Advertisment

ଟାଣିଲା ଛଟ୍‌ ପୂଜା: ବିଦେଶରୁ ବିହାର ଆସିଲେ ମହିଳା

ବିହାର, ଝାଡଖଣ୍ଡ, ପୂର୍ବ ଉତ୍ତର ପ୍ରଦେଶରେ ଏହି ପର୍ବ ବେଶି ପାଳନ କରାଯାଇଥାଏ। ହେଲେ ଏବେ ଏହି ପର୍ବ ଯେମିତି ବିଶ୍ୱବ୍ୟାପି ହୋଇଗଲାଣି । ଛଟ ପୂଜା ଦେଖିବା ପାଇଁ ଜଣେ ବିଦେଶୀ ଇଟାଲିରୁ ବିହାର ଆସିଥିବା ଖବର ସାମ୍ନାକୁ ଆସିଛି ।

author-image
Minati Mishra
ଅଦ୍ୟତନ ହୋଇଛି
Foreigner in chhat puja

foreigner in chhat puja

ଆମ ପରମ୍ପରାରେ ପର୍ବ ଓ ସମ୍ପର୍କ ପରସ୍ପର ସହ ଜଡିତ। ଭାରତୀୟ ସଂସ୍କୃତିର ଏହା ଏକ ବିଶେଷତ୍ୱ। ବିଶ୍ୱାସର ନିଅଁ ଉପରେ ଏଠି ଗଢିଉଠିଛି ସାମାଜିକ ସମ୍ପର୍କ। ସାମାଜିକ ସମ୍ପର୍କ ଭିତରେ ଥିବା ଭାବର ଗଭୀରତା ଏଠି ମାପି ହେବନି। ଏଠି ପ୍ରତ୍ୟେକ ସମ୍ପର୍କ ଭିତରେ ଭୋଗ ଅପେକ୍ଷା ବେଶି ରହିଛି ତ୍ୟାଗ ମନୋଭାବ। ସମ୍ପର୍କକୁ ନିଭାଇବାରେ ଏଠି ରହିଛି ନିଷ୍ଠାପର ଉଦ୍ୟମ। ସେଥିପାଇଁ ଜଣଙ୍କର ଦୁଃଖ ଦେଖିଲେ ଅନ୍ୟ ଜଣଙ୍କର ମନ କାନ୍ଦିଉଠେ। ଜଣକର ମଙ୍ଗଳ ମନାସି ଅନ୍ୟ ଜଣେ ନିର୍ଜଳ ଉପବାସ ରହିପାରେ। ଏମିତି ଏକ ପର୍ବ ହେଉଛି ଛଟ୍ ପୂଜା। ମୁଖ୍ୟତଃ ବିହାର, ଝାଡଖଣ୍ଡ, ପୂର୍ବ ଉତ୍ତର ପ୍ରଦେଶରେ ଏହି ପର୍ବ ବେଶି ପାନଳ କରାଯାଇଥାଏ। ହେଲେ ଏବେ ଏହି ପର୍ବ ଯେମିତି ବିଶ୍ୱବ୍ୟାପି ହୋଇଗଲାରି।

Advertisment

ଅଧିକ ପଢ଼ନ୍ତୁ: ଛଟ୍‌ ପୂଜା ପାଇଁ ଚାଲିଥିଲା ପ୍ରସାଦ ପ୍ରସ୍ତୁତି, ଗ୍ୟାସ୍‌ ସିଲିଣ୍ଡର ଫାଟି ଲାଗିଲା ନିଆଁ...

ବିଶ୍ୱର ଯେଉଁ କୋଣରେ ଜଣେ ବି ବିହାରୀ ଥାଆନ୍ତୁ, ସେ ଏହି ପର୍ବକୁ ଧୂମଧାମରେ ପାଳନ କରିଥାନ୍ତି। ଛଟପୂଜାର ପରମ୍ପରା ଏତେ ଆକର୍ଷଣୀୟ ଯେ, ତାହା ସମସ୍ତଙ୍କୁ ଆକର୍ଷିତ କରିଥାଏ । ଏପରିକି ଏହା ବିଦେଶୀଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ଛଟପୂଜା ଦେଖିବା ପାଇଁ ଜଣେ ବିଦେଶୀ ଇଟାଲିରୁ ବିହାରର ରୋହତାସକୁ ଚାଲି ଆସିଥିବା ଖବର ସାମ୍ନାକୁ ଆସିଛି ।

Advertisment

ଚେଚାରୀରେ ରହୁଥିବା ବ୍ରଜେଶ ବିଶ୍ୱକର୍ମା ନାମକ ଜଣେ ଯୁବକ ବିଭିନ୍ନ ବିଦେଶୀ ଭାଷା ବିଷୟରେ ଜାଣନ୍ତି। ଇଟାଲିରେ ରହୁଥିବା କ୍ୟାଟେରିନା ବାର୍ସିଲୋନା ଅନଲାଇନରେ ଭାରତୟ ଭାଷା ଶିଖୁଥିଲେ। କ୍ୟାଟେରିନା ବିହାରର ଛଟ ପୂଜା ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଯେହେତୁ ଅନଲାଇନରେ ସମ୍ପର୍କ ଥିଲା ତେଣୁ ବ୍ରଜେଶ ତାଙ୍କୁ ଏହି ପୂଜା ଦେଖିବା ପାଇଁ ଆମନ୍ତ୍ରଣ କରିଥିଲେ। କ୍ୟାଟେରିନା ସିଧା ଇଟାଲିର ଫ୍ଲୋରେନ୍ସ ସହରରୁ ଆସି ପହଞ୍ଚିଥିଲେ ଚେଚାରୀରେ। ଗତ ୬ ଦିନ ହେଲା ସେ ଏବେ ଚେଚାରୀରେ । ଦୀପାବଳି ସହ ସେ ଏଠାରେ ଛଟ ପୂଜା ବି ପାଳନ କରୁଛନ୍ତି। ପୂଜା ଦେଖି ଖୁବ ଖୁସି କ୍ୟାଟେରିନା ।

କ୍ୟାଟେରିନା କହିଛନ୍ତି, ବିହାର ଛଟପୂଜା ଖୁବ ଭଲ ଲାଗିଲା। ସେ ଏହି ପୂଜା ଦେଖିବାକୁ ତାଙ୍କ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଏଠାକୁ ଆସିଛନ୍ତି। ଫ୍ଲୋରେନ୍ସ ୟୁନିଭର୍ସିଟିର ଆଇନ ବିଭାଗର ଛାତ୍ରୀ କ୍ୟାଟେରିନା ଏଠାକୁ ଆସି ଖୁବ ଖୁସି ଅଛନ୍ତି। ଭାରତର ଏହି ସଂସ୍କୃତି ତାଙ୍କୁ ଖୁବ ଭଲ ଲାଗିଲା ବୋଲି ସେ କହିଛନ୍ତି।

Chhath Puja
Advertisment
Advertisment