Advertisment

ଭୋଜିଖାଇ ଫେରୁଥିଲେ, କାନ୍ଥରେ ପିଟି ହେଲା କାର୍...ଆଖିବୁଜିଲେ ୪ସାଙ୍ଗ

ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ, ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । କାରଟି ଧକ୍କା ଦେବା ପରେ କାନ୍ଥର କିଛି ଅଂଶ ଭାଙ୍ଗିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

author-image
Sonali Ojha
ଅଦ୍ୟତନ ହୋଇଛି
Accident

Accident

ବାହାଘର ଭୋଜି ଖାଇ ଫେରିବା ବେଳେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ। ଭାରସାମ୍ୟ ହରାଇ କାନ୍ଥରେ ପିଟି ହେବା ଫଳରେ ୪ଜଣଙ୍କର ମୃତ୍ୟୁ ହୋଇଛି। କଟକ ତିଗିରିଆରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଗୋଟିଏ କାର କାନ୍ଥକୁ ଧକ୍କା ଦେବା ଫଳରେ ଚାରି ସାଙ୍ଗଙ୍କର ମୃତ୍ୟୁ ଘଟିଛି।

Advertisment

କୋଇଲି କନ୍ୟା ଗାଁରୁ ବାହାଘର ଭୋଜି ଖାଇ ଫେରୁଥିବା ବେଳେ କାରଟି ଭାରସାମ୍ୟ ହରାଇ କାନ୍ଥକୁ ଧକ୍କା ଦେଇଥିଲା । ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ, ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । କାରଟି ଧକ୍କା ଦେବା ପରେ କାନ୍ଥର କିଛି ଅଂଶ ଭାଙ୍ଗିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସେହିପରି ବାଲେଶ୍ୱର ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ନିକଟରେ ଭୋରରୁ ଏକ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ବାଲି ବୋଝେଇ ଡମ୍ପର ପଛରୁ ଧକ୍କା ଦେବା ଫଳରେ ୭ଜଣ ବରଯାତ୍ରୀ ଗୁରୁତର ହୋଇଛନ୍ତି l ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା l ପରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Advertisment

ସମସ୍ତ ଗୁରୁତର ବାଲେଶ୍ୱର ସଦର ବ୍ଲକ ପାରଦୀପା ଗାଁର ବୋଲି ସୂଚନା ମିଳିଛି । ୯ଜଣ ବରଯାତ୍ରୀଙ୍କୁ ନେଇ କଟକରୁ ପାରଦୀପା ଗାଁକୁ ଫେରୁଥିବା ବେଳେ ଠିଆ ହୋଇଥିବା ଡମ୍ପରକୁ ପଛରୁ ଧକ୍କା ଦେଇଥିଲା । ବୋଲେରୋରେ ଥିବା ୯ ଜଣଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ଜବତ କରି ତଦନ୍ତ ଜାରି ରଖିଛି ।

ମୟୂରଭଂଜ ୨୨୦ ନମ୍ବର ରାଜପଥର ଟାଟ ନିକଟରେ ସଡ଼କ ଦୁର୍ଘଟଣା। ଟ୍ରକ୍ କୁ ପଛରୁ ପିଟିଲା ବରଯାତ୍ରୀ ବସ୍। ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଯାଜପୁରରୁ ଏକ ବାହାଘରିଆ ପାର୍ଟି ଝାଡଖଣ୍ଡ ଜାମସେଦପୁରରୁ ବସରେ ଫେରୁଥିବା ବେଳେ ଭୋର ୪ଟାରେ ଘଟିଛି ଏହି ଦୁର୍ଘଟଣା।

କଟକ ନିଶ୍ଚିନ୍ତକୋଇଲି ଜନିଆ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍ ଧକ୍କାରେ ୨ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ବସଟି ବାଇକ୍ କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ବିଲକୁ ମାଡିଯାଇଛି । ହେଲେ ବସରେ ଥିବା ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ମୃତକଙ୍କ ପରିଚୟ ମିଳିପାରିନି । ସାଲେପୁର ଥାନା ପୋଲିସ ତଦନ୍ତ ଜାରି ରଖିଛି ।

Accident Death Car Accident
Advertisment
Advertisment