Advertisment

Woman Suffers Burn Injury: ସୁଦଶା ବ୍ରତରେ ଅଘଟଣ, ଦୀପ ଜାଳୁ ଜାଳୁ ପୋଡିଗଲେ ମହିଳା

ସୁଦଶା ବ୍ରତ ଓଷାରେ ମନ୍ଦିରରେ ଦୀପ ଜାଳୁଥିବା ବେଳେ ଶାଢୀରେ ନିଆଁ ଲାଗି ଯାଇ ମହିଳା ଗୁରୁତର । ତାଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।

ଅଦ୍ୟତନ ହୋଇଛି
Woman Suffers Burn Injury

Woman Suffers Burn Injury

Advertisment

ସୁଦଶା ବ୍ରତ ଓଷାରେ ଅଘଟଣ । ଦୀପ ଜାଳୁ ଜାଳୁ ନିଆଁ ଲାଗି ପୋଡ଼ିଗଲେ ମହିଳା । ଆଜି କେନ୍ଦ୍ରାପଡ଼ା ଆଳି ସ୍ଥିତ ଲକ୍ଷ୍ମୀବରାହ ମନ୍ଦିରରେ ଘଟିଛି ଏହି ଅଘଟଣ । ଜଣେ ମହିଳା ଭକ୍ତଙ୍କ ଶାଢୀରେ ନିଆଁ ଲାଗିଯିବାରୁ ସେ ଗୁରୁତର ହୋଇଛନ୍ତି । ତାଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଛି । ଗୁରୁତର ମହିଳା ରାଜକନିକା ଦେଓଗାଁର ସୁପ୍ରିୟା ନାୟକ । ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

Advertisment

ଅଧିକ ପଢନ୍ତୁ: ଘରକୁ ଡାକି ଗରମ ପାଣି ଫିଙ୍ଗି ମାରିଦେଲେ !

ଆଜି ସୁଦଶା ବ୍ରତ ଓଷା ପାଇଁ ମହିଳା ଶ୍ରଦ୍ଧାଳୁ ଜଣକ ଆଳିର ଆରାଧ୍ୟ ଦେବତା ପ୍ରଭୁ ଲକ୍ଷ୍ମୀବରାହଙ୍କୁ ଦର୍ଶନ ପାଇଁ ଆସିଥିଲେ । ଦୀପ ଜାଳୁଥିବା ବେଳେ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା । ଉପସ୍ଥିତ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । 

ଏନେଇ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ''ମହିଳା ଦୀପ ଲଗାଉଥିବା ବେଳେ ତାଙ୍କ ଶାଢୀ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା । ଆମେ ଉପାୟ ନପାଇ ଲୁଗାକୁ ବାଡେଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲୁ । ନିଆଁରେ ତାଙ୍କ ଶରୀରର ଅନେକ ଅଂଶ ଜଳି ଯାଇଥିଲା । ଏହାପରେ ଆମ୍ବୁଲାନ୍ସକୁ ଡାକି ହସ୍ପିଟାଲ ପଠାଇଥିଲୁ ।''

Advertisment

ସେହିପରି ଆଳି ସିଏଚସିର ଡାକ୍ତର ଦେବାଶିଷ ବେହେରା ସୂଚନା ଦେଇଛନ୍ତି ଯେ, ମହିଳାଙ୍କ ଅବସ୍ଥା ଗୁରୁତର ଥିଲା । ତାଙ୍କ ଶରୀରର ୪୫ରୁ ୫୦ ପ୍ରତିଶତ ପୋଡି ଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍‌ କରିଥିଲୁ । 

ଅଧିକ ପଢନ୍ତୁ: ମାସ ଆରମ୍ଭରୁ ଏଟିଏମ୍ ଅଚଳ କରୁଛି କିଏ ?

Kendrapara Sudasha Brata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ