• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସରିଲା ବର୍ଷ ୨୦୨୨, ଆସିଲା ନୂଆବର୍ଷ ୨୦୨୩। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରୁଛନ୍ତି ସମସ୍ତେ। ନୂଆ ଭାବନା, ନୂଆ ଆଶା, ନୂଆ ଉଦ୍ଦୀପନା ସହିତ ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ ଶାନ୍ତି ଆଣିଦେଉ। ଏହି କାମନା ସମସ୍ତେ କରୁଛନ୍ତି। ଗ୍ରହ ଚଳନ ଦୃଷ୍ଟିରୁ ଚଳିତ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ବର୍ଷ କୁମ୍ଭ ରାଶିରେ ଶନିଙ୍କ ପ୍ରଭାବ ରହିବ। ଏହାପରେ ଅକ୍ଟୋବର ପର୍ଯ୍ୟନ୍ତ ରାହୁ ମେଷ ରାଶି ଓ କେତୁ ତୁଳା ରାଶିରେ ରହିବ। ଲୋକଙ୍କ ଉପରେ ଏହି ୩ ରାଶିର ବଡ଼ ପ୍ରଭାବ ପଡ଼ିବ ବୋଲି ଜ୍ୟୋର୍ତିବିଦ ଆକଳନ କରିଛନ୍ତି।

ଜାଣନ୍ତୁ, ଗ୍ରହ ଚଳନ ଆଧାରରେ ବର୍ଷ ୨୦୨୩ର କେଉଁ ମାସରେ କ’ଣ ପ୍ରଭାବ ପଡ଼ିବ...

ଜାନୁଆରୀ- ଏହି ମାସରେ କିଛି ରାଶି ଉପରେ ଶନିଙ୍କ ପ୍ରଭାବ ରହିବ। ତେଣୁ ଦେଶ, ବିଶ୍ୱରେ ବଡ଼ ବଡ଼ ପରିବର୍ତ୍ତନ ହୋଇପାରେ। ସଂକ୍ରମଣ ଜଡ଼ିତ ରୋଗ ବୃଦ୍ଧି ହୋଇପାରେ। ଏହାସହ ବିଶ୍ୱରେ ଯୁଦ୍ଧ ଭଳି ସ୍ଥିତି ଓ ଅଶାନ୍ତି ଦେଖା ଦେଇପାରେ।

ଫେବୃଆରୀ- ଏହି ମାସରେ ଶୁକ୍ରଙ୍କ ପ୍ରଭାବ ଦେଖିବାକୁ ମିଳିପାରେ। ଲୋକଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିପାରେ। ଦେଶରେ କୌଣସି ବଡ଼ ରାଜନୈତିକ ପରିବର୍ତ୍ତନ ହୋଇପାରେ। ବିପର୍ଯ୍ୟୟ ଓ ଯୁଦ୍ଧ ଭଳି ସ୍ଥିତି ଦେଖା ଦେଇପାରେ।

ମାର୍ଚ୍ଚ- ଏହି ମାସରେ ଶେୟାର ବଜାର ଓ ଅର୍ଥ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇପାରେ। ମହଙ୍ଗା ମାଡ଼ରେ ଲୋକଙ୍କୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ। ଏହି ସମୟରେ ବଡ଼ ଆର୍ଥିକ ପରିବର୍ତ୍ତନ ଓ ବଡ଼ ଦୁର୍ନୀତି ସାମ୍ନାକୁ ଆସିପାରେ। ଯୁଦ୍ଧ ଓ ଉତ୍ତେଜନା ଭଳି ପରିସ୍ଥିତି ବିଶ୍ୱକୁ ପ୍ରଭାବିତ କରିପାରେ।

ଏପ୍ରିଲ- ସୂର୍ଯ୍ୟଦେବ ଏହି ମାସରେ ଦେଶରେ ବଡ଼ ପରିବର୍ତ୍ତନ ଆଣିପାରନ୍ତି। ବଡ଼ ବଡ଼ ରାଜନେତାଙ୍କ ପାଇଁ ଏହି ମାସ ସମସ୍ୟା ସୃଷ୍ଟି କରିପାରେ। ରେଳ ଓ ବିମାନ ଦୁର୍ଘଟଣାର ସମ୍ଭାବନା ରହିଛି। ବିପର୍ଯ୍ୟୟ ଓ ଯୁଦ୍ଧ ଭଳି ସ୍ଥିତି ଦେଖା ଦେଇପାରେ।

ମେ’- ସୂର୍ଯ୍ୟଙ୍କ ପ୍ରଭାବ ଯୋଗୁ ଏହି ମାସରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଲୋକଙ୍କୁ ମହଙ୍ଗା ଓ ରୋଗ ଦାଉରୁ ଆଶ୍ୱସ୍ତି ମିଳିପାରେ। ଲୋକଙ୍କ ଆୟରେ ବୃଦ୍ଧି ଘଟିପାରେ। ସାରା ବିଶ୍ୱରେ ସୁଖ ଓ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରାଯିବ। 

ଜୁନ୍‌- ଏହି ମାସରେ ଦେଶ ଓ ଦୁନିଆରେ ଅନେକ ଜିନିଷରେ ଧୀରେ ଧୀରେ ଉନ୍ନତି ହୋଇପାରେ। ଭୂକମ୍ପ ଆସିପାରେ। 

ଜୁଲାଇ- ଏହି ମାସରେ ବିପର୍ଯ୍ୟୟ ଓ ଦୁର୍ଘଟଣା ଘଟିପାରେ। ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ସମ୍ପତ୍ତି କ୍ଷେତ୍ରରେ ଉନ୍ନତି ହୋଇପାରେ। ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ସୁଧାର ଆସିପାରେ। ଟଙ୍କା ନେଣଦେଣ ବେଳେ ସାବଧାନ ରୁହନ୍ତୁ।

ଅଗଷ୍ଟ- ଏହି ମାସରେ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଲୋକଙ୍କ ଜୀବନରେ ସୁଧାର ଆସିପାରେ। ସ୍ୱାସ୍ଥ୍ୟ ଓ ପାରିବାରିକ ମାମଲାରେ ଲୋକଙ୍କୁ ଆଶ୍ୱସ୍ତି ମିଳିପାରେ। 

ସେପ୍ଟେମ୍ବର- ଏହି ମାସରେ ମଧ୍ୟ ଲୋକଙ୍କ ଆର୍ଥିକ ସ୍ଥିତି ଭଲ ରହିବ। ଧାର କରଜ ଓ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିପାରେ। ତେବେ ଦେଶର ପୂର୍ବ ଅଞ୍ଚଳରେ ସମସ୍ୟା ଦେଖାଦେଇପାରେ।

ଅକ୍ଟୋବର- ବୁଧଙ୍କ ପ୍ରଭାବ ଯୋଗୁ ଏହି ମାସରେ ଆର୍ଥିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହୋଇପାରେ। ବିବାହ ଓ ସନ୍ତାନ ମାମଲାରେ ପୂର୍ବ ଅପେକ୍ଷା ଭଲ ସ୍ଥିତି ରହିବ। ଦେଶରେ ଧର୍ମ ସହ ଜଡ଼ିତ କୌଣସି ମାମଲାକୁ ନେଇ ବିବାଦ ସୃଷ୍ଟି ହୋଇପାରେ। କୋର୍ଟଙ୍କ କୌଣସି ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିପାରେ। 

ନଭେମ୍ବର- ଏହି ମାସରେ ବିବାଦରୁ ଆଶ୍ୱସ୍ତି ମିଳିପାରେ। ଲୋକଙ୍କ ଜୀବନରେ ସୁଧାର ଆସିବା ସହ କଡ଼ା ନିୟମ ଲାଗୁ ହୋଇପାରେ। କ୍ରୀଡ଼ା ଜଗତରେ ସଫଳତା ଦେଖିବାକୁ ମିଳିପାରେ। ପଡ଼ୋଶୀ ଦେଶ ସହ ସମ୍ପର୍କ ଭଲ ନରହିପାରେ।

ଡିସେମ୍ବର- ଦେଶରେ ରାଜନୈତିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହୋଇପାରେ। ମହିଳାଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌।