/odishatv-khabar/media/post_attachments/uploadimage/library/16_9/16_9_0/ACCIDENT_1687430619.jpg)
ACCIDENT
ଦିଅଁ ଦର୍ଶନ ପୂର୍ବରୁ ଜୀବନ ନେଇଗଲା ଯମ । ରାସ୍ତାରେ ଛକି ବସିଥିଲା ମୃତ୍ୟୁ । ଉତ୍ତରାଖଣ୍ଡର ପିଥୋରାଗଡ଼ର ମୁନସ୍ୟାରିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ନିୟନ୍ତ୍ରଣ ହରାଇ ଅଙ୍କାବଙ୍କା ରାସ୍ତାରୁ ଗୋଟାଏ ବୋଲେରୋ ଗାଡ଼ି ଗଭୀର ଖାଇକୁ ଖସି ପଡ଼ିବାରୁ ୯ଜଣଙ୍କର ମୃତ୍ୟୁ ଘଟିଛି । ହୋକରା ମନ୍ଦିର ଠାରୁ କିଛି ଦୂରରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ୍ । ରେସ୍କ୍ୟୁ ଅପରେସନ୍ ପାଇଁ ଏକ ଟିମ୍ ସେଠାରେ ପହଞ୍ଚିଛି ।
ଏକ ବୋଲେରୋ ଗାଡ଼ିରେ ଶ୍ରଦ୍ଧାଳୁମାନେ ବାଗେଶ୍ୱର ଶାମାରୁ ବାହାରି ହୋକ୍ରା ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ହେଲେ ଦିଅଁ ଦର୍ଶନ ପୂର୍ବରୁ ନିୟନ୍ତ୍ରଣ ହରାଇ ଗାଡ଼ିଟି ଯାଇ ଖାଇରେ ଖସି ପଡ଼ିଥିଲା । ଗାଡ଼ିଟି ୬୦୦ ମିଟର ଗଭୀର ଖାଇକୁ ଖସିପଡ଼ିଥିବା ସୂଚନା ମିଳିଛି । ଏଥିରେ ସମୁଦାୟ ୧୦ଜଣ ଯାତ୍ରୀ ଥିଲେ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ । ଆଉ ତା’ପରେ ତୁରନ୍ତ ପୋଲିସ୍କୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା । ତେବେ ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଦୁର୍ଘଟଣାରେ ଶିକାର ହୋଇଥିବା ଲୋକେ ବାଗେଶ୍ୱର ତହସିଲ୍ର କପକୋଟ୍, ଶାମା ଓ ଭନାର୍ର ବୋଲି କୁହାଯାଉଛି ।
ଦୁର୍ଘଟଣା ସମ୍ପର୍କରେ ବିଧାୟକ ହରିଶ ଧାମୀ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସମେତ ପଦସ୍ଥ ସରକାରୀ ଅଧିକାରୀମାନଙ୍କ ଆଲୋଚନା କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)