/odishatv-khabar/media/post_attachments/uploadimage/library/16_9/16_9_0/s_1684035250.jpg)
Woman killed as car rams into her house in Boudh
ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ଘରେ ଶୋଇଥିବା ବେଳେ ମାଡ଼ିଗଲା କାର୍। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ରାଧାନଗର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। NH ୫୭ ରାଧାନଗର ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ମୃତ ମହିଳା ହେଲେ ରାଧାନଗର ଗାଁ ରେ ପାଣେଶ୍ୱରୀ ଧଳ।
ସୂଚନା ଅନୁସାରେ, ଇନୋଭା କାର୍ଟି ବୌଦ୍ଧ ଚାରିଛକରୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଏହାପରେ ରାସ୍ତା ପାଶ୍ୱର୍ରେ ଥିବା ଏକ ଚାଳଛପର ଘର ଭିତରକୁ ପଶି ଯାଇଥିଲା। ଏହି ସମୟରେ ପାଣେଶ୍ୱରୀ ଶୋଇଥିବା ବେଳେ ତାଙ୍କ ଉପରେ କାର୍ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
#ଘର_ଭିତରେ_ପଶିଗଲା_କାର୍
ଅଧ ରାତିରେ ଅଭାବନୀୟ ଘଟଣା: ଘର ଭିତରେ ଶୋଇଥିବା ବେଳେ ମହିଳାଙ୍କ ଉପରେ ମାଡ଼ିଗଲା କାର୍...#Accident#CarAccident#Odishapic.twitter.com/QhTEJ1fVkR— ଓଟିଭି (@otvkhabar) May 14, 2023
ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଖୋର୍ଦ୍ଧା-ବଲାଙ୍ଗିର NH ୫୭କୁ ଅବରୋଧ କରି ଅନୁକମ୍ପାରାଶି ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)