Advertisment

୧୭ରୁ ଶନିଚଳନ; ଆପଣଙ୍କ ରାଶି ଉପରେ କ’ଣ ରହିବ ପ୍ରଭାବ ଓ କେମିତି କରିବେ ପ୍ରତିକାର, ଜାଣନ୍ତୁ...

ଘରେ, ବାହାରେ ଭୁଲ୍ ବୁଝାମଣା ହେତୁ ଅଯଥା ଶତୃ ବୃଦ୍ଧି ହେବାର ସମ୍ଭାବନା ଦେଖାଦେବ ।

author-image
Deepak Acharya
ଅଦ୍ୟତନ ହୋଇଛି
Saturn Retrograde: Know Sanichalan effects on zodiacs

sanichalan know its effects on zodiacs

ଶନିଙ୍କର କୁମ୍ଭ ରାଶିକୁ ଚଳନରେ ୧୨ ରାଶିର ପ୍ରଭାବ:

  • ଶନିମହା ଗ୍ରହ କୁମ୍ଭ ରାଶିକୁ ଗମନ ଫଳରେ କନ୍ୟା ରାଶିକୁ ଷଷ୍ଠ, ଧନୁ ରାଶିକୁ ତୃତୀୟ, ମେଷ ରାଶିକୁ ଏକାଦଶ, ଏବଂ ବୃଷ ରାଶିକୁ ଦଶମ ହୋଇଥିବାରୁ ଉକ୍ତ ରାଶି ଯାତ ବ୍ୟକ୍ତି ମାନେ ଶନିଙ୍କର ଶୁଭାଫଳ ଲାଭ କରିବେ। ପୁନଶ୍ଚ ଶନି ଚଳନ ସମୟରେ ବୃଷ, କନ୍ୟା, ଧନୁ ରାଶିର ଚନ୍ଦ୍ରଶୁଦ୍ଧି ରହିଥିବାରୁ ସେମାନେ ଅତ୍ୟନ୍ତ ଶୁଳଫଳ ଲାଭ କରିବେ । ମେଷ ରାଶିର ଚନ୍ଦ୍ର ଅଶୁଭ ଥିବାରୁ ମଧ୍ୟମ ଫଳ ଲାଭ କରିବେ ।
Advertisment

୧୨ ରାଶି ଉପରେ ଶନି ଚଳନର ପ୍ରଭାବ-

ମେଷ-

  • ଶନି ମେଷ ରାଶି ପାଇଁ ୧୧ଶସ୍ଥ ହେବା ଫଳରେ ସୁଫଳ ହେବ । ମାତ୍ର ଶନି ଚଳନ ସମୟରେ ଚନ୍ଦ୍ରଶୁଦ୍ଧି ନଥିବାରୁ ମଧ୍ୟମ ଫଳ ପ୍ରଦାନ କରିବେ । ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟକ୍ରମରେ କିଛି ମାତ୍ରାରେ ସଫଳତା ଆସିବ । ଗୃହନିର୍ମାଣ କାର୍ଯ୍ୟ ଧୀରେ ଧୀରେ ବଢିବ, ମକଦ୍ଦମା ଫଇସଲାରେ ବିଳମ୍ବ ଦେଖାଦେଇପାରେ । ସାମାନ୍ୟ ଆୟବୃଦ୍ଧି, ସଞ୍ଚୟ କରିବା କଷ୍ଟକର ହୋଇପାରେ । ସୁସମ୍ବାଦ ପ୍ରାପ୍ତି ଏବଂ ଅନେକ କ୍ଷେତ୍ରରେ ମଧ୍ୟମ ଧରଣର ସଫଳତାର ସୂଚନା ମିିଳିପାରେ । ଏତତ୍ ବ୍ୟତୀତ ଜାତକରେ ଦଶାଅନ୍ତର୍ଦ୍ଦଶା ଭଲ ଚାଲିଥିଲେ କିଛି ମାତ୍ରାରେ ଅସୁବିଧା ଦୂର ହେବା ସଙ୍ଗେ ସଙ୍ଗେ ସୁଫଳ ବୃଦ୍ଧି ପାଇପାରେ । 
  • ପ୍ରତିକାର- ଗରିବ ଲୋକଙ୍କୁ ଭୋଜନ, ପୋଷାକ, ତୈଳ ଦାନ କରନ୍ତୁ

ବୃଷ-

  • ଶନି ବୃଷ ରାଶିର ୧୦ମସ୍ଥ ହେବେ । ୧୦ମ ଶନି ସାଧାରଣତଃ ଶୁଭଫଳ ଦେଇଥାଏ, ତେବେ ଏହା ଶନିସପ୍ତା ଶେଷର ପରବର୍ତ୍ତୀ ଅବସ୍ଥା ଏବଂ ଶନି ଭଳି ଶୁଭ ସ୍ଥାନର ପୂର୍ବବର୍ତ୍ତୀ ଅବସ୍ଥା ହୋଇଥିବାରୁ ଏହା ପ୍ରାୟ ମଧ୍ୟମ ଧରଣର ଶୁଭଫଳ ଦେବାର ଦେଖାଯାଏ। କେବଳ ଶନି ଚଳନ ସମୟରେ ଚନ୍ଦ୍ର ଶୁଭ ରହିଥିବାରୁ କେତେକ ପରିମାଣରେ ସୁଫଳ ଅବଶ୍ୟ ବୃଦ୍ଧି ପାଇବ। ତଥାପି ଏହା ମୋଟାମୋଟି ଶୁଭ ହୋଇଥିବାରୁ ବୃଷ ରାଶି ଜାତ ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ସଫଳତା ପାଇବେ। ଆୟବୃଦ୍ଧି ହେବ। ବହୁ ପରିଶ୍ରମ ହେତୁ ବିଭିନ୍ନ କ୍ଷେତ୍ରରେ ଯଶବୃଦ୍ଧି, ପ୍ରମୋଶନ ବା ନୂତନ ପଦବୀ ଲାଭ। ମାତ୍ର ଜାତକରେ ଦଶାଅନ୍ତର୍ଦ୍ଦଶା ଭଲ ଥିଲେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।
  • ପ୍ରତିକାର- ଓଁ ଶଂ ଶନିଶ୍ଚରାୟ ନମଃ - ଜପ କରନ୍ତୁ
Advertisment

ମିଥୁନ-

  • ମିଥୁନ ରାଶିର ନବମ ଶନି ହେତୁ ସନ୍ତାନ ମାନଙ୍କୁ ନେଇ ବିଭିନ୍ନ ଚିନ୍ତା ଭିତରେ ସମୟ କଟିିପାରେ , ତେବେ ଶନି ମକରରେ ଥିବା ବେଳେ ଏ ରାଶି ଯେଉଁ ପ୍ରକାର ଭାବରେ ଯନ୍ତ୍ରଣାର ଶୀକାର ହେଇଥିଲେ ତାହା ଅବଶ୍ୟ ଅନେକ ପରିମାଣରେ କମିଯିବ । ପୂଜା,ଭକ୍ତି, ଧର୍ମଚର୍ଚ୍ଚା, ସତସଙ୍ଗ ପ୍ରତି ମନ ବଳାଇବେ ।  ଚାକିରି କ୍ଷେତ୍ରରେ ମହିଳା ମାନେ ବହୁ ନାନାବିଧ ସମସ୍ୟାର ସମ୍ମୁଖିନ ହେଲେ ମଧ୍ୟ ସଫଳତା ପାଇବେ । ପୁନଶ୍ଚ ଶନି ଚଳନ ସମୟରେ ଚନ୍ଦ୍ର ଶୁଭ ଥିବାରୁ କିଛି କୁଫଳ ପଡିବ ନାହିଁ ।  ମାତ୍ର ଜାତକରେ ଦଶାଅନ୍ତର୍ଦ୍ଦଶା ଭଲ ଚାଲିଥିଲେ ସୁଖ ସୁବିଧା ବୃଦ୍ଧି ହେବାର ସମ୍ଭାବନା ରହିଛି ।
  • ପ୍ରତିକାର- କୌଣସି ଧର୍ମାନୁଷ୍ଠାନରେ ତେଲ, କଳା ରଙ୍ଗର ବସ୍ତ୍ର ଦାନ କରନ୍ତୁ 

କର୍କଟ-

  • କର୍କଟ ରାଶି ପାଇଁ ଶନି ଅଷ୍ଟମ ହେତୁ ଶାରୀରିକ ଅସୁସ୍ଥତା ସାମାନ୍ୟ ଦେଖାଦେଇପାରେ । ଆୟ କମ୍ ବ୍ୟୟ ବେଶି ହେବା ସହିତ ଅର୍ଥହାନୀ ଲାଗି ରହିପାରେ । ଅନ୍ୟ ମାନଙ୍କର ବିଶ୍ୱାସଘାତକତା ମାନସିକ ସ୍ତରରେ ବହୁ କ୍ଷତି ଘଟାଇପାରେ । ମିଥ୍ୟା ପ୍ରଲୋଭନର ଶିକାର ହୋଇ ନିଜର ପ୍ରଭୂତ କ୍ଷତି ହୋଇପାରେ , ତେଣୁ ସାବଧାନ ରହିବା ଉଚିତ୍ ।  ଅନ୍ୟ ପାଇଁ ଖରାପ ଭାବିଲେ ନିଜେ ହିଁ ଅସୁବିଧାରେ ପଡିପାର , ତେଣୁ ଅନ୍ୟୟ ଅନୀତି , ମିଥ୍ୟା ଇତ୍ୟାଦି ଠାରୁ ଦୂରରେ ରହନ୍ତୁ । ଶନି ଚଳନ ସମୟରେ ଚନ୍ଦ୍ର ଅଶୁଦ୍ଧ ଥିବା ହେତୁ ଅନେକ ପରିମାଣରେ କୁଫଳ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଯେଉଁ ମାନଙ୍କର  ଦଶାଅନ୍ତର୍ଦ୍ଦଶା ଭଲ ଚାଲିଥିବ ସେମାନଙ୍କର ଅଭାବ ଅସୁବିଧା କିଛି ମାତ୍ରାରେ କମ ରହିବାର ଦେଖାଦେବ ।
  • ପ୍ରତିକାର- ଭୋକିଲା ଲୋକଙ୍କୁ ଖେଚୁଡି ଅନ୍ନ ଖାଇବାକୁ ଦିଅନ୍ତୁ

ସିଂହ-

  • ସିଂହ ରାଶିର ସପ୍ତମ ଶନି ହେତୁ ବ୍ୟବସାୟରେ ସାମାନ୍ୟ ଲାଭ ହେବ । ମୂତ୍ରାଶୟ ଜନିତ ରୋଗ , ଅଯଥା ଭ୍ରମଣ ଇତ୍ୟାଦିର ସୂଚନା ମିଳିବ । ଅଯଥା ଖର୍ଚ୍ଚ ବଢିପାରେ । ଘରେ, ବାହାରେ ଭୁଲ ବୁଝାବଣା ହେତୁ ଅଯଥା ଶତୃ ବୃଦ୍ଧି ହେବାର ସମ୍ଭାବନା ଦେଖାଦେବ ।  ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଶା ଜନକ ହେବ ନାହିଁ । ଚାକିରି କ୍ଷେତ୍ରରେ ଲୋକ ପ୍ରିୟତା ବୃଦ୍ଧି ପାଇବ । ମାତ୍ର ଶନି ଚଳନ ସମୟରେ ଚନ୍ଦ୍ର ଶୁଭ ଥିବାରୁ କିଛି କୁଫଳ କମିଯିବ ଏବଂ ଯେଉଁ ମାନଙ୍କର  ଦଶାଅନ୍ତର୍ଦ୍ଦଶା ଭଲ ଚାଲିଥିବ , ସେମାନଙ୍କର ଭଲ ସମୟ ଆସିପାରେ । ଅନ୍ୟଥା ବହୁ କଷ୍ଟର ଶିକାର ହୋଇପାରନ୍ତି । 
  • ପ୍ରତିକାର- ଗୁରୁଜନ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ।

କନ୍ୟା-

  • କନ୍ୟା ରାଶି ପାଇଁ ଶନି ଷଷ୍ଠସ୍ଥ ହେବେ । ପୁନଶ୍ଚ ଶନି ଚଳନ ସମୟରେ ଚନ୍ଦ୍ର ଶୁଦ୍ଧି ଥିବା ହେତୁ ଅନେକ ପରିମାଣରେ ସୁଫଳ ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ରହିଛି । ମାଲିମକଦ୍ଦମାରେ ବିଜୟୀ ହେବେ । ଶତୃଦମନ , ଯଶ, ସମ୍ମାନ ବୃଦ୍ଧି, ପ୍ରତିଷ୍ଠା ବା ପ୍ରମୋଶନ ପ୍ରାପ୍ତି, ଅର୍ଥଲାଭ, ବାକି ପଡିଥିବା ଅର୍ଥ ଫେରି ପାଇବେ । ଐଶ୍ୱର୍ଯ୍ୟ ପ୍ରାପ୍ତି ତଥା ଅନେକ କ୍ଷେତ୍ରରେ ସଫଳତାର ସୂଚନା ମିଳିବ । କର୍ମକର୍ତାଙ୍କ ବ୍ୟବହାର ଆପଣଙ୍କ କର୍ତବ୍ୟ ନିଷ୍ଠା ବୃଦ୍ଧି କରାଇବ । ପ୍ରେମ ସମ୍ପର୍କ ମଧୁର ହେବାରେ ବହୁ ବାଧା ଆସିପାରେ । କର୍ମକ୍ଷେତ୍ରରେ ଅସୁବିଧାର ସୀମା ଟପି ଯାଇପାରେ । 
  • ପ୍ରତିକାର- ଗଣେଶଙ୍କୁ ଦ୍ୱବ ଦାନ କରନ୍ତୁ 

ଅଧିକ ପଢ଼ନ୍ତୁ:ଜାଣନ୍ତୁ, ବର୍ଷ ୨୦୨୩ରେ କେଉଁ ମାସରେ କ’ଣ ଘଟିପାରେ...

ତୁଳା-

  • ତୁଳା ରାଶିକୁ ଶନି ୫ମରେ ଅବସ୍ଥାନ କରିବେ । ଶନି ଏ ରାଶି ପାଇଁ ଯୋଗକାରକ ଭାବରେ ମୂଳତ୍ରିକୋଣୀ ହେଉଥିବାରୁ ଶୁଭ ନହେଲେ ମଧ୍ୟ ବିଶେଷ ଅଶୁଭ ହେବନାହିଁ । ମାତ୍ର ଏହି ଚଳନ ସମୟରେ ଚନ୍ଦ୍ର ଅଶୁଭ ରହୁଥିବାରୁ ସମୟ କଷ୍ଟକର ହୋଇପାରେ । ୫ମସ୍ଥ ଶନି ହେତୁ ସନ୍ତାନମାନଙ୍କ ପାଇଁ ଚିନ୍ତା ହେବା ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ବହୁ ଖର୍ଚ୍ଚାନ୍ତରେ ପଡିପାରନ୍ତି । ଅଯଥା ଅନେକ ଦୁଶ୍ଚିନ୍ତା ଆସିବ । ମନ ସର୍ବଦା ଶଙ୍କାକୁଳ ଏବଂ ଆର୍ଥକ କ୍ଷେତ୍ରରେ ବିବିଧ ବାଧା ଆସିବାର ଦେଖା ଦେଇପାରେ ।
  • ପ୍ରତିକାର- ନିଜର ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ପାରାକୁ କିଛି ଖାଦ୍ୟ ଦେଇ ଖାଦ୍ୟ ଗ୍ରହଣ କରନ୍ତୁ ।

ବିଛା-

  • ବିଛା ରାଶି ପାଇଁ ଶନି ୪ର୍ଥରେ ଅବସ୍ଥାନ କରିବେ,  ଉକ୍ତ ରାଶି ଉପରେ ଶନିଙ୍କର ଦୃଷ୍ଟି ପଡିବ । ଶନି ଚଳନ ସମୟରେ ଏହି ରାଶିର ଚନ୍ଦ୍ର ଶୁଦ୍ଧି ଥିବାରୁ ଅଶୁଭ ଫଳର ମାତ୍ରା କମିପାରେ । ତେଣୁ ଶନିଙ୍କର ଏ ପ୍ରଭାବରେ ମାତୃକଷ୍ଟ , ବନ୍ଧୁ ବିୟୋଗ, ଯାନବାହନ ଦୁର୍ଘଟଣା, ଜମିବଡି ବ୍ୟାପାରରେ ବୃଥା ବ୍ୟୟ, ଅଧ୍ୟୟନରେ ଆଗକୁ ବଢିପାରନ୍ତି । ଯେଉଁ ମାନଙ୍କର  ଦଶାଅନ୍ତର୍ଦ୍ଦଶା ଭଲ ଚାଲିଥିବ ସେମାନେ ଅଧିକ ଅଶୁଭଫଳ ପାଇବେ ନାହିଁ । ଅବଶ୍ୟ ଅଶୁଭ ଦଶା ଅନ୍ତର୍ଦ୍ଦଶା ଚାଲିଥିବା ବ୍ୟକ୍ତି ମାନଙ୍କର ଅଶୁଭ ଫଳର ପରିମାଣ ସାମାନ୍ୟ ଅଧିକ ହେବାର ଦେଖା ଦେଇପାରେ ।
  • ପ୍ରତିକାର- ଓଁ ହ୍ରୀଂ ଦୁୁଂ ଦୁର୍ଗାୟୈ ନମଃ - ଜପ କରନ୍ତୁ

ଧନୁ-

  • ଧନୁ ରାଶି ପାଇଁ ଶନି ୩ୟରେ ଅବସ୍ଥାନ କରିବେ , ଯାହା ଅନେକ ସୁଖପ୍ରଦ ହେବ । ପୁନଶ୍ଚ ଶନି ଚଳନ ସମୟରେ ଶୁଦ୍ଧି ଥିବାରୁ ଶୁଭଫଳ ବୃଦ୍ଧି ଘଟିପାରେ । ବିବିଧ ପୁରସ୍କାର, ଯଶ ଓ ସମ୍ମାନ ବୃଦ୍ଧି, କେତେକ ନୂତନ କାର୍ଯ୍ୟରେ ସଫଳତା ହାସଲ କରିବେ । ସୁସମ୍ବାଦ ପ୍ରାପ୍ତି ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସୃଷ୍ଟି ହେବାର ସୂଚନା ମିଳିପାରେ । ଜମି ବାଡି ସମ୍ବନ୍ଧୀୟ ମାମଲାରେ ଖର୍ଚ୍ଚାନ୍ତ ଚିନ୍ତିତ ରହିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଧର୍ଯ୍ୟ ଧରି କାମ କରନ୍ତୁ ସଫଳ ହେବେ ।  ଏତତ୍ ବ୍ୟତୀତ ଦଶା ଅନ୍ତର୍ଦ୍ଦଶା ଭଲ ଚାଲିଥିବା ବ୍ୟକ୍ତିମାନଙ୍କର ଅଶୁଭ ଫଳର ପରିମାଣ ଅନେକ ପରିମାଣରେ ହ୍ରାସ ପାଇବ ।
  • ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ମକର-

  • ମକର ରାଶିପାଇଁ ଶନି ୨ୟରେ ଅବସ୍ଥାନ କରିବା ଫଳରେ ଶନି ସାଢେସାତିର ଶେଷ ଭାଗ ଭୋଗ ହେବ । ଏହା ଆର୍ଥିକ ଦିଗରୁ ଅନେକ ଅଶୁଭ ଫଳ ପ୍ରଦାନ କରିପାରେ । କିନ୍ତୁ ଶନି ଚଳନ ସମୟରେ ଚନ୍ଦ୍ର ଶୁଦ୍ଧି ଥିବା ହେତୁ କୁଫଳର ମାତ୍ରା କମିଯିବାର ସମ୍ଭାବନା ରହିଛି ।  ପରିବାର ବର୍ଗଙ୍କ ପାଇଁ ଆପଣ କେତେକ କ୍ଷେତ୍ରରେ ସଫଳତା ପାଇ ପାରନ୍ତି । ବହୁ ବ୍ୟୟ, ମାଲିମକଦ୍ଦମା ସହିତ ସାମାନ୍ୟ ସୁଫଳ ମିଳିପାରେ । ଏଥି ସହିତ ଯେଉଁମାନଙ୍କର ଦଶା ଅନ୍ତର୍ଦ୍ଦଶା ଭଲ ଚାଲିଥିବ, ସେମାନଙ୍କର ଅଶୁଭ ଫଳ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଅଶୁଭ ଦଶା ଅନ୍ତର୍ଦ୍ଦଶା ଚାଲିଥିବା ବ୍ୟକ୍ତିମାନଙ୍କର ଅଶୁଭ ଫଳର ପରିମାଣ ସାମାନ୍ୟ ବୃଦ୍ଧି ଘଟିବ
  • ପ୍ରତିକାର- ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ ।

କୁମ୍ଭ-

  • କୁମ୍ଭ ରାଶିର ଜନ୍ମ ଶନି ହୋଇଥିବାରୁ ଭଲ ଫଳ ଦେବନାହିଁ । ଶନି ଚଳନ ସମୟରେ ଚନ୍ଦ୍ର ଶୁଦ୍ଧିଥିବା ହେତୁ କୁଫଳ ସାମାନ୍ୟ କମିପାରେ । ଶନି ଅଶୁଭ ଫଳ ଦେବା ସଙ୍ଗେ ସଙ୍ଗେ ଶତୃଭୟ, ଶତୃପୀଡା, ବନ୍ଧୁବିୟୋଗ, ଅତ୍ୟଧିକ ବ୍ୟସ୍ତତା ହେତୁ ନାନା ବ୍ୟାଧି, କିଛି ଚିରସ୍ଥାୟୀ ରୋଗର ସୂତ୍ରପାତ ହୋଇପାରେ । ପାରିବାରିକ ସମସ୍ୟା ସମାଧାନ କରିବାରେ ସଫଳ ହେବେ । ନୂତନ ଦିଗରୁ ଅର୍ଥାଗମ ଘଟିପାରେ ।  ତଥାପି ଏହା ଶନିଙ୍କର ସ୍ୱରାଶି ହୋଇଥିବାରୁ କୁଫଳ ସାମାନ୍ୟ କମିପାରେ । ତତ୍ ସହିତ ଯେଉଁମାନଙ୍କ ଜାତକରେ ଶୁଭ ଦଶା ଏବଂ ଅନ୍ତର୍ଦ୍ଦଶା ଚାଲିଥିବ ସେମାନଙ୍କ କୁଫଳ ମଧ୍ୟ କମିପାରେ ।
  • ପ୍ରତିକାର- ଅସହାୟ ବ୍ୟକ୍ତି ବା ମହିଳା ମାନଙ୍କୁ କମ୍ବଳ ଦାନ କରନ୍ତୁ ।

ମୀନ-

  • ମୀନ ରାଶିକୁ ଶନି ୧୨ଶସ୍ଥ ହେତୁ ଅଶୁଭ ହେବା ଫଳରେ ଏ ରାଶି ପାଇଁ ସାଢେସାତି ଆରମ୍ଭ ହେବ, ଯାହା ଅତ୍ୟଧିକ ଅଶୁଭ ଫଳ ଦେଖା ଦେଇପାରେ । ପୁନଶ୍ଚ ଶନି ଚଳନ ସମୟରେ ଚନ୍ଦ୍ର ଅଶୁଦ୍ଧି ଥିବାରୁ କୁଫଳର ମାତ୍ରା ବଢିପାରେ ।  ତୀର୍ଥ ଭ୍ରମଣ , ସାମୟିକ ବ୍ୟାଧି ଓ ପୀଡା, ଅତ୍ୟଧିକ ବ୍ୟୟ, ସ୍ୱାସ୍ଥ୍ୟ ଭଗ୍ନ ଇତ୍ୟାଦି ଯୋଗ ରହିଛି। ଏଥି ସଙ୍ଗେ ସଙ୍ଗେ ନାନା ଯୋଜନା ମଧ୍ୟ ପ୍ରସ୍ତୁତ କରିବେ, ଯଦିଓ ସେଥିରେ ଅକୃତକାର୍ଯ୍ୟ ହେବାର ସମ୍ଭାବନା ରହିବ । ଭାବିଚିନ୍ତି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ । ଜାତକରେ ଦଶାଅନ୍ତର୍ଦ୍ଦଶା ଭଲ ଚାଲିଥିଲେ ଅନେକ ଅସୁବିଧା ଦୂର ହୋଇଯିବ । ୧୨ଶ ଶନି ଅଶୁଭ ଫଳ ଦେଉଥିବାରୁ ଯେଉଁମାନଙ୍କର ଅଶୁଭ ଦଶା ଅନ୍ତର୍ଦ୍ଦଶା ଚାଲିଥିବ, ସେମାନେ ସାବଧାନ ରହିବେ ।
  • ପ୍ରତିକାର- କୈାଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବା ସହିତ ଅନ୍ୟକୁ ସାହାଯ୍ୟ ସହଯୋଗ କରନ୍ତୁ ।
Saturn Zodiac Sign
Advertisment
Advertisment