ଗ୍ରହରାଜ ଶନିଙ୍କ ପରେ ଆଜି ଦେବ ଗୁରୁ ବୃହସ୍ପତିଙ୍କ ଚଳନ। ଆଜି ରାତି ୧୦ଟା ୩୩ରେ ବୃହସ୍ପତି ମିଥୁନ ରାଶିକୁ ଚଳନ କରିବେ। ଏଥାପାଇଁ କେଉଁ ରାଶିର ବ୍ୟକ୍ତି ବିଶେଷଙ୍କୁ ମିଳିବ ଶୁଭଫଳ ଓ କାହାକୁ ମିଳିବ ଅଶୁଭତ୍ବ। ତାକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ଭିତରେ ଜ୍ୟୋତିର୍ବ୍ବିଦ୍ ବତାଇଛନ୍ତି ପ୍ରତିକାର ବାଟ।

undefined

jupiter

Advertisment

ଗ୍ରହରାଜ ଶନିଙ୍କ ପରେ ଆଜି ଦେବ ଗୁରୁ ବୃହସ୍ପତିଙ୍କ ଚଳନ। ଆଜି ରାତି ୧୦ଟା ୩୩ରେ ବୃହସ୍ପତି ମିଥୁନ ରାଶିକୁ ଚଳନ କରିବେ। ଏଥାପାଇଁ କେଉଁ ରାଶିର ବ୍ୟକ୍ତି ବିଶେଷଙ୍କୁ ମିଳିବ ଶୁଭଫଳ ଓ କାହାକୁ ମିଳିବ ଅଶୁଭତ୍ବ। ତାକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ଭିତରେ ଜ୍ୟୋତିର୍ବ୍ବିଦ୍ ବତାଇଛନ୍ତି ପ୍ରତିକାର ବାଟ।

Advertisment

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନବଗ୍ରହଙ୍କ ସ୍ବାମୀ ଭାବେ ବୃହସ୍ପତିଙ୍କୁ ବିଶ୍ୱାସ କରାଯାଏ। ତାସହ ତାଙ୍କୁ ଦେବତା ମାନଙ୍କ ଗୁରୁ ଆସନ ମଧ୍ୟ ପ୍ରଦାନ କରାଯାଇଛି। ବେଦ ଓ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ ବୃହସ୍ପତିଙ୍କୁ ଧର୍ମର ଅବତାର ବୋଲି ଧରାଯାଏ ଓ ସେ ମନୁଷ୍ୟ ଏବଂ ଦେବତା ମାନଙ୍କ ମଧ୍ୟରେ ମଧ୍ୟସ୍ଥତା କରିଥାନ୍ତି। ଏଥିସହ ତାଙ୍କୁ ଏକ ଶୁଭଗ୍ରହ ଭାବେ ବୋଲି ବିବେଚନା କରାଯାଏ। ଯାହାଙ୍କ କୁଣ୍ଡଳୀରେ ବୃହସ୍ପତି ଉଚସ୍ଥ ଥାନ୍ତି, ସେ ମଣିଷର ଜୀବନରେ ପ୍ରଗତି ଓ ସମୃଦ୍ଧି ବଢ଼ି ଯାଏ। ତେବେ ଏଠି ପ୍ରଶ୍ନ ବୃହସ୍ପତି, ମିଥୁନ ରାଶିକୁ ଚଳନରେ କେଉଁ ରାଶିର ବ୍ୟକ୍ତି ବିଶେଷଙ୍କୁ ମିଳିବ ଶୁଭ ଫଳ ?

ଅଧିକ ପଢନ୍ତୁ : ପ୍ରେମିକକୁ ବିଷ ଦେଇ ହତ୍ୟା, ପ୍ରେମିକାକୁ ଫଶୀ ଦଣ୍ଡ ଶୁଣାଇଲେ କୋର୍ଟ

Advertisment

ଜ୍ୟୋତିର୍ବିଦଙ୍କ ମତରେ ବୃହସ୍ପତିଙ୍କ ଚଳନ ଯୋଗୁଁ ଗୋଚର ଶୁଦ୍ଧି ଫଳରେ-୫ଟି ରାଶି ଯଥାକ୍ରମେ ବୃଷ, ସିଂହ, ତୁଳା, ଧନୁ ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହେବ। ସେମାନଙ୍କ ମାନ ସମ୍ମାନ ବୃଦ୍ଧି ସହ, ଚାକିରି, ବ୍ୟବସାୟ ଓ ବିବାହ କ୍ଷେତ୍ରରେ ଶୁଭତ୍ତ୍ବ ପ୍ରାପ୍ତ ହେବ। ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟ କରିବାକୁ ପଥ ପରିସ୍କାର ହୋଇଯିବ। ଦାନ ଓ ପୁଣ୍ୟ ଆଦି କାର୍ଯ୍ୟରେ ମନୋନିବେଶ ହେବ। ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସମାପନ ହୋଇଯିବ।

ବୃହସ୍ପତି ଚଳନ ଫଳରେ କେଉଁ ରାଶିଙ୍କୁ ଭୋଗ ହେବ ମଧ୍ୟମ ଓ କେଉଁ ରାଶିଙ୍କୁ ଭୋଗ ହେବ ଅଶୁଭ ଫଳ ? ଜ୍ୟୋତିଷଶାସ୍ତ୍ରୀଙ୍କ ଗଣନା ଅନୁସାରେ ମିଥୁନ, ବିଛା, କନ୍ୟା, ମକର ରାଶିର ବ୍ୟକ୍ତିଙ୍କୁ ମଧ୍ୟମ ଫଳ ପ୍ରାପ୍ତ ହେବ। ଏମିତିକି ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଭ୍ରମଣ ଯୋଗ ସହ ଅର୍ଥ ଲାଭର ମଧ୍ୟ ସୁଯୋଗ ରହିଛି। ତେବେ ବାକି ତିନି ରାଶି ମେଷ, କର୍କଟ ଓ ମୀନ ରାଶିର ବ୍ୟକ୍ତି ବିଶେଷଙ୍କୁ ସାମାନ୍ୟ ଜଗିରଖି ଚଳିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତି ବିଶେଷମାନେ ମାଲି ମୋକଦ୍ଦମା, କଳହ ଓ ବିବାଦଠାରୁ ଯଥାସମ୍ଭବ ଦୂରେଇ ରହିଲେ ଭଲ। ଏମାନଙ୍କୁ ଶରୀର ପୀଡ଼ା ଭଳି କୁଯୋଗ ମଧ୍ୟ ରହିଛି। ପ୍ରତିକାର ସ୍ବରୂପ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରନ୍ତୁ। ନିଜର ପିତା ଓ ବ୍ରାହ୍ମଣଙ୍କ ସେବା କରନ୍ତୁ। ବୃହସ୍ପତି ମହାଗ୍ରହଙ୍କ ମନ୍ତ୍ର ଉଚ୍ଚାରଣ ସହ, ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ଓ ହଳଦୀ ବ୍ରହ୍ମଣଙ୍କୁ ଅର୍ପଣ କରନ୍ତୁ। ମସ୍ତକରେ ହଳଦୀ ସହ ଚନ୍ଦନ ମିଶାଇ ଟିକା ଲଗାନ୍ତୁ।

Advertisment

ଅଧିକ ପଢନ୍ତୁ : ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

Jupiter Astrology
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ