Advertisment

Woman Died After Hit by College Bus: ମହିଳାଙ୍କ ଉପରେ ମାଡ଼ିଗଲା KIIT କଲେଜ୍ ବସ୍

ଦୁର୍ଘଟଣାଗ୍ରସ୍ତ ବସ୍‌କୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ।  ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବା ସହ ଘଟଣାର ସଠିକ୍‌ ତଦନ୍ତ  କରିବାକୁ ଦାବି କରିଛନ୍ତି।  ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ  ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ଉତ୍ତେଜନା ଥମିଥିଲା।  ଦୁର୍ଘଟଣାଗ୍ରସ୍ତ ବସ୍‌କୁ ପୋଲିସ ଜବତ କରିଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ମହିଳାଙ୍କ ଉପରେ ମାଡ଼ିଗଲା KIIT କଲେଜ୍ ବସ୍। ଦୁର୍ଘଟଣାରେ  ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିନାହିଁ।

Advertisment

KIIT କଲେଜ୍ ବସ୍‌ଟି ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା। ସେହି ସମୟରେ ମହିଳା ଜଣଙ୍କ ପଣ୍ଡା ଖୋଲିଆ ବସ୍ତି ନିକଟରେ ରାସ୍ତା ପାର ହେଉଥିଲେ।ଏହି ସମୟରେ  ବସ୍‌ଟି ମହିଳାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଅଧିକ ପଢ଼ନ୍ତୁ: ମାଡ଼ିଗଲା ଅଜଣାଗାଡ଼ି; ଚାଲିଗଲା ୩ ଜୀବନ

ଦୁର୍ଘଟଣାଗ୍ରସ୍ତ ବସ୍‌କୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ।  ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବା ସହ ଘଟଣାର ସଠିକ୍‌ ତଦନ୍ତ  କରିବାକୁ ଦାବି କରିଛନ୍ତି।  ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ  ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ଉତ୍ତେଜନା ଥମିଥିଲା।  ଦୁର୍ଘଟଣାଗ୍ରସ୍ତ ବସ୍‌କୁ ପୋଲିସ ଜବତ କରିଛି। 

Advertisment

ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଅପମୃତ୍ୟୁ ମାମାଲା ରୁଜୁ କରି ଘଟଣାର ତଦନ୍ତ କରୁଛି।  ଅନ୍ୟପକ୍ଷରେ ଦୁର୍ଘଟଣା ନେଇ କିଟ୍‌ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅଧିକ ପଢ଼ନ୍ତୁ:  ରାଜଧାନୀରେ ଭୟଙ୍କର ଦୁର୍ଘଟଣା; ପଛକୁ ପଛ ୩ ଟ୍ରକ୍ ମଧ୍ୟରେ ଧକ୍କା...

Bhubaneswar Accident KIIT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ