Advertisment

ଛଟ୍‌ ପୂଜା ପାଇଁ ଚାଲିଥିଲା ପ୍ରସାଦ ପ୍ରସ୍ତୁତି, ଗ୍ୟାସ୍‌ ସିଲିଣ୍ଡର ଫାଟି ଲାଗିଲା ନିଆଁ...

ପରିବାର ସଦସ୍ୟମାନେ ଛଟ୍‌ ପୂଜା ପାଇଁ ପ୍ରସାଦ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ୍‌ ସିଲିଣ୍ଡର ଫାଟି ଯାଇଥିଲା। ଏହାପରେ ସର୍ଟ ସର୍କିଟ୍‌ ହୋଇ ନିଆଁ ଲାଗି ଧୀରେ ଧୀରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା।

author-image
Rajalaxmi Sahoo
Massive Fire During Chhath Puja At Bihar

Massive Fire During Chhath Puja At Bihar

ଗ୍ୟାସ୍‌ ସିଲିଣ୍ଡର ଫାଟି ଯିବା ଯୋଗୁ ସର୍ଟ ସର୍କିଟ୍‌ ହୋଇ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୦ ଜଣ ଗୁରୁତର ଆହତ ହେବାରୁ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବିହାରର ଔରଙ୍ଗାବାଦ ଜିଲ୍ଲାରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଛଟ୍‌ ପୂଜା ପାଇଁ ପରିବାରର ସଦସ୍ୟ ପ୍ରସାଦ ରୋଷେଇ କରୁଥିବା ବେଳେ ଗ୍ୟାସ୍‌ ସିଲିଣ୍ଡର ଫାଟି ଯାଇଥିଲା। ଏହାପରେ ସର୍ଟ ସର୍କିଟ୍‌ ହୋଇ ନିଆଁ ଲାଗି ଯାଇଥିଲା। 

Advertisment

ନିଆଁକୁ ଆୟତ୍ତ କରିବାକୁ ଯାଇ ୭ ଜଣ ପୋଲିସ୍‌ କର୍ମୀ ମଧ୍ୟ ପୋଡ଼ି ହୋଇଯାଇଛନ୍ତି। ସୂଚନା ଅନୁସାରେ, ପରିବାର ସଦସ୍ୟମାନେ ଛଟ୍‌ ପୂଜା ପାଇଁ ପ୍ରସାଦ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ୍‌ ସିଲିଣ୍ଡର ଫାଟି ଯାଇଥିଲା। ଏହାପରେ ସର୍ଟ ସର୍କିଟ୍‌ ହୋଇ ନିଆଁ ଲାଗି ଧୀରେ ଧୀରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଖବରପାଇ ପୋଲିସ୍‌ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଭାଗ୍ୟବଶତଃ, ନିଆଁକୁ ଆୟତ୍ତ କରିବାକୁ ଯାଇଥିବା ପୋଲିସ୍‌ କର୍ମୀଙ୍କ ମଧ୍ୟରୁ ୭ ଜଣ ମଧ୍ୟ ପୋଡ଼ି ହୋଇଯାଇଛନ୍ତି।

Advertisment

ନିଆଁରେ ପୋଡ଼ି ହୋଇଥିବା ସମସ୍ତ ଗୁରୁତରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପ୍ରକୃତ କେଉଁ କାରଣ ପାଇଁ ପାଇଁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ତେବେ ଗ୍ୟାସ୍‌ ସିଲିଣ୍ଡର ଫାଟି ଯିବା ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Fire Mishap Chhath Puja
Advertisment
Advertisment