Advertisment

Fire Mishap: ଏମିତି ଆସେ ମୃତ୍ୟୁ; ନିଜ ଦୋକାନରେ ଜୀବନ୍ତ ଦଗ୍ଧ

କମଳା ଜୀଅନ୍ତା ଜଳିଯାଇଥିଲେ। ସ୍ଥାନୀୟ ଲୋକେ ବିସ୍ଫୋରଣର ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

ମୃତ୍ୟୁ କେବେ, କେମିତି ଆସିବ ତାହା କାହାକୁ ବି ଜଣାନଥାଏ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବକ୍ତାରପୁର ଛକରେ। ନିଜ ଦୋକାନରେ ଜୀଅନ୍ତା ଜଳିଗଲେ ମହିଳା। ମୃତ ମହିଳା ଜଣଙ୍କ ହେଲେ କମଳା ସାହୁ (୪୮)।

Advertisment

ବକ୍ତାରପୁର ଛକରେ କମଳାଙ୍କ ପାନ ଦୋକାନ ରହିଛି। କମଳା ପ୍ରତିଦିନ ପରି ଆଜି ସକାଳେ ନିଜ ଦୋକାନକୁ ଯାଇଥିଲେ। ଦୋକାନ ଖୋଲି ଧୂପ ଦେଇଥିଲେ। କମଳା ଦୋକାନରେ ପୂଜା କରୁଥିବା ସମୟରେ ଜଣେ ଗ୍ରାହକ ଆସି ପେଟ୍ରୋଲ ଦେବାକୁ କହିଥିଲେ। କମଳା ପେଟ୍ରୋଲ ଠାଳି ଦେବା ବେଳେ ଠାକୁରଙ୍କ ପାଖରେ ଲାଗିଥିବା ଧୂପରୁ ନିଆଁ ଲାଗିଯାଇଥିଲା। ହଠାତ୍ ବିସ୍ଫୋରଣ ହୋଇଥିଲା।

କମଳା ଜୀଅନ୍ତା ଜଳିଯାଇଥିଲେ। ସ୍ଥାନୀୟ ଲୋକେ ବିସ୍ଫୋରଣର ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ୧ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।

Advertisment

ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କମଳା ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। କମଳାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ :ବ୍ୟାପିଲା GBS ରୋଗ, ପୁଣେ ପରେ କୋଲକାତାରେ ୩ ଜଣଙ୍କ ମୃତ୍ୟୁ ସନ୍ଦେହ

Open Fire Deadbody Kendrapara
Advertisment
Advertisment