ନିର୍ମାଣାଧୀନ ବ୍ରିଜ୍‌ରୁ ଖସିଲା ବୋଲେରୋ, ୨ ମୃତ

ନିର୍ମାଣାଧିନ ବ୍ରିଜରୁ ଖସିପଡ଼ିଲା ବୋଲେରୋ। ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି ।

Accident

ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନିର୍ମାଣାଧିନ ବ୍ରିଜରୁ ଖସିପଡ଼ିଲା ବୋଲେରୋ। ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ରବିବାର ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଝାଙ୍କରପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ର କିଛି ଯାତ୍ରୀ ଏକ ବୋଲେରୋ ଯୋଗେ ପୁରୀ ଅଭିମୁଖେ ଆସୁଥିଲେ । ସମ୍ବଲପୁରରୁ ଯୁଜୁମୁରା ଅତିକ୍ରମ କରୁଥିବା ବେଳେ ଝାଙ୍କରପାଲି ନିକଟରେ ଗାଡ଼ିଟି ଭୁଲ ବଶତଃ ୫୫ ନମ୍ବର ଜାତୀୟ ରାଜପଥରେ ନିର୍ମାଣଧିନ ଏକ ବ୍ରିଜ୍‌ ଉପରକୁ ଚାଲିଯାଇଥିଲେ । ଫଳରେ ବୋଲେରୋଟି ପ୍ରାୟ ୩୦ ଫୁଟ ଉଚ୍ଚତାରୁ ତଳକୁ ଖସି ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ସମୟରେ ବର୍ଷା, ପବନ ହେଉଥିବାରୁ ଏବଂ ଡ୍ରାଇଭର ସେହି ରାସ୍ତା ସହିତ ଅଭ୍ୟସ୍ତ ନ ଥିବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି ପୋଲିସ୍‌ କହିଛି ।

ଅଧିକ ପଢ଼ନ୍ତୁ: ଓଲଟିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାକ୍ଟର, ଚାଲିଗଲା ୧୩ ଜୀବନ

ସେପଟେ ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସ୍ୟାମ ହରାଇ ଓଲଟିଲା ବରଯାତ୍ରୀ ଟ୍ରାକ୍ଟର । ଘଟଣାସ୍ଥଳରେ ହିଁ ଚାଲିଗଲା ୧୩ ଜୀବନ । ସେହିପରି ଗୁରୁତର ଅବସ୍ଥାରେ ଆଉ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଏକ ଟ୍ରାକ୍ଟରରେ ରାଜଗଡ଼ କୁଲାମପୁରା ଯାଉଥିଲେ । ସମସ୍ତ ମୃତାହତ ରାଜସ୍ଥାନ ମୋତିପୁରା ଗାଁର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାରେ ରବିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ରବିବାର ସନ୍ଧ୍ୟା ୮ଟାରୁ ୯ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ରାଜସ୍ଥାନ ମୋତିପରାରୁ ଟ୍ରାକ୍ଟର ଟ୍ରଲିରେ ଏକ ବରଯାତ୍ରୀ ଦଳ ରାଜଗଡ଼ ଅଭିମୁଖେ ଆସୁଥିଲେ । କିନ୍ତୁ ଏହି ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଏଥିରେ ପ୍ରାୟ ୪୦ରୁ ୫୦ ଜଣ ଲୋକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି । ତେବେ ଗୁରୁତର ଅବସ୍ଥାରେ ଆଉ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ: ଘାଟିରୁ ୧୫୦ ଫୁଟ୍‌ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌; ୨୧ ମୃତ