Advertisment

ସର୍ବଗ୍ରାସୀ ଭୂସ୍ଖଳନରେ ଛାର୍‌ଖାର୍‌ ୱାୟନାଡ୍‌; ସପ୍ତାହେ ପରେବି ସରୁନି ଉଦ୍ଧାର କାର୍ଯ୍ୟ

କେରଳ ୱାୟନାଡ୍ ଭୂସ୍ଖଳନ ବିପର୍ଯ୍ୟୟର ୭ ଦିନ ପରେ ବି ସରୁନି ଜୀବନ ଖୋଜା।ମାଟି ତଳୁ ମଣିଷ ଖୋଜିବା ପାଇଁ ସ୍ବତନ୍ତ୍ର ଡ୍ରୋନ୍ ରାଡାର୍ ଆସିଥିଲେ ବି ତାହା ଫେଲ୍ ମାରୁଛି। ତଥାପି ମନୋବଳ ହରାଇନାହାନ୍ତି ଉଦ୍ଧାରକାରୀ ଟିମ୍।

ଅଦ୍ୟତନ ହୋଇଛି
Wayanad landslides Death toll

Wayanad landslides

Advertisment

କେରଳ ୱାୟନାଡ୍ ଭୂସ୍ଖଳନ ବିପର୍ଯ୍ୟୟର ୭ ଦିନ ପରେ ବି ସରୁନି ଜୀବନ ଖୋଜା। ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ୍ ଚଳାଇଛନ୍ତି ସେନା ଓ NDRF ସମେତ ବିଭିନ୍ନ ସଂସ୍ଥା। ବିରାଟ ବିରାଟ ପଥର ହଟାଇ, ପୂରା ପୋତି ହୋଇଯାଇଥିବା ଘର ଭିତରେ କିଏ ଫସିଛି ତ, ଧ୍ବଂସାବଶେଷ ତଳେ କିଏ ପୋତି ରହିଛି, ତାହା ଜାଣିବା କଷ୍ଟସାଧ୍ୟ ହୋଇପଡ଼ୁଛି।

Advertisment

ମାଟି ତଳୁ ମଣିଷ ଖୋଜିବା ପାଇଁ ସ୍ବତନ୍ତ୍ର ଡ୍ରୋନ୍ ରାଡାର୍ ଆସିଥିଲେ ବି ତାହା ଫେଲ୍ ମାରୁଛି। ତଥାପି ମନୋବଳ ହରାଇନାହାନ୍ତି ୧୩ ଶହରୁ ଅଧିକ ଉଦ୍ଧାରକାରୀ ଟିମ୍ ସଦସ୍ୟ। ଯବାନଙ୍କ ସହ, ସ୍ନିଫର୍ ଡଗ୍, ଜେସିବି ସହିତ ଡ୍ରୋନ୍ ରାଡାର୍ ବି ଲାଗିଛି ମାଟି ତଳୁ ମଣିଷ ଖୋଜାରେ। ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୬୦ ଟପିଥିବା ବେଳେ, ଏବେବି ଜଣେ ଓଡ଼ିଆଙ୍କ ସମେତ ୨ ଶହରୁ ଅଧିକ ନିଖୋଜ ଅଛନ୍ତି। ଦିନ ବିତିବା ସହ ଆଶା ମଉଳି ଯାଉଛି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନକୁ ନେଇ।

ଅଧିକ ପଢନ୍ତୁ: ପାହାଡ଼ ବିଦାରି ପକାଇଛି ପ୍ରକୃତିର କରାଳ କାୟା; ୬ ଦିନ ପରେ ବି ସରୁନି ମହାବିପର୍ଯ୍ୟୟର ଉଦ୍ଧାର କାର୍ଯ୍ୟ

Advertisment

ଏପଟେ କେରଳର ରେସ୍କ୍ୟୁ ମିଶନରେ ସାମିଲ ହେବାକୁ ବ୍ରହ୍ମପୁରରୁ ଯାଇଛି ସନ୍ଧାନୀ କୁକୁର 'ଷ୍ଟର୍ମ'। ଏକ ସ୍ବତନ୍ତ୍ର ପୋଲିସ୍ ଟିମ୍ ଏହି ଜର୍ମାନ ସେଫର୍ଡ ପ୍ରଜାତିର କୁକୁରକୁ ଧରି ୱାୟନାଡ଼ ଯାଇଛନ୍ତି। ‘ଷ୍ଟର୍ମ’ ହେଉଛି ବ୍ରହ୍ମପୁର ପୋଲିସର ଏକମାତ୍ର କୁକୁର ଯିଏ ସନ୍ଧାର ଓ ଉଦ୍ଧାର କରିବାର ଟ୍ରେନିଂ ନେଇଛି। ‘ଷ୍ଟର୍ମ’ ସହିତ ଜଣେ ଏସ୍‌ଆଇ, ଦୁଇ ଏଏସ୍‌ଆଇ, ଟ୍ରେନର ଓ ଅନ୍ୟଜଣେ କର୍ମଚାରୀ ଯାଇଛନ୍ତି। ଓଡ଼ିଶା ପୋଲିସର ଏକ କୁକୁର ସେଠାକୁ ଯାଇ ଉଦ୍ଧାର କାର୍ଯ୍ୟରେ ସାମିଲ ହେବ।

କେରଳ ୱାୟନାଡ଼ରେ ଭୂସ୍ଖଳନ ପରେ ଯେତିକି ଉଦବେଗଜନକ ଚିତ୍ର ସାମ୍ନାକୁ ଆସୁଛି, ସେତିକି ହୃଦୟ ବିଦାରକ ଦୃଶ୍ୟ ବି ଦେଖିବାକୁ ମିଳୁଛି। ବିପର୍ଯ୍ୟୟସ୍ଥଳରୁ ଉଦ୍ଧାର ମରଶରୀର ଓ ଦେହାବଶେଷ ଗୁଡ଼ିକର ହୋଇଛି ସମୂହ ସତ୍କାର। ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇନଥିବା ମୃତଦେହ ଗୁଡ଼ିକୁ ସମୂହ ସମାଧି ଦିଆଯାଇଛି। ଅନେକ ମୃତଦେହକୁ ମେପାଡ଼ି ଠାରୁ ୧୫ କିଲୋମିଟର ପୁତ୍ଥୁମାଲାକୁ ଶବ ସଂରକ୍ଷଣ ଗୃହରୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ସସମ୍ମାନେ ସମାଧି ଦିଆଯାଇଛି।

Advertisment

ସମୁଦ୍ର ପତନଠାରୁ ପ୍ରାୟ ଦେଢ଼ ହଜାର ମିଟର ଉଚ୍ଚରେ, କେରଳର ୱାୟନାଡ୍ ଜିଲ୍ଲାରେ ଗତ ମଙ୍ଗଳବାର ଭୋରରୁ ହୋଇଥିବା ସର୍ବଗ୍ରାସୀ ଭୂସ୍ଖଳନରେ ଅଦ୍ୟାବଧି ୩ଶହ ପାର୍ କରିଥିବାବେଳେ ଏବେ ବି ଶହ ଶହ ଲୋକ ନିଖୋଜ ଅଛନ୍ତି। ଆହତ ଅବସ୍ଥାରେ ଶତାଧିକ ଲୋକଙ୍କର ବିଭିନ୍ନ ମେଡିକାଲରେ ଚିକିତ୍ସା ଚାଲିଛି। ସାଟେଲାଇଟ୍ ଚିତ୍ରରେ ପ୍ରାୟ ୯୬ ହଜାର ବର୍ଗମିଟର ଅଞ୍ଚଳରେ ମାଟି ଧସି ଯାଇଛି, ଯାହା ପ୍ରାୟ ୮ କିଲୋମିଟର ବ୍ୟାପ୍ତ ବୋଲି ଜଣାପଡ଼ିଛି।

ଅଧିକ ପଢନ୍ତୁ: କେରଳ ଟ୍ରାଜେଡି: ଓଡ଼ିଶାରୁ ୱାୟନାଡ୍‌ ଗଲା ସନ୍ଧାନୀ କୁକୁର 'ଷ୍ଟର୍ମ'

Land Slide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ