Baba Vanga's Predictions: ଭବିଷ୍ୟବାଣୀ କଲେ ବାବା ଭେଙ୍ଗା, ୨୦୨୫ରେ ଘଟିବ ଏହିସବୁ ଘଟଣା

ବାବା ଭେଙ୍ଗା ହେଉଛନ୍ତି ସେଇ ମହିଳା ଯିଏ ୯/୧୧ ଆତଙ୍କବାଦୀ ଆକ୍ରମଣ ଓ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ସଂପର୍କରେ ଭବିଷ୍ୟବାଣୀ କରିଥିଲେ । ସେ ଭବିଷ୍ୟବାଣୀ କରିବା ସମୟରେ ସେତେବେଳେ ଅଧିକାଂଶ ଲୋକ ବିଶ୍ୱାସ କରିନଥିଲେ । କିନ୍ତୁ ଯେତେବେଳେ ତାଙ୍କ କଥା ସତ୍ୟ ପ୍ରମାଣିତ ହେଲା, ତାଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଲା । ଏଇ ଚର୍ଚ୍ଚିତ ମହିଳା ଏବେ ପୁଣି କରିଛନ୍ତି ଭବିଷ୍ୟବାଣୀ ।

୨୦୨୫ ପାଇଁ ଭବିଷ୍ୟବାଣୀ

ଆସୁଛି ନୂଆ ବର୍ଷ ୨୦୨୫ । ଏହି ବର୍ଷ ମାନବ ସମାଜ ପାଇଁ ମଙ୍ଗଳମୟ ହେଉ, ଏହା ସମସ୍ତେ କାମନା କରୁଛନ୍ତି । ବାବା ଭେଙ୍ଗା ୨୦୨୫ ବର୍ଷକୁ ନେଇ ଭବିଷ୍ୟବାଣୀ କରିଛନ୍ତି । କହିଛନ୍ତି, ଏଇସବୁ ଘଟଣା ଘଟିବ ୨୦୨୫ରେ । ବୁଲଗେରିଆର ଏହି ରହସ୍ୟମୟ ବାବା ଭେଙ୍ଗାଙ୍କର ଅନେକ କଥା ପୂର୍ବରୁ ସତ ପ୍ରମାଣିତ ହୋଇଛି । ତାଙ୍କ ଭବିଷ୍ୟବାଣୀରେ ରହିଛି ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ ଓ ବିଜ୍ଞାନର ଯଥେଷ୍ଟ ଅଗ୍ରଗତି ହେବ ।

ବାବା ଭେଙ୍ଗା ହେଉଛନ୍ତି ସେଇ ମହିଳା ଯିଏ ୯/୧୧ ଆତଙ୍କବାଦୀ ଆକ୍ରମଣ ଓ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ସଂପର୍କରେ ଭବିଷ୍ୟବାଣୀ କରିଥିଲେ । ସେ ଭବିଷ୍ୟବାଣୀ କରିବା ସମୟରେ ସେତେବେଳେ ଅଧିକାଂଶ ଲୋକ ବିଶ୍ୱାସ କରିନଥିଲେ । କିନ୍ତୁ ଯେତେବେଳେ ତାଙ୍କ କଥା ସତ୍ୟ ପ୍ରମାଣିତ ହେଲା, ତାଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଲା । ଏଇ ଚର୍ଚ୍ଚିତ ମହିଳା ଏବେ ପୁଣି କରିଛନ୍ତି ଭବିଷ୍ୟବାଣୀ ।

ଭବିଷ୍ୟବାଣୀ-୧ : ମେଡିସିନ କ୍ଷେତ୍ରରେ ଅଗ୍ରଗତି

୨୦୨୫ରେ କ୍ୟାନସର ରୋଗର ଚିକିତ୍ସାରେ ଏକ ବଡ ସଫଳତା ମିଳିବ । ନୂଆ ଔଷଧ ଉଦ୍ଭାବନ ହେବ । ଲାବୋରେଟୋରୀରେ ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ତିଆରି ନେଇ ଚିକିତ୍ସା ବିଜ୍ଞାନ ବିଶେଷ ଅଗ୍ରଗତି କରିବ ବୋଲି କହିଛନ୍ତି ବାବା ଭେଙ୍ଗା । ଏହାଦ୍ୱାରା ବିଭିନ୍ନ ଅଙ୍ଗ ପ୍ରତିରୋପଣ ସହଜସାଧ୍ୟ ହୋଇପାରିବ ।

ଅଧିକ ପଢନ୍ତୁ: ସତ ହେଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୪ର ଦୁଇଟି କଥା ସତ ହେଲାଣି… ଆହୁରି ଅଛି ତିନି

ଭବିଷ୍ୟବାଣୀ-୨ : ପୃଥିବୀକୁ ଆସିବେ ଏଲିଏନ୍

ବାବା ଭେଙ୍ଗା କହିଛନ୍ତି, ୨୦୨୫ରେ ପୃଥିବୀକୁ ଏଲିଏନ୍ ଆସିବେ । ଏକ ଆଥଲେଟିକ ମିଟରେ ଆସି ପହଞ୍ଚିଯିବେ ଏଲିଏନ୍ । ତେବେ ସେମାନେ ହିଂସ୍ର ରୂପ ଧାରଣ ଆସିବେ ନା ଶାନ୍ତ ଭାବେ ଆସିବେ, ତାହା ସେ ସ୍ପଷ୍ଟ କରିନାହାନ୍ତି ।

ଭବିଷ୍ୟବାଣୀ-୩ : ଦେଶ ଦେଶ ମଧ୍ୟରେ ଯୁଦ୍ଧ

ୟୁରୋପରେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ । ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡିବ । ୟୁରୋପ୍ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବ ବୋଲି କହିଛନ୍ତି ବାବା ଭେଙ୍ଗା ।

ଭବିଷ୍ୟବାଣୀ-୪ : ମସ୍ତିଷ୍କର ରହସ୍ୟ ଭେଦିବ ମଣିଷ

ମଣିଷର ମସ୍ତିଷ୍କକୁ ନେଇ ଆସିବ ନୂଆ ଆବିଷ୍କାର । ଟେଲିପାଥି ସଂପର୍କରେ ମିଳିବ ନୂଆ ତଥ୍ୟ । ମସ୍ତିଷ୍କର ରହସ୍ୟ ଭେଦିବ ମଣିଷ । ସିଧାସଳଖ ବ୍ରେନୱେଭ୍ କମ୍ୟୁନିକେସନ ନେଇ ମିଳିବ ସଫଳତା । ଏହା କହିଛନ୍ତି ବାବା ଭେଙ୍ଗା ।

ଭବିଷ୍ୟବାଣୀ-୫ : ଅକ୍ଷୟ ଶକ୍ତିର ନୂଆ ଆବିଷ୍କାର

୨୦୨୫ରେ ନୂଆ ଅକ୍ଷୟ ଶକ୍ତି ଉତ୍ସର ଆବିଷ୍କାର ହେବ । ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବାର ଆଶା କରାଯାଉଛି ବୋଲି କହିଛନ୍ତି ବାବା ଭେଙ୍ଗା ।

ଏହା ବ୍ୟତୀତ ଆଗାମୀ ବର୍ଷରେ ସାରା ବିଶ୍ୱରେ ପ୍ରାକୃତିକ ଦୁର୍ବିପାକ ବଢିବ । ଭୂମିକମ୍ପ ଲୋକଙ୍କ ମନରେ ଭୟ ସଞ୍ଚାର କରିବ । ବହୁ ଧନଜୀବନ ହାନି ହେବ ବୋଲି କହିଛନ୍ତି ବାବା ଭେଙ୍ଗା । ଏଇଠି କହିରଖୁଛୁ, ବାବା ଭେଙ୍ଗାଙ୍କର ଅଧିକାଂଶ ଭବିଷ୍ୟବାଣୀ ସତ ହୋଇଥାଏ । କିନ୍ତୁ ତାଙ୍କ କଥାର ତର୍ଜମା କରାଯିବା ଦରକାର । ତେବେ ତାଙ୍କ ସମର୍ଥକମାନେ ତାଙ୍କ କଥାକୁ ବହୁତ ବିଶ୍ୱାସ କରନ୍ତି । ଏହି ସବୁ ଭବିଷ୍ୟବାଣୀ ସତ ହେବ କି ନାହିଁ, ତାହା ସମୟ ହିଁ କହିବ । ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । 

ଅଧିକ ପଢନ୍ତୁ: ଅଫିସ୍‌ର ସାପ୍ତାହିକ କାର୍ଯ୍ୟ ସମୟ ୭୦ ଘଣ୍ଟା ରହିବା ଦରକାର !...ଅନୁଭୂତି ବଖାଣିଲେ ନାରାୟଣ ମୂର୍ତ୍ତି