Advertisment

ପୁରୀ ବିସ୍ଫୋରଣ ଘଟଣାର କାରଣ ଖୋଜା; ଏଯାଏ ଗଲାଣି ୧୫ଜୀବନ

ପୁରୀରେ ଶୁଣାଣୀ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ସେଦିନ ଡ୍ୟୁଟିରେ ଥିବା ପୁରୀ ପୋଲିସ, କୁମ୍ଭାରପଡା ଥାନା ପୋଲିସ, ପୁରୀ ଏସପି, ଅଗ୍ନିଶମ ବିଭାଗର ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନେ ଆଜି ତଥ୍ୟ ଉପସ୍ଥାପନ କରିବେ।

ଅଦ୍ୟତନ ହୋଇଛି
Firecracker explosion in Puri

Puri firecracker-explosion

Advertisment

ସାରା ରାଜ୍ୟକୁ ଦୋହଲାଇ ଦେଇଛି ପୁରୀ ନରେନ୍ଦ୍ର ପୋଖରୀ ବାଣ ବିସ୍ଫୋରଣ ଘଟଣା। ଏଥିରେ ସରକାରୀ ଭାବେ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏବେ ବି ୧୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଏହି ବିସ୍ଫୋରଣ ଘଟଣାର କାରଣ ଖୋଜା ଚାଲିଛି। କେମିତି ଓ କେଉଁ ପରିସ୍ଥିତିରେ ହେଲା ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ? ଏଥିପାଇଁ ଦାୟୀ କିଏ ? ସେନେଇ ଚାଲିଛି ତନାଘନା।

Advertisment

ପୁରୀରେ ଶୁଣାଣୀ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ସେଦିନ ଡ୍ୟୁଟିରେ ଥିବା ପୁରୀ ପୋଲିସ, କୁମ୍ଭାରପଡା ଥାନା ପୋଲିସ, ପୁରୀ ଏସପି, ଅଗ୍ନିଶମ ବିଭାଗର ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନେ ଆଜି ତଥ୍ୟ ଉପସ୍ଥାପନ କରିବେ। ପରେ ଅପରାହ୍ଣ ସାଢ଼େ ୩ଟାରେ ମୃତାହତଙ୍କ ପରିବାର, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ମାନବାଧିକାର କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ବୟାନ ରଖିବେ।

ଅଧିକ ପଢ଼ନ୍ତୁ: ଚାପଖେଳ ବେଳେ ବାଣ ବିସ୍ଫୋରଣ; ଫୁଟାଇବା ପାଇଁ କିଏ ଦେଇଥିଲା ଅନୁମତି ?

Advertisment

ସୂଚନା ଅନୁସାରେ ଭଉଁରୀ ବେଳେ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ହୋଇଥିଲା । ଏହି ବଡ଼ ଧରଣର ବାଣ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ୧୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ଏହାରି ମଧ୍ୟରେ ମୃତାହତଙ୍କ ସଂପର୍କୀୟଙ୍କ ମନରେ ଗୋଟିଏ ପ୍ରଶ୍ନ, କାହା ଭୁଲ ପାଇଁ ସେମାନଙ୍କୁ ସହିବାକୁ ପଡ଼ୁଛି ଏଭଳି ଦାରୁଣ ଦୁଃଖ ?

ସ୍ଥାନୀୟ ଲୋକଙ୍କ କହିବା କଥା, ଦେବୀଘାଟ ଦଶତୁଠ ପାଖରେ ଏତେ ବିପୁଳ ପରିମାଣର ବାଣ ଫୁଟିବା କେହି କେବେ ଦେଖିନଥିଲେ । ହେଲେ ସେଠାକୁ ୫ ରୁ ୧୦ ଲକ୍ଷ ଟଙ୍କାର ବାଣ ଗଲା କେମିତି ? ଭିଡ଼ ଭିତରକୁ ଟ୍ରଲିରେ ଲଦା ହୋଇ ଏତେ ବାଣ ଯାଉଥିଲେ ବି, ପୋଲିସ ଏହାକୁ ରୋକିଲାନି କାହିଁକି ? ଏହି ବାଣ କିଣିବା ପାଇଁ ଟଙ୍କା କିଏ ଦେଇଥିଲା ? ବାଣ ଫୁଟାଇବାକୁ କାହାର ଅନୁମତି ଥିଲା ? ସେପଟେ ଏହି ଘଟଣାରେ ଚନ୍ଦନ ଭୋଇ ଓ ମଛତ କେ. ରାଜୁ ଟ୍ରଲି ଚାଳକ ନାଁରେ ମାମଲା ରୁଜୁ କରିଛି ପୋଲିସ ।

Advertisment
Accident Fire Mishap Firecracker Explosion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ