Advertisment

ଡଙ୍ଗା ଭସାଇବା ବେଳେ କେନାଲରେ ଭାସିଗଲେ ଯୁବକ

ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଯୁବକ ମୃତ । ବୋଇତ ବନ୍ଦାଣ ବେଳେ ଏହି ଅଘଟଣ ଘଟିଛି ।

author-image
Rajalaxmi Sahoo
youth drowns in canal in talcher

youth drowns in canal in talcher

ବୋଇତ ବନ୍ଦାଣ ବେଳେ ଅଘଟଣ । ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଯୁବକ ମୃତ । ତାଳଚେର ସମଲ ରାଇଟ୍ କେନାଲରେ ଏ ଦୁର୍ଘଟଣା ଘଟିଛି । ମୃତକ ହେଲେ ପାଲଲହଡ଼ା ଚଷା ଗୁରୁଜାଙ୍ଗ ଗାଁର ଆଶିଷ ସାହୁ ।

Advertisment

ସୂଚନା ଅନୁସାରେ, ଆଜି ସକାଳୁ ବୋଇତ ଭସାଇବାକୁ ସମଲ ସ୍ଥିତ ରାଇଟ କେନାଲକୁ ଆଶିଷ ଯାଇଥିବା ବେଳେ କେନାଲରେ ଭାସି ଯାଇଥିଲେ । ପରେ କିଛି ଦୂରରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସେ ଖବର ଦେଇଥିଲେ ।  

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି ।

Advertisment
Drowning Death
Advertisment
Advertisment