Advertisment

ମଧ୍ୟରାତ୍ରରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଟ୍ରାକ୍‌ ଉପରେ ୨ ଟ୍ରେନ୍‌ ଧକ୍କା, ୨୦ରୁ ଅଧିକ ମୃତ

ଗତକାଲି ବିଳମ୍ବିତ ରାତିରେ ଗ୍ରୀସରେ ଯାତ୍ରୀବାହୀ ଟ୍ରେନ୍‌ ଓ କାର୍ଗୋ ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି। ଏଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୫ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Greece Train Crash

Two trains collide in Greece

ମଧ୍ୟରାତ୍ରରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ଗ୍ରୀସରେ ଯାତ୍ରୀବାହୀ ଟ୍ରେନ୍‌ ଓ କାର୍ଗୋ ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି। ଏଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଗ୍ରୀସର ଟେମ୍ପେରେ ଏହି ଅଘଟଣ ଘଟିଛି। ଦୁର୍ଘଟଣା ପରେ ଟ୍ରେନ୍‌ର ଅଧିକାଂଶ କୋଚ୍‌ ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ୩ କୋଚ୍‌ରେ ନିଆଁ ଲାଗି ଯାଇଥିଲା।

Advertisment

ମିଳିଥିବା ସୂଚନା ଅନୁସାରେ, ଏହି ଟ୍ରେନ୍‌ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା। ଦୁର୍ଘଟଣାରେ ଯାତ୍ରୀବାହୀ ଟ୍ରେନ୍‌ର ପ୍ରଥମ ୪ଟି କୋଚ୍‌ ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ୨ଟି କୋଚ୍‌ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଘଟଣା ପରେ ସୁରକ୍ଷିତ ଅବସ୍ଥାରେ ୨୫୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ପାଖାପାଖି ୩୫୦ ଜଣ ଯାତ୍ରୀ ଟ୍ରେନ୍‌ରେ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଧ୍ୱଂଶାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାସ୍ଥଳରେ ଯୁଆଡ଼େ ଚାହିଁଲେ ସିଆଡ଼େ ଖାଲି ସବୁକିଛି ଛିନ୍‌ଛତ୍ର ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। 

Advertisment
Train Accident Accident
Advertisment
Advertisment